ଶିବରାତ୍ରୀରେ କରନ୍ତୁ ନାହିଁ ଏହି ଭୁଲ୍‌, କ୍ରୋଧିତ ହେବେ ଭୋଳାବାବା

ଶିବଭକ୍ତଙ୍କ ପାଇଁ ମହାଶିବରାତ୍ରୀ ବେଶ୍‌ ମହତ୍ତ୍ୱପୂର୍ଣ୍ଣ । ଏହି ଦିନରେ  ଶିବଙ୍କୁ ଆରଧାନା କଲେ ମନୋକାମନା ପୂରଣ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି। ଯଦି ଆପଣ ବି ମହାଶିବରାତ୍ରୀ ପାଳନ କରୁଛନ୍ତି, ତେବେ କିଛିଟା ଦିଗ ପ୍ରତି ଧ୍ୟାନ ଦେବା ଉଚିତ। ଶିବ ପୂଜା କରିବା ସମୟରେ କୌଣସି ଭୁଲ୍‌ ହୋଇଗଲେ ଭୋଳାନାଥ କ୍ରୋଧିତ ହୋଇଯାଆନ୍ତି। ତେଣୁ ଶିବଙ୍କୁ ପୂଜା କରିବା ସମୟରେ ଏପରି କିଛି ଭୁଲ ନ କରିବାକୁ ଶିବ ପୁରାଣରେ ଉଲ୍ଲେଖ ରହିଛି। […]

shiva copy

Rakesh Mallick
  • Published: Monday, 12 February 2018
  • , Updated: 12 February 2018, 09:13 AM IST

ଶିବଭକ୍ତଙ୍କ ପାଇଁ ମହାଶିବରାତ୍ରୀ ବେଶ୍‌ ମହତ୍ତ୍ୱପୂର୍ଣ୍ଣ । ଏହି ଦିନରେ  ଶିବଙ୍କୁ ଆରଧାନା କଲେ ମନୋକାମନା ପୂରଣ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି। ଯଦି ଆପଣ ବି ମହାଶିବରାତ୍ରୀ ପାଳନ କରୁଛନ୍ତି, ତେବେ କିଛିଟା ଦିଗ ପ୍ରତି ଧ୍ୟାନ ଦେବା ଉଚିତ। ଶିବ ପୂଜା କରିବା ସମୟରେ କୌଣସି ଭୁଲ୍‌ ହୋଇଗଲେ ଭୋଳାନାଥ କ୍ରୋଧିତ ହୋଇଯାଆନ୍ତି। ତେଣୁ ଶିବଙ୍କୁ ପୂଜା କରିବା ସମୟରେ ଏପରି କିଛି ଭୁଲ ନ କରିବାକୁ ଶିବ ପୁରାଣରେ ଉଲ୍ଲେଖ ରହିଛି। ଆସନ୍ତୁ ଜାଣିବା ଭୋଳାନାଥଙ୍କୁ କେମିତି କରିବା ପୂଜା।

୧-ହିନ୍ଦୁ ଧର୍ମରେ ତୁଳସୀ ପତ୍ରର ଯଥେଷ୍ଟ ମହତ୍ତ୍ୱ ରହିଛି। ତୁଳସୀ ପତ୍ର ଭଗବାନ ବିଷ୍ଣୁଙ୍କୁ ପ୍ରିୟ ହୋଇଥାଏ। ତେଣୁ ବିଷ୍ଣୁଙ୍କୁ ପୂଜା କରିବା ବେଳେ ତୁଳସୀ ପତ୍ରର ବ୍ୟହାର ନିହାତି କରାଯାଇଥାଏ। ହେଲେ ଶିବପୁରାଣ ଅନୁସାରେ ଶିବଙ୍କୁ ପୂଜା କରିବା ସମୟରେ ତୁଳସୀ ପତ୍ରକୁ ଚଢ଼ାନ୍ତୁ ନାହିଁ।

୨- ଶିବରାତ୍ରୀରେ ଶିବ ଲିଙ୍ଗ ଉପରେ ହଳଦୀ ଚଢ଼ାନ୍ତୁ ନାହିଁ। ଏହି ଦିନରେ ଶିବଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଥିଲେ ତେବେ ସକାଳେ ଶିବଲିଙ୍ଗ ପରେ ଜଳ ଚଢ଼ାନ୍ତୁ।

୩-ପୂଜା ପାଇଁ ସକାଳ ସମୟ ଉପଯୁକ୍ତ ହୋଇଥାଏ। ତେଣୁ ଏହି ଦିନରେ ଡେରିରେ ଉଠିବା ଅଶୁଭ ବୋଲି ଗ୍ରହଣ କରାଯାଇଥାଏ।

୪-ଶିବରାତ୍ରୀ ବ୍ରତ କରୁଥିବା ବ୍ୟକ୍ତି ବିନା କାରଣରେ କାହା ସହିତ ଝଗଡ଼ା କରନ୍ତୁ ନାହିଁ। ଶାନ୍ତ ମନରେ ଦିନସାରା ‘ଓଁମ୍‌ ନମ୍ଃ ଶିବାୟ’ ଜପ କରନ୍ତୁ। ଏହାସହିତ ପୂଜା କରିବା ସମୟରେ ଲୁହା, ଷ୍ଟିଲ୍‌  ଓ ପ୍ଲାଷ୍ଟିକ୍ ବ୍ୟବହାର କରନ୍ତୁ ନାହିଁ।

-ଶିବରାତ୍ରୀ ଦିନ ପତିପତ୍ନୀ ମଧ୍ୟରେ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ। ଏହି ଦିନରେ କାହାକୁ ଉଚ୍ଚ ସ୍ୱରରେ କଥା କୁହନ୍ତୁ ନାହିଁ।

୬- ଶିବରାତ୍ରୀ ଦିନ ମହାଦେବଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି, ତେବେ ଏହି ଦିନରେ କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ। କଳାରଙ୍ଗକୁ ଭଗବାନ ଶିବ ପସନ୍ଦ କରନ୍ତି ନାହିଁ।

୭- ଏହି ଦିନ ସାକାହାରୀ ଭୋଜନ ଖାଆନ୍ତୁ। ମାଂସହାରୀ ଖାଦ୍ୟ ଖାଆନ୍ତୁ ନାହିଁ। ଏହାସହିତ ଏହିଦିନ ଜୀବ ହତ୍ୟା କରନ୍ତୁ ନାହିଁ।

Related story