ଦାଢ଼ି ଥିବା ପୁରୁଷ ମହିଳାଙ୍କୁ ଅଧିକ ଆକର୍ଷିତ କରନ୍ତି!

ଆଜିକାଲିର ଯୁବଗୋଷ୍ଠୀ ମାନଙ୍କ ମଧ୍ୟରେ ଦାଢ଼ି ରଖିବା ଏକ ଟ୍ରେଣ୍ଡ୍‌ ହୋଇଗଲାଣି। ଅଧିକାଂଶ ପୁରୁଷଙ୍କୁ ନିଜ ଦାଢ଼ି ଖୁବ୍ ପସନ୍ଦ। ସେମାନେ ଦାଢ଼ିର ଭଲ ଭାବେ ଯତ୍ନ ମଧ୍ୟ ନିଅନ୍ତି। ମୁହଁରେ ଦାଢ଼ି ନଉଠିଲେ ଅନେକ ପୁରୁଷ ଚିନ୍ତିତ ହୋଇପଡ଼ନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମହିଳା ମାନଙ୍କୁ କ୍ଲିନ୍‌ ସେଭ୍‌ କରୁଥିବା ପୁରୁଷଙ୍କ ଅପେକ୍ଷା ଦାଢ଼ି ରଖୁଥିବା ପୁରୁଷ ଅଧିକ ଆକର୍ଷଣୀୟ ଲାଗନ୍ତି। ତେବେ ଆସନ୍ତୁ ଜାଣିବା ମହିଳାମାନେ ଦାଢ଼ି ରଖୁଥିବା ପୁରୁଷଙ୍କୁ କାହିଁକି ପସନ୍ଦ […]

ranbir

Rakesh Mallick
  • Published: Monday, 01 January 2018
  • , Updated: 01 January 2018, 10:26 AM IST

ଆଜିକାଲିର ଯୁବଗୋଷ୍ଠୀ ମାନଙ୍କ ମଧ୍ୟରେ ଦାଢ଼ି ରଖିବା ଏକ ଟ୍ରେଣ୍ଡ୍‌ ହୋଇଗଲାଣି। ଅଧିକାଂଶ ପୁରୁଷଙ୍କୁ ନିଜ ଦାଢ଼ି ଖୁବ୍ ପସନ୍ଦ। ସେମାନେ ଦାଢ଼ିର ଭଲ ଭାବେ ଯତ୍ନ ମଧ୍ୟ ନିଅନ୍ତି। ମୁହଁରେ ଦାଢ଼ି ନଉଠିଲେ ଅନେକ ପୁରୁଷ ଚିନ୍ତିତ ହୋଇପଡ଼ନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମହିଳା ମାନଙ୍କୁ କ୍ଲିନ୍‌ ସେଭ୍‌ କରୁଥିବା ପୁରୁଷଙ୍କ ଅପେକ୍ଷା ଦାଢ଼ି ରଖୁଥିବା ପୁରୁଷ ଅଧିକ ଆକର୍ଷଣୀୟ ଲାଗନ୍ତି। ତେବେ ଆସନ୍ତୁ ଜାଣିବା ମହିଳାମାନେ ଦାଢ଼ି ରଖୁଥିବା ପୁରୁଷଙ୍କୁ କାହିଁକି ପସନ୍ଦ କରନ୍ତି।

  • ବୁଦ୍ଧିମାନ ମହିଳାମାନେ ପୁରୁଷଙ୍କଠାରେ ପରିପକ୍ୱତା ଗୁଣକୁ ଅଧିକ ଭଲ ପାଆନ୍ତି। ତେଣୁ ମହିଳାଙ୍କ ମନ ଜିଣିବାକୁ ଚାହୁଁଥିଲେ ଦାଢ଼ି ରଖନ୍ତୁ। କାରଣ ଏକ ଗବେଷଣାରୁ ଜଣାପଡ଼ିଛି ଯେ ଦାଢ଼ି ରଖିଥିବା ପୁରୁଷ ଅଧିକ ପରିପକ୍ୱ ହୋଇଥାନ୍ତି।
  • ଯେଉଁ ପୁରୁଷଙ୍କ ମୁହଁରେ ଦାଢ଼ି ଥାଏ ସେମାନେ ଖୁବ୍‌ ଆକର୍ଷଣୀୟ ଓ କାମୁକ ଦେଖାଯାଆନ୍ତି। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଦାଢ଼ି ଥିବା ଲୋକଙ୍କଠାରେ ମହିଳାମାନେ ଅଧିକ ଯୌନ ଆକର୍ଷଣ ଥିବା ଅନୁଭବ କରନ୍ତି।
  • ବିନା ଦାଢ଼ିର ପୁରୁଷମାନେ ବି ମହିଳାଙ୍କୁ ଆକୃଷ୍ଟ କରନ୍ତି। କିନ୍ତୁ ଏହା ସର୍ଟ ଟର୍ମ ରିଲେସନ୍‌ସିପ୍‌ ପାଇଁ ଭଲ ହୋଇଥାଏ ବୋଲି ମହିଳାମାନେ ମନେ କରନ୍ତି। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣା ପଡ଼ିଛି ଯେ  ଦାଢ଼ି ନଥିବା ପୁରୁଷଙ୍କ ସହ ମହିଳାଙ୍କ ସଂପର୍କ ଦୀର୍ଘସ୍ଥାୟୀ ହୋଇନଥାଏ। ଦାଢ଼ି ରଖିଥିବା ପୁରୁଷଙ୍କ ସହ ସମ୍ପର୍କ ସୁସ୍ଥ ଓ ଦୀର୍ଘସ୍ଥାୟୀ ହୋଇଥାଏ।
  • ଅଧ୍ୟୟନରୁ ଜଣାପଡ଼ିଛି ମହିଳାମାନେ ଦାଢ଼ି ଥିବା ପୁରୁଷଙ୍କ ସହିତ ଡେଟ୍ କରିବାକୁ ଭଲ ପାଆନ୍ତି। ସେମାନେ ମନେ କରନ୍ତି ଯେ ଦାଢ଼ି ଥିବା ଲୋକେ ସ୍ଥିର ଓ ଗମ୍ଭୀର।
  • ଦାଢ଼ି ଥିବା ଲୋକେ ଅଧିକ ଦାୟିତ୍ୱବାନ ବୋଲି ମହିଳାମାନେ ମନେ କରନ୍ତି।

Related story