ଅଟକି ରହିଥିବା ଟଙ୍କା ଖୁବ୍‌ ଶିଘ୍ର ମିଳିଯିବ, ଆପଣାନ୍ତୁ ଏହି ସବୁ ଉପାୟ

ଆମ ଜୀବନରେ କିଛି ନା କିଛି ଅସୁବିଧା ସବୁବେଳେ ଲାଗି ରହିଛି। ସେହି ଅସୁବିଧାକୁ ଦୂର କରିବାକୁ ଆମେ ଯଥା ସମ୍ଭବ ଚେଷ୍ଟା କରିଥାଉ। ଅନେକ ସମୟରେ ସଫଳତା ମିଳେ ତ ଅନେକ ସଫଳତା ମିଳେନା। ଆମେ ହତୋତ୍ସାହ ହୋଇପଡୁ। ତେବେ ଏ ନେଇ ବିଶେଷ ଚିନ୍ତା କରନ୍ତୁ ନାହିଁ। ଏହାର ସମାଧାନ ସୂତ୍ର ରହିଛି। ଟଙ୍କା ପଇସା ମାମଲାରେ ଆପଣ ଯଦି ଅସୁବିଧାର ସମ୍ମୁଖୀନ ହେଉଥାନ୍ତି ତା ହେଲେ ଆସନ୍ତୁ ଜାଣିବା କେମିତି ଏହି ସମସ୍ୟାରୁ […]

safal

Rakesh Mallick
  • Published: Saturday, 12 May 2018
  • , Updated: 12 May 2018, 09:39 AM IST

ଆମ ଜୀବନରେ କିଛି ନା କିଛି ଅସୁବିଧା ସବୁବେଳେ ଲାଗି ରହିଛି। ସେହି ଅସୁବିଧାକୁ ଦୂର କରିବାକୁ ଆମେ ଯଥା ସମ୍ଭବ ଚେଷ୍ଟା କରିଥାଉ। ଅନେକ ସମୟରେ ସଫଳତା ମିଳେ ତ ଅନେକ ସଫଳତା ମିଳେନା। ଆମେ ହତୋତ୍ସାହ ହୋଇପଡୁ। ତେବେ ଏ ନେଇ ବିଶେଷ ଚିନ୍ତା କରନ୍ତୁ ନାହିଁ। ଏହାର ସମାଧାନ ସୂତ୍ର ରହିଛି। ଟଙ୍କା ପଇସା ମାମଲାରେ ଆପଣ ଯଦି ଅସୁବିଧାର ସମ୍ମୁଖୀନ ହେଉଥାନ୍ତି ତା ହେଲେ ଆସନ୍ତୁ ଜାଣିବା କେମିତି ଏହି ସମସ୍ୟାରୁ ମୁକ୍ତି ପାଇବା।

ଉଜ୍ଜୈନ୍‌ର ଜଣେ ବିଶିଷ୍ଟ ପଣ୍ଡିତ ପ୍ରଫୁଲ ଭଟ୍ଟଙ୍କ ଅନୁସାରେ ଏମିତି କିଛି ସହଜ ଜ୍ୟୋତିଷ ଉପାୟ ଅଛି ଯାହା ଦ୍ୱାରା ଆପଣଙ୍କ ଅସୁବିଧା ଦୂର ହୋଇଯିବ।

ଅଟକି ରହିଥିବା ଟଙ୍କା ଫେରିପାଇବା ପାଇଁ ଆପଣାନ୍ତୁ ଏହି ଉପାୟ:  ଶୁକ୍ଲପକ୍ଷର କୌଣସି ସୋମବାରରୁ ଦୀର୍ଘ ୨୧ ଦିନ ପର୍ଯ୍ୟନ୍ତ ଲଗାତାର ଏମିତି କିଛି ନିୟମ ମାନନ୍ତୁ ଯାହାଦ୍ୱାରା ଅଟକି ରହିଥିବା ଟଙ୍କା ମିଳିଯିବ। ସେ ନିୟମ ସମ୍ପର୍କରା ଜାଣିବାକୁ ଆପଣ ଉତ୍ସୁକ ହୋଇ ପଡିବେଣି। ତା ହେଲେ ପଢନ୍ତୁ।

  •  ସକାଳୁ ଶୀଘ୍ର ଉଠି ଗାଧୋଇ ସାରି ଗୋଟିଏ ଢାଳରେ ପରିସ୍କାର ପାଣି ନେଇ ସେଥିରେ ୫ଟି ଗୋଲାପ ଫୁଲ ପକାନ୍ତୁ। ତାପରେ ସେହି ପାଣିକୁ ନେଇ ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରନ୍ତୁ। ଭଗବାନ ସୂର୍ଯ୍ୟଙ୍କ ପାଖରେ ନିଜ ସମସ୍ୟା ନିରାକରଣ ପାଇଁ ପ୍ରାର୍ଥନା କରନ୍ତୁ। ଖୁବ୍‌ ଶୀଘ୍ର ଆପଣଙ୍କ ଅଟକି ରହିଥିବା ଟଙ୍କା ପ୍ରାପ୍ତ ହେବ।
  • ସଫଳତା ପାଇବା ପାଇଁ  ପ୍ରତି ବୁଧବାର ସୂର୍ଯ୍ୟଙ୍କ ଆଡ଼କୁ ମୁହଁ କରି ନମସ୍କାର କରିନ୍ତୁ।  ଏହା ପରେ ଏକ ନାଲି ସୁତା ନେଇ ‘ଓଁ ଗଂ ଗଣପତୟେ ନମଃ’ ମନ୍ତ୍ର ପଢି ସାତଟି ଗଣ୍ଠି ପକାନ୍ତୁ। ତା’ପରେ ସେହି ସୁତାକୁ ତାବିଜ୍‌ ସହ ପରିଧାନ କରନ୍ତୁ। ଆଉ ପ୍ରତି ବୁଧବାର ସେହି ତାବିଜ୍‌ ବାହାର କରି ତାକୁ ଧୂପ ଦୀପ ଦେଖେଇ ପୁଣି ଥରେ ଧାରଣ କରନ୍ତୁ। ଏହି ତାବିଜ୍‌କୁ ପିନ୍ଧି ଆପଣ ଯେକୌଣସି କାମ କରିବାକୁ ଯିବେ ସେଥିରେ ନିଶ୍ଚିତ ସଫଳତା ପାଇବେ।
  • ସୁଖ ଓ ସମୃଦ୍ଧି ବୃଦ୍ଧି ପାଇଁ ପ୍ରତିଦିନ ସକାଳେ ଗାଧୋଇ ସାରିବା ପରେ ତୁଳସୀ ଗଛରେ ଜଳ ଅର୍ପଣ କରନ୍ତୁ। ଜଳ ଅର୍ପଣ କରିବା ପରେ ତୁଳସୀ ଗଛ ମୂଳରେ ଗାଈର ସୁଦ୍ଧ ଘିଅର ଦୀପ ଜଳାନ୍ତୁ।  ଏମିତି କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବଢ଼ିବା ସହ ପରିବାରରେ ଶାନ୍ତିର ବାତାବରଣ ରହିଥାଏ।

Related story