ଝରକା ନିର୍ମାଣ ସମୟରେ ଧ୍ୟାନ ଦିଅନ୍ତୁ: ନଚେତ ହୋଇପାରେ ଅଶୁଭ

ବାସ୍ତୁଶାସ୍ତ୍ର ଅନୁସାରେ  ଘରର ଝରକାର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ବାଟ ଦେଇ ମୁକ୍ତ ବାୟୁ ଘରେ ପ୍ରବେଶ କରିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଝରକା ନିର୍ମାଣ ସମୟରେ କିଛି ନିୟମ ଉପରେ ଧ୍ୟାନ ଦେଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ତେବେ ଆସନ୍ତୁ ଜାଣିବା ଏହି ନିୟମ ସଂପର୍କରେ। ଗୋଟିଏ ଘରେ ଅଧିକ ଝରକା ନିର୍ମାଣ କରନ୍ତୁ ନାହିଁ। ଘର ସାଇଜ୍‌ ଅନୁସାରେ ଝରକା ନିର୍ମାଣ କରନ୍ତୁ। ଘରେ ଶୁଦ୍ଧ ଓ ତାଜା ବାୟୁର […]

jharaka

Rakesh Mallick
  • Published: Wednesday, 14 March 2018
  • , Updated: 14 March 2018, 09:22 AM IST

ବାସ୍ତୁଶାସ୍ତ୍ର ଅନୁସାରେ  ଘରର ଝରକାର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ବାଟ ଦେଇ ମୁକ୍ତ ବାୟୁ ଘରେ ପ୍ରବେଶ କରିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଝରକା ନିର୍ମାଣ ସମୟରେ କିଛି ନିୟମ ଉପରେ ଧ୍ୟାନ ଦେଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ତେବେ ଆସନ୍ତୁ ଜାଣିବା ଏହି ନିୟମ ସଂପର୍କରେ।

  • ଗୋଟିଏ ଘରେ ଅଧିକ ଝରକା ନିର୍ମାଣ କରନ୍ତୁ ନାହିଁ। ଘର ସାଇଜ୍‌ ଅନୁସାରେ ଝରକା ନିର୍ମାଣ କରନ୍ତୁ।
  • ଘରେ ଶୁଦ୍ଧ ଓ ତାଜା ବାୟୁର ପ୍ରବେଶ ପାଇଁ ଘରର ଲିଭିଂ ରୁମ୍‌ରେ ଝରକା ନିର୍ମାଣ କରନ୍ତୁ।
  • ବାସ୍ତୁ ଅନୁସାରେ ଝରକାକୁ ଘରର ଉଚ୍ଚ ସ୍ଥାନରେ ନିର୍ମାଣ କରନ୍ତୁ। ଏହାଦ୍ୱାରା ଘରେ ଶୁଦ୍ଧ ବାୟୁ ପ୍ରବେଶ କରିଥାଏ।
  • ଧ୍ୟାନ ଦେବେ ଯେପରି ଝରକା ଖୋଲିବା ସମୟରେ କୌଣସି ଶଦ୍ଧ କରୁ ନଥିବ। ଏହାର ପ୍ରଭାବ ଘରର ସୁଖ ଶାନ୍ତି ଉପରେ ପଡିଥାଏ। ଏହାଦ୍ୱାରା ଘରେ ଅଶାନ୍ତି ବଢିଥାଏ।
  • ଘରର ମୁଖ୍ୟ ଦ୍ୱାର ଅବା ଝରକା ସାମନାରେ ଟିଭି ଆଣ୍ଟିନା ଲଗାନ୍ତୁ ନାହିଁ। ବାସ୍ତୁବିତ୍‌ଙ୍କ ମତରେ ଏହା ଅଶୁଭ।
  • ଝରକାରେ ହାଲକା ରଙ୍ଗର ପରଦା ଲଗାଇବା ଭଲ।
  • ଝରକା ବାହାର ପଟେ ସ୍ଥାନ ଥିଲେ ଫୁଲ ଗଛ ଲଗାଇ ପାରିବେ ।

Related story