ସୁନା ଅଳଙ୍କାର ହଜିଗଲେ ହୋଇପାରେ ଏସବୁ କ୍ଷତି

ସୁନା ଅଳଙ୍କାର ହଜିବା ଅଶୁଭ। ସୁନା ଅଳଙ୍କାର ହଜିଲେ ଖରାପ ସମୟ ପଡ଼ିଥାଏ ବୋଲି କୁହାଯାଏ। କେବଳ ସେତିକି ନୁହେଁ, କେଉଁ ସୁନା ଅଳଙ୍କାର ହଜିଲେ କେଉଁ ପ୍ରକାର ଅସୁବିଧା ହୁଏ ଶାସ୍ତ୍ରରେ ସେ ବିଷୟରେ ବି ଉଲ୍ଲେଖ କରାଯାଇଛି। ନାକଫୁଲ- ନାକ ଫୁଲ ହଜିଗଲେ ଭବିଷ୍ୟତରେ ବଦନାମୀର ସମ୍ମୁଖୀନ ହେବାକୁ ପଡ଼ିଥାଏ ବୋଲି କୁହାଯାଇଛି। ମଥାମଣି- ମୁଣ୍ଡ ଉପରେ ଲଗାଉଥିବା ମଥାମଣି ହଜିଗଲେ ଆଗାମୀ ଦିନରେ ମାନସିକ ଚାପ ଓ ଅଶାନ୍ତିର ସାମ୍ନା କରିବାକୁ ପଡ଼ିଥାଏ […]

gold

Rakesh Mallick
  • Published: Saturday, 27 January 2018
  • , Updated: 27 January 2018, 09:19 AM IST

ସୁନା ଅଳଙ୍କାର ହଜିବା ଅଶୁଭ। ସୁନା ଅଳଙ୍କାର ହଜିଲେ ଖରାପ ସମୟ ପଡ଼ିଥାଏ ବୋଲି କୁହାଯାଏ। କେବଳ ସେତିକି ନୁହେଁ, କେଉଁ ସୁନା ଅଳଙ୍କାର ହଜିଲେ କେଉଁ ପ୍ରକାର ଅସୁବିଧା ହୁଏ ଶାସ୍ତ୍ରରେ ସେ ବିଷୟରେ ବି ଉଲ୍ଲେଖ କରାଯାଇଛି।

ନାକଫୁଲ- ନାକ ଫୁଲ ହଜିଗଲେ ଭବିଷ୍ୟତରେ ବଦନାମୀର ସମ୍ମୁଖୀନ ହେବାକୁ ପଡ଼ିଥାଏ ବୋଲି କୁହାଯାଇଛି।

ମଥାମଣି- ମୁଣ୍ଡ ଉପରେ ଲଗାଉଥିବା ମଥାମଣି ହଜିଗଲେ ଆଗାମୀ ଦିନରେ ମାନସିକ ଚାପ ଓ ଅଶାନ୍ତିର ସାମ୍ନା କରିବାକୁ ପଡ଼ିଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି।

କାନଫୁଲ- କାନରେ ଲଗାଉଥିବା କାନଫୁଲ ହଜିଗଲେ ଦୁଃଖଦ ଖବର ଶୁଣିବାକୁ ମିଳିଥାଏ।

ହାର- ବେକର ଲଗାଉଥିବା ହାର ହଜିଗଲେ ରଖିଥିବା ଧନସମ୍ପତ୍ତି କ୍ଷୟ ହୋଇଥାଏ ବୋଲି କୁହାଯାଇଛି।

ବାଜୁବନ୍ଧ- ବାଜୁବନ୍ଧ ହଜିଗଲେ ଅର୍ଥାଭାବ ଅଭାବ ଦେଖାଯାଇଥାଏ।

ଚୁଡ଼ି- ହାତରେ ଲଗାଉଥିବା ସୁନା ଚୁଡ଼ି ହଜିଗଲେ ମାନ-ସମ୍ମାନ ହାନି ହୋଇଥାଏ।

ମୁଦି-  ସୁନା ମୁଦି ହଜିଗଲେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ।

Related story