କେଉଁ ରାଶିର ଲୋକ କାହିଁକି କହନ୍ତି ମିଛ

ଆପଣଙ୍କ ଆଖପାଖରେ ରହୁଥିବା ଲୋକଙ୍କର ବ୍ୟକ୍ତିତ୍ୱ ଅଲଗା ଅଲଗା ହୋଇଥାଏ। କିଛି ଲୋକଙ୍କୁ ଗପିବାକୁ ଭଲ ଲାଗୁଥିବା ବେଳେ ଅନ୍ୟ କିଛି ଲୋକ ଚୁପ୍‌ ରହିଥାନ୍ତି। ଏହିପରି କିଛି ଲୋକ ଅଛନ୍ତି ଯେଉଁମାନେ ଏକା ଏକା ରହିବାକୁ ପସନ୍ଦ କରିଥାନ୍ତି। ସେହିପରି ମିଛ ଓ ସତ କହିବା ମଣିଷର ପ୍ରବୃତ୍ତି। ଆପଣ ଜାଣନ୍ତି କି ମିଛ ଓ ସତ କହିବା ଅଭ୍ୟାସ ମଣିଷର ରାଶି ଉପରେ ନିର୍ଭର କରିଥାଏ। ଜଣେ ବ୍ୟକ୍ତିଙ୍କୁ ରାଶି ଅନୁଯାୟୀ ଜାଣିହୁଏ ଯେ […]

zodiac

Rakesh Mallick
  • Published: Tuesday, 26 December 2017
  • , Updated: 26 December 2017, 12:17 PM IST

ଆପଣଙ୍କ ଆଖପାଖରେ ରହୁଥିବା ଲୋକଙ୍କର ବ୍ୟକ୍ତିତ୍ୱ ଅଲଗା ଅଲଗା ହୋଇଥାଏ। କିଛି ଲୋକଙ୍କୁ ଗପିବାକୁ ଭଲ ଲାଗୁଥିବା ବେଳେ ଅନ୍ୟ କିଛି ଲୋକ ଚୁପ୍‌ ରହିଥାନ୍ତି। ଏହିପରି କିଛି ଲୋକ ଅଛନ୍ତି ଯେଉଁମାନେ ଏକା ଏକା ରହିବାକୁ ପସନ୍ଦ କରିଥାନ୍ତି। ସେହିପରି ମିଛ ଓ ସତ କହିବା ମଣିଷର ପ୍ରବୃତ୍ତି। ଆପଣ ଜାଣନ୍ତି କି ମିଛ ଓ ସତ କହିବା ଅଭ୍ୟାସ ମଣିଷର ରାଶି ଉପରେ ନିର୍ଭର କରିଥାଏ। ଜଣେ ବ୍ୟକ୍ତିଙ୍କୁ ରାଶି ଅନୁଯାୟୀ ଜାଣିହୁଏ ଯେ ସେ କେଉଁ କଥାରେ ମିଛ କହିଥାନ୍ତି ଓ କେଉଁ କଥାକୁ ମନ ଭିତରେ ଲୁଚାଇ ରଖିବାରେ ମିଛର ସାହାରା ନେଇଥାନ୍ତି। ତେବେ ରାଶି ଅନୁସାରେ ମନୁଷ୍ୟ କେଉଁ କଥାରେ ମିଛ ଅଧିକ କହିଥାନ୍ତି ଆସନ୍ତୁ ସେ ବିଷୟରେ ଜାଣିବା ।

ମେଷ ରାଶି: ଏହି ରାଶିର ବ୍ୟକ୍ତି ନିଜକୁ ଅଧିକ ଶାନ୍ତ ସ୍ୱଭାବର ଦେଖାଇବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ସତ ଏହା ଯେ ଏହି ବ୍ୟକ୍ତି ସ୍ୱଭାବରେ ଉଗ୍ର ହୋଇଥାନ୍ତି।

ବୃଷ ରାଶି: ବୃଷ ରାଶିର ଲୋକ ବାହାର ଚାକଚକ୍ୟ ପସନ୍ଦ ଆସୁନଥିବାର କହିଥାନ୍ତି। କିନ୍ତୁ ଅନ୍ୟ କେହି ଭିଡ଼ରେ ନିଜକୁ ପ୍ରତିଷ୍ଠା କରିବାକୁ ଲାଗିଲେ ଏହି ବ୍ୟକ୍ତିର ଲୋକେ ମନେ ମନେ ଜଳିବାକୁ ଲାଗିଥାନ୍ତି। ସେହି ବିଷୟରେ ପଚାରିବାରୁ ମୋତେ ସେ କଥାରେ କୌଣସି ରୁଚି ନାହିଁ ବୋଲି ମିଛ କହିଥାନ୍ତି।

ମିଥୁନ ରାଶି:  ମିଥୁନ ରାଶିର ଲୋକେ କାହାର ବ୍ୟକ୍ତିତ୍ୱ କିପରି ସହଜରେ ବୁଝି ପାରନ୍ତି ନାହିଁ ବୋଲି ଦେଖାଇ ହୋଇଥାନ୍ତି।  ଅସଲରେ ଅନ୍ୟକୁ ପରଖିବା  ଖୁବ୍ ଭଲ ଭାବେ ଏମାନେ ଜାଣନ୍ତି ।

କର୍କଟ ରାଶି: କର୍କଟ ରାଶିର ଲୋକେ ନିଜ ଦୁଃଖ ଲୁଚାଇବା ଭଲ ଭାବେ ଜାଣନ୍ତି। ଏହି ରାଶିର ଲୋକଙ୍କ ମନରେ ଯେତେ ଦୁଃଖ ଥାଉ ନା କାହିଁକି ଏମାନଙ୍କୁ ଦୁଃଖର କାରଣ ପଚାରିଲେ କେବେ ମଧ୍ୟ ଖୋଳିକରି କହିନଥାନ୍ତି। ଉତ୍ତରରେ ସେ ଠିକ୍‌ ଅଛନ୍ତି ବୋଲି କହିଥାନ୍ତି।

ସିଂହ ରାଶି: ଏହି ରାଶିର ଲୋକ ଯଦି କୁହନ୍ତି ମୋତେ ସେହି ମାମଲାରେ କୌଣସି ରୁଚି ନାହିଁ ତେବେ ଏହି କଥାକୁ ସତ ମାନିବେ ନାହିଁ। କାରଣ ଏହି ରାଶିର ଲୋକଙ୍କୁ ଅନ୍ୟର କଥାରେ ମୁଣ୍ଡ ପୁରାଇବା ଭଲ ଲାଗିଥାଏ।

କନ୍ୟା ରାଶି: ଏହି ରାଶିର ଲୋକ ଖୁବ୍‌ ଶୀଘ୍ର ଡିପ୍ରେସନ୍‌ର ଶିକାର ହୋଇଯାଆନ୍ତି ଏବଂ ଲୋକଙ୍କ ଠାରୁ ନିଜକୁ ଦୂରେଇ ରଖିବାକୁ ପସନ୍ଦ କରିଥାନ୍ତି। ଏହାର କାରଣ ପଚାରିବାରୁ ମୋର କୌଣସି ସମସ୍ୟା ନାହିଁ ବୋଲି ମିଛ କହିଥାନ୍ତି।

ତୁଳା ରାଶି: ଏହି ରାଶିର ଅଭ୍ୟାସ ମିଛ କହିବା ହୋଇଥାଏ। ଏହି ରାଶିର ବ୍ୟକ୍ତି ଯଦି ଆପଣଙ୍କୁ କୁହନ୍ତି କି ସେ ସତ କହୁଛନ୍ତି ତେବେ ନିଶ୍ଚିତ ହୋଇଯାଆନ୍ତୁ କି ସେ ମିଛ କହୁଛନ୍ତି।

ବିଛା ରାଶି: ଏହି ରାଶିର ଲୋକଙ୍କୁ ଖୁବ୍‌ ଶୀଘ୍ର କୌଣସି ଜିନିଷ ପାଇବାକୁ ଇଚ୍ଛା କଲେ ସେହି ଜିନିଷକୁ ଲୁଚାଇବାକୁ ଯାଇ ମିଛ କହିଥାନ୍ତି।

ଧନୁ ରାଶି:  ଏହି ରାଶିର ଲୋକ କୋମଳ ହୃଦୟର ହୋଇଥାନ୍ତି। ଏହି ରାଶିର ବ୍ୟକ୍ତି ଯଦି କୌଣସି କଥାକୁ ଖାତିର କରନ୍ତିନି କୁହନ୍ତି ତେବେ ଏହା ମିଛ ହୋଇଥାଏ।

ମକର ରାଶି:  ଏହି ରାଶିର ଲୋକେ କୌଣସି ପରିସ୍ଥିତିରେ ମଧ୍ୟ ସାହାଯ୍ୟ ନେବାକୁ ଭଲ ପାଆନ୍ତି ନାହିଁ। ସାହାଯ୍ୟ ପାଇଁ ପଚାରିଲେ ଆବଶ୍ୟକ ନାହିଁ ବୋଲି ମିଛ କହିଥାନ୍ତି।

କୁମ୍ଭ ରାଶି: ଏହି ରାଶିର ଲୋକ ପ୍ରତି କଥାରେ ସନ୍ଦେହ କରିବାର ଅଭ୍ୟାସ ରହିଛି। ଏମାନେ କଥା ଉପରେ ବିଶ୍ୱାସ ରହିଛି ବୋଲି ଦେଖାଇହେଉଥିବା ବେଳେ ଅସଲରେ  ମିଛ କହିଥାନ୍ତି।

ମୀନ ରାଶି: ଏହି ରାଶିର ଲୋକେ ସମସ୍ତଙ୍କ ଠାରୁ  ସାହାଯ୍ୟ ନବା ପାଇଁ ପ୍ରସ୍ତୁତ ହୋଇ ରହିଥାନ୍ତି। ଆବଶ୍ୟକ ପଡିଲେ ମୋତେ ସାହାଯ୍ୟର ଆବଶ୍ୟକ ନାହିଁ ବୋଲି ମିଛ କହିଥାନ୍ତି।

 

 

 

 

 

Related story