ଆପଣଙ୍କ ଜୀବନସାଥୀ ରାଗିଛନ୍ତି କି? ଦିଅନ୍ତୁ ଏହି ଉପହାର

ଏକ ସୁନ୍ଦର ସମ୍ପର୍କକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା ଗଢ଼ି ଉଠିଥାଏ। ଯେଉଁଠି ଭଲ ପାଇବା ଥାଏ ସେଠାରେ ରାଗ-ଅଭିମାନ ମଧ୍ୟ ଥାଏ। ଯଦି ଆପଣଙ୍କ ଜୀବନସାଥୀ ରାଗିଛନ୍ତି ତାଙ୍କୁ ବୁଝାଇବାକୁ ବହୁତ ଉପାୟ ଆପଣାଇଥାନ୍ତି। ତେବେ ଚିନ୍ତା କରନ୍ତୁ ନାହିଁ, ଆଜି ଆମେ ଏପରି କିଛି ଟିପ୍ସ ଦେବୁ ଆପଣଙ୍କ ଜୀବନସାଥୀ ପୂରା ଖୁସି ହୋଇଯିବେ। ଫୁଲ: ଆପଣଙ୍କ ଜୀବନସାଥୀ ଯଦି ଅଭିମାନ କରିଛନ୍ତି ତାଙ୍କୁ ଏକ ସୁନ୍ଦର ଲାଲ୍ ଗୋଲାପ […]

Flower

Rakesh Mallick
  • Published: Monday, 15 January 2018
  • , Updated: 15 January 2018, 09:54 AM IST

ଏକ ସୁନ୍ଦର ସମ୍ପର୍କକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା ଗଢ଼ି ଉଠିଥାଏ। ଯେଉଁଠି ଭଲ ପାଇବା ଥାଏ ସେଠାରେ ରାଗ-ଅଭିମାନ ମଧ୍ୟ ଥାଏ। ଯଦି ଆପଣଙ୍କ ଜୀବନସାଥୀ ରାଗିଛନ୍ତି ତାଙ୍କୁ ବୁଝାଇବାକୁ ବହୁତ ଉପାୟ ଆପଣାଇଥାନ୍ତି। ତେବେ ଚିନ୍ତା କରନ୍ତୁ ନାହିଁ, ଆଜି ଆମେ ଏପରି କିଛି ଟିପ୍ସ ଦେବୁ ଆପଣଙ୍କ ଜୀବନସାଥୀ ପୂରା ଖୁସି ହୋଇଯିବେ।

ଫୁଲ: ଆପଣଙ୍କ ଜୀବନସାଥୀ ଯଦି ଅଭିମାନ କରିଛନ୍ତି ତାଙ୍କୁ ଏକ ସୁନ୍ଦର ଲାଲ୍ ଗୋଲାପ ଉପହାର ଦିଅନ୍ତୁ। ଦେଖିବେ ଅଭିମାନିନୀଙ୍କ ମୁଖ ମଣ୍ଡଳରେ ହସ ଖେଳିଯିବ।

ଚକୋଲେଟ୍‌: ଚକୋଲେଟ୍‌ ଖାଇବାକୁ ପ୍ରାୟତଃ ସମସ୍ତେ ଭଲ ପାଇଥାନ୍ତି। ଯଦି ଆପଣଙ୍କ ଜୀବନସାଥୀ ରାଗିଛନ୍ତି, ତାଙ୍କ ପସନ୍ଦ ଅନୁଯାୟୀ ଚକୋଲେଟ୍‌ ଉପହାର ଦିଅନ୍ତୁ।

ପୋଷାକ: ଆପଣଙ୍କ ଜୀବନସାଥୀଙ୍କୁ ମନେଇବା ପାଇଁ ଏକ ଭଲ ପୋଷାକ ମଧ୍ୟ ଉପହାର ଦେଇପାରିବେ।

ଫଟୋ ଫ୍ରେମ୍‌: ଜୀବନସାଥୀକୁ ଫଟୋ ଫ୍ରେମ ମଧ୍ୟ ଉପହାର ଦେଇ ପାରିବେ। ଏହି ଫଟୋ ଫ୍ରେମ୍‌ରେ ଉଭୟଙ୍କର କିଛି ଖାସ୍‌ ଫଟୋ ରଖନ୍ତୁ।

Related story