ହାଇଫାଇ ହେବ ରାଜଧାନୀ ଓ ଶତାବ୍ଦୀ: ଲାଗିବ ଟିଭି, ମିଳିବ ହାଇଜେନିକ୍‌ ଫୁଡ୍‌

ନୂଆଦିଲ୍ଲ: ରାଜଧାନୀ ଏବଂ ଶତାବ୍ଦୀ ଏକ୍ସପ୍ରେସ୍‌ର ରୂପ ବଦଳିବ। କ୍ୟାଟରିଂ ଠାରୁ ସୁରକ୍ଷା ଏବଂ ସ୍ୱଚ୍ଛ ଟଏଲଟ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ। ସେହିପରି ଯାତ୍ରୀଙ୍କ ମନୋରଞ୍ଜନ ପାଇଁ  ଟିଭି ମଧ୍ୟ ଲାଗିବ। ଆରାମଦାୟକ ଯାତ୍ରା ପାଇଁ  ଏମିତି କିଛି ଉତ୍ତମ ସେବା  ଯୋଗାଇଦେବାକୁ ଯୋଜନା କରୁଛି ରେଳବାଇ। ଏହି କାରଣରୁ ଉକ୍ତ ଏକ୍ସପ୍ରେସ୍‌କୁ ଉନ୍ନତିକରଣ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ୩୦ଟି ଟ୍ରେନ୍‌ରେ ପରୀକ୍ଷା କରାଯିବ । ଏଥିମଧ୍ୟରେ ୧୫ଟି ରାଜଧାନୀ ଏକ୍ସପ୍ରେସ୍‌ ଏବଂ ୧୫ଟି ଶତାବ୍ଦୀ […]

rajdhani

Rakesh Mallick
  • Published: Monday, 26 June 2017
  • , Updated: 26 June 2017, 06:53 PM IST

ନୂଆଦିଲ୍ଲ: ରାଜଧାନୀ ଏବଂ ଶତାବ୍ଦୀ ଏକ୍ସପ୍ରେସ୍‌ର ରୂପ ବଦଳିବ। କ୍ୟାଟରିଂ ଠାରୁ ସୁରକ୍ଷା ଏବଂ ସ୍ୱଚ୍ଛ ଟଏଲଟ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ। ସେହିପରି ଯାତ୍ରୀଙ୍କ ମନୋରଞ୍ଜନ ପାଇଁ  ଟିଭି ମଧ୍ୟ ଲାଗିବ। ଆରାମଦାୟକ ଯାତ୍ରା ପାଇଁ  ଏମିତି କିଛି ଉତ୍ତମ ସେବା  ଯୋଗାଇଦେବାକୁ ଯୋଜନା କରୁଛି ରେଳବାଇ। ଏହି କାରଣରୁ ଉକ୍ତ ଏକ୍ସପ୍ରେସ୍‌କୁ ଉନ୍ନତିକରଣ କରାଯିବ।

ପ୍ରାଥମିକ ପର୍ଯ୍ୟାୟରେ ୩୦ଟି ଟ୍ରେନ୍‌ରେ ପରୀକ୍ଷା କରାଯିବ । ଏଥିମଧ୍ୟରେ ୧୫ଟି ରାଜଧାନୀ ଏକ୍ସପ୍ରେସ୍‌ ଏବଂ ୧୫ଟି ଶତାବ୍ଦୀ ଏକ୍ସେପ୍ରସ୍‌ ରହିଛି।  ରାଜଧାନୀ ଏକ୍ସପ୍ରେସ୍‌ ମଧ୍ୟରେ ମୁମ୍ବାଇ, ପାଟନା, ହାଉଡ଼ା ଏବଂ ଭୁବନେଶ୍ୱର ଆଦି ଷ୍ଟେଶନ ରହିଛି। ସେହିପରି ଶତାବ୍ଦୀ ମଧ୍ୟରେ ହାଓଡ଼ା-ପୁରୀ,ନ୍ୟୁଦିଲ୍ଲୀ-ଚଣ୍ଡିଗଡ଼,ନ୍ୟୁଦିଲ୍ଲୀ-କାନପୁର ଆଦି ଷ୍ଟେଶନ ରହିଛି।  ଆସନ୍ତା ଅକ୍ଟୋବର ମାସରୁ ଏହି ନୂତନ ସେବା ଯୋଗାଇଦିଆଯିବ।

ସୂଚନା ଅନୁଯାଇ ଏହି ଦୁଇଟି ଏକ୍ସେପ୍ରେସ୍‌ରେ ସବୁଠୁ ଅଧିକ ଭଡ଼ା ଧାର୍ଯ୍ୟ ହୋଇଥିବା ବେଳେ ନିମ୍ନମାନର ସେବା ଦିଆଯାଉ ଥିବା ଅଭିଯୋଗ  ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ରେଳମନ୍ତ୍ରଣାଳୟ ପକ୍ଷରୁ ଏଥିରେ ସଂସ୍କାର ଅଣିବା ପାଇଁ ପଦକ୍ଷେପ ନିଆଯାଇଛି । ସେହି ଅନୁଯାୟୀ, ସୁରକ୍ଷା ପାଇଁ ଅଧିକ ଆରପିଏଫ ମୁତୟନ, ବଗି ଏବଂ ଟଏଲେଟ୍‌ରେ ସ୍ୱଚ୍ଛତା ଏବଂ ଭଲ ଖାଦ୍ୟ(ଆଇଆରଟିସି ପକ୍ଷରୁ) ପରିବେଷଣ ଉପରେ ଧ୍ୟାନ ଦିଆଯିବ।

Related story