ଏହି ଅକ୍ଷରରୁ ନାଁ ଆରମ୍ଭ ହୋଇଥିବା ଝିଅମାନେ ବିଶ୍ୱାସଯୋଗ୍ୟ

ବିବାହ ପରେ ପ୍ରାୟ ସମସ୍ତଙ୍କ ଜୀବନରେ ପରିବର୍ତ୍ତନ ଆସିଥାଏ। ଏମିତି କି ବିବାହ ପରେ ଜଣେ ଝିଅ ପାଇଁ ସବୁକିଛି ନୂଆ ହୋଇଯାଇଥାଏ। ଜୀବନରେ ଜଣେ ନୂଆସଥୀ ଆସିବା ସହ  ଠିକଣା ବଦଳିଯାଏ। ବାହାଘର ପରେ କେବଳ ଝିଅ ନୁହେଁ ପୁଅମାନଙ୍କ ଜୀବନରେ ମଧ୍ୟ ଖୁବ୍‌ ପରିବର୍ତ୍ତନ ଆସିଥାଏ। ସେଥିପାଇଁ ପ୍ରେମ ଓ ବିବାହରେ ବଡ଼କଥା ହେଉଛି ଦୁହିଁଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ଭଲପାଇବା। କିନ୍ତୁ ଏସବୁ ଭିତରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉଭୟ […]

girl

Rakesh Mallick
  • Published: Thursday, 19 April 2018
  • , Updated: 19 April 2018, 12:11 PM IST

ବିବାହ ପରେ ପ୍ରାୟ ସମସ୍ତଙ୍କ ଜୀବନରେ ପରିବର୍ତ୍ତନ ଆସିଥାଏ। ଏମିତି କି ବିବାହ ପରେ ଜଣେ ଝିଅ ପାଇଁ ସବୁକିଛି ନୂଆ ହୋଇଯାଇଥାଏ। ଜୀବନରେ ଜଣେ ନୂଆସଥୀ ଆସିବା ସହ  ଠିକଣା ବଦଳିଯାଏ। ବାହାଘର ପରେ କେବଳ ଝିଅ ନୁହେଁ ପୁଅମାନଙ୍କ ଜୀବନରେ ମଧ୍ୟ ଖୁବ୍‌ ପରିବର୍ତ୍ତନ ଆସିଥାଏ। ସେଥିପାଇଁ ପ୍ରେମ ଓ ବିବାହରେ ବଡ଼କଥା ହେଉଛି ଦୁହିଁଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ଭଲପାଇବା। କିନ୍ତୁ ଏସବୁ ଭିତରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉଭୟ ଉଭୟଙ୍କୁ ଖୁସିରେ ରଖିବା। ନଚେତ୍‌ ବିବାହରେ ଅନେକ ଅଶାନ୍ତି ସୃଷ୍ଟି ହୋଇଥାଏ। ଏମିତି ବି ହୁଏ ଝିଅମାନଙ୍କୁ ବୁଝିବା ତଥା ସେମାନଙ୍କ ସ୍ୱଭାବ ବିଷୟରେ ଜାଣିବା କଷ୍ଟକର ହୋଇପଡ଼େ। ତେବେ ଆପଣଙ୍କୁ ସବୁ ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଆମେ ଆଜି ଆପଣଙ୍କୁ ଏମିତି ଝିଅମାନଙ୍କ ବିଷୟରେ କହିବୁ ଯାହାଙ୍କୁ ଆପଣ ସହଜରେ ବିଶ୍ୱାସ କରିବା ସହ ଖୁସିରେ ରହି ପାରିବେ। ତେବେ ସେହି ଝିଅମାନଙ୍କର ସ୍ୱଭାବ ନାଁର ପ୍ରଥମ ଅକ୍ଷର ଉପରେ ନିର୍ଭର କରେ। ସେମାନେ ସୂଚ୍ଛ ଓ ଖୋଲା ମନର। ସେମାନଙ୍କ ଉପରେ ଆଖି ବୁଜି ବିଶ୍ୱାସ କରିହେବ। ତେବେ ଚାଲନ୍ତୁ ଜଣିବା କ’ଣ ସେହି ଅକ୍ଷର।

R ଅକ୍ଷର: ଯେଉଁ ଝିଅମାନଙ୍କ ନାଁ ଇଂରାଜୀ ଅକ୍ଷର Rରୁ ଆରମ୍ଭ ହୋଇଥାଏ। ସେମାନେ ସଫା ହୃଦୟର। ଏହା ଛଡା ଏହି ଝିଅମାନେ ନିଜ ଦୁନିଆରେ  ସବୁବେଳେ ବ୍ୟସ୍ତ ଥାଆନ୍ତି। ସେମାନଙ୍କୁ ଟଙ୍କା ଓ ମାନସମ୍ମାନ ମିଳିଥାଏ। ସଂକ୍ଷିପ୍ତରେ କହିଲେ ତାଙ୍କର ଏହି ସବୁ ପ୍ରବୃତ୍ତି ତାଙ୍କୁ ସଫଳତାର ଶିଖରରେ ପହଞ୍ଚାଇଥାଏ।

P ଅକ୍ଷର: ଏହି ଅକ୍ଷରର ଝିଅମାନେ ଖୁବ୍‌ ସମ୍ବେଦନଶୀଳ ଏବଂ  ସ୍ୱଚ୍ଛ ମନର ହୋଇଥାଆନ୍ତି।  ଏମାନେ ମିଳିମିସି କାମ କରିବାକୁ ଅଧିକ ପସନ୍ଦ କରନ୍ତି। ଏମାନେ ଅନ୍ୟମାନଙ୍କୁ ଖୁସି କରିବାକୁ ପୂରାଚେଷ୍ଟା  କରନ୍ତି। ଏହା ଛଡ଼ା ସେମାନଙ୍କ ବିଚାରରେ ପବିତ୍ରତା ଓ ସତ୍ୟତା ଥାଏ। ସେମାନେ ଇଶ୍ୱର ବିଶ୍ୱାସୀ।

S ଅକ୍ଷର: ଏହି ଝିଅମାନେ ଦେଖିବାକୁ ଖୁବ୍ ସୁନ୍ଦର ଓ ଆକର୍ଷିତ ହୋଇଥାଆନ୍ତି। ଏମିତିରେ ତାଙ୍କୁ ପ୍ରେମ ବା ଭଲପାଉଥିବା ଜଣେ ମଣିଷ ପ୍ରଥମରୁ ମିଳିଯାଏ। କିନ୍ତୁ ସେହି ପ୍ରେମକୁ ପାଇବା ପାଇଁ  ତାଙ୍କୁ ଅନେକ ଘାତପ୍ରତିଘାତର ସାମ୍ନା କରିବାକୁ ପଡ଼ିଥାଏ। ସବୁଠୁ ବଡ଼ କଥା ହେଉଛି ଯଦି ଏମାନେ କାହାପ୍ରତି ଆକର୍ଷିତ ହୁଅନ୍ତି ବା ନିଜ ମନ ଦେଇବସନ୍ତି  ତେବେ ସେମାନେ ସାରା ଜୀବନ ନିଜ ପ୍ରେମିକର ସହଯୋଗ କରିଥାନ୍ତି। ତାଙ୍କ ସହ ରହିବାକୁ ଚେଷ୍ଟାକରନ୍ତି।

ଏମିତି ନହେଁ ଯେ, ଏହି ତିନି ନାଁ ଛଡା ଅନ୍ୟ ନାଁର ଝିଅମାନେ ଭଲ ନୁହନ୍ତି। କିନ୍ତୁ ଜ୍ୟୋତିଷଶାସ୍ତ୍ରରେ P,R,Sକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

 

 

 

Related story