ଘରର କେଉଁ ଦିଗରେ ରଖିବେ ଲାଫିଙ୍ଗ ବୁଦ୍ଧ?

ଚୀନ ବାସ୍ତୁଶାସ୍ତ୍ରରେ ଲାଫିଙ୍ଗ୍‌ ବୁଦ୍ଧକୁ ଅତ୍ୟନ୍ତ ଶୁଭ ଓ ଧନ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଇଥାଏ। ଘରେ ଏହି ଲାଫିଙ୍ଗ୍ ବୁଦ୍ଧକୁ ରଖିଲେ ଶୁଭ ବୋଲି ଗ୍ରହଣ କରାଯାଇଥାଏ। କିନ୍ତୁ ଏହାକୁ ରଖିବାର ସ୍ଥାନ ସମ୍ପର୍କରେ  ଫେଙ୍ଗଶୁଇ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଲାଫିଙ୍ଗ୍ ବୁଦ୍ଧକୁ ରଖିବା ପାଇଁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ଭାରତୀୟ ବାସ୍ତୁଶାସ୍ତ୍ରରେ ପୂର୍ବ ଦିଗକୁ ଭାଗ୍ୟ ଓ ସୌଭାଗ୍ୟର ପ୍ରତୀକ ବୋଲି କୁହାଯାଇଥାଏ। ସେହିପରି  ଚୀନ ବାସ୍ତୁ ଶାସ୍ତ୍ରରେ ପୂର୍ବ […]

life style

Rakesh Mallick
  • Published: Tuesday, 03 April 2018
  • , Updated: 03 April 2018, 10:48 AM IST

ଚୀନ ବାସ୍ତୁଶାସ୍ତ୍ରରେ ଲାଫିଙ୍ଗ୍‌ ବୁଦ୍ଧକୁ ଅତ୍ୟନ୍ତ ଶୁଭ ଓ ଧନ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଇଥାଏ। ଘରେ ଏହି ଲାଫିଙ୍ଗ୍ ବୁଦ୍ଧକୁ ରଖିଲେ ଶୁଭ ବୋଲି ଗ୍ରହଣ କରାଯାଇଥାଏ। କିନ୍ତୁ ଏହାକୁ ରଖିବାର ସ୍ଥାନ ସମ୍ପର୍କରେ  ଫେଙ୍ଗଶୁଇ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଲାଫିଙ୍ଗ୍ ବୁଦ୍ଧକୁ ରଖିବା ପାଇଁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ।

ଭାରତୀୟ ବାସ୍ତୁଶାସ୍ତ୍ରରେ ପୂର୍ବ ଦିଗକୁ ଭାଗ୍ୟ ଓ ସୌଭାଗ୍ୟର ପ୍ରତୀକ ବୋଲି କୁହାଯାଇଥାଏ। ସେହିପରି  ଚୀନ ବାସ୍ତୁ ଶାସ୍ତ୍ରରେ ପୂର୍ବ ଦିଗକୁ ମଧ୍ୟ ଅତ୍ୟନ୍ତ ଭଲ ବୋଲି ଗ୍ରହଣ କରାଯାଇଥାଏ। ଯଦି ଆପଣ ନିଜ ପରିବାର  ମଧ୍ୟରେ  ପ୍ରେମ ସମ୍ପର୍କ ବୃଦ୍ଧି କରିବାକୁ ଯାହୁଁଛନ୍ତି ଲାଫିଙ୍ଗ୍ ବୁଦ୍ଧକୁ ଘରର ପୂର୍ବ ଦିଗରେ ରଖନ୍ତୁ। ଚାକିରି କିମ୍ୱା ବ୍ୟବସାୟରେ ଉନ୍ନତି କରିବାକୁ ଚାହୁଁଛନ୍ତି ଲାଫିଙ୍ଗ୍ ବୁଦ୍ଧକୁ ଘରର ଦକ୍ଷିଣ-ପୂର୍ବ ଦିଗରେ  ରଖନ୍ତୁ। ଏପରି କରିବା ଦ୍ୱାରା ସକରାତ୍ମକ ଶକ୍ତି ବଢ଼ିଥାଏ ଓ ଘରେ ଖୁସିର ବାତାବରଣ ସୃଷ୍ଟି ହୋଇଥାଏ। ଲାଫିଙ୍ଗ୍‌ ବୁଦ୍ଧକୁ  ଘର କିମ୍ୱା ଅଫିସ୍‌ରେ ଏପରି ଜାଗାରେ ରଖନ୍ତୁ  ସବୁବେଳେ ଆପଣଙ୍କ ନଜର ସେଠାରେ ପଡୁଥିବ। ଯେପରି ଭାବରେ ଭଗବାନ ଗଣେଷଙ୍କ ମୁହଁ ଘରର ଦ୍ୱାର ଆଡେ ରଖିଲେ ଶୁଭ ବୋଲି ଗ୍ରହଣ କରାଯାଇଥାଏ। ସେହିପରି  ଘରର ମୁଖ୍ୟ କବାଟ ଆଡକୁ ଦେଖିବା ଭଳି ଲାଫିଙ୍ଗ ବୁଦ୍ଧ ରଖିବା ଦ୍ୱାରା ଧନ ସମୃଦ୍ଧିକୁ ଆକର୍ଷିତ କରିଥାଏ ବୋଲି ଗ୍ରହଣ କରାଯାଇଥାଏ। ହେଲେ ଭୁଲ୍ ବଶତଃ ରୋଷେଇ ଘର କିମ୍ୱା ବାଥ୍‌ରୁମ୍‌ ଭିତରେ ଲାଫିଙ୍ଗ୍‌ ବୁଦ୍ଧକୁ ରଖିବା ଉଚିତ ନୁହେଁ।

Related story