ଗୋଲମରିଚ ବ୍ୟବହାର କରନ୍ତୁ, ସବୁଦିନ ପାଇଁ ଦୂରେଇ ଯିବ ଆର୍ଥିକ ସମସ୍ୟା  

ଗୋଲମରିଚ ଖାଦ୍ୟର ସ୍ୱାଦ ବଢାଇବାକୁ  ବ୍ୟବହାର କରାଯାଇଥାଏ। ଏହି ଛୋଟ ଗୋଲମରିଚ ବଡ ବଡ ସମସ୍ୟାକୁ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ଏହାର ବିସ୍ତ୍ରୁତି ବିବରଣୀ ରହିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହାର ବ୍ୟବହାର ଭାଗ୍ୟ ବଦଳାଇପାରେ। ତାହେଲେ ଆସନ୍ତୁ କ’ଣ କଲେ ଏହି ଗୋଲମରିଚ ଆପଣଙ୍କ ଭାଗ୍ୟୋଦୟରେ ସହାୟକ ହେବ। – ପାଞ୍ଚଟି ଗୋଲମରିଚକୁ ରୁମାଲରେ ବାନ୍ଧି ଟଙ୍କା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଅର୍ଥାଭାବ ସମସ୍ୟା ଦୂର […]

20120625-black-pepper-tasting-malabar-indian

Rakesh Mallick
  • Published: Thursday, 21 December 2017
  • , Updated: 21 December 2017, 10:19 AM IST

ଗୋଲମରିଚ ଖାଦ୍ୟର ସ୍ୱାଦ ବଢାଇବାକୁ  ବ୍ୟବହାର କରାଯାଇଥାଏ। ଏହି ଛୋଟ ଗୋଲମରିଚ ବଡ ବଡ ସମସ୍ୟାକୁ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ଏହାର ବିସ୍ତ୍ରୁତି ବିବରଣୀ ରହିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହାର ବ୍ୟବହାର ଭାଗ୍ୟ ବଦଳାଇପାରେ। ତାହେଲେ ଆସନ୍ତୁ କ’ଣ କଲେ ଏହି ଗୋଲମରିଚ ଆପଣଙ୍କ ଭାଗ୍ୟୋଦୟରେ ସହାୟକ ହେବ।

- ପାଞ୍ଚଟି ଗୋଲମରିଚକୁ ରୁମାଲରେ ବାନ୍ଧି ଟଙ୍କା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଅର୍ଥାଭାବ ସମସ୍ୟା ଦୂର ହୋଇଯିବ।

- କୌଣସି ମଙ୍ଗଳବାର ଏକ ମୁଠା ଗୋଲମରିଚକୁ ଅଟାରେ ମିଶାଇ  ଗରିବଙ୍କୁ ଦାନ କଲେ ଘରେ ସୁଖ ସମ୍ରୁଦ୍ଧି ବଢିବ।

- ଜଳରେ  ଗୋଲମରିଚ ପକାଇ ଭଗବାନ ସୂର୍ଯ୍ୟଙ୍କୁ ଅର୍ପଣ କଲେ ଘରେ ନକାରାତ୍ମକ ପ୍ରଭାବ ଦୂର ହୋଇଯିବ।

- ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗିରହୁଥିଲେ ଆଳତି ସମୟରେ କର୍ପୁର ସହ ଗୋଲମରିଚ ପକାଇ ଆଳତି  କଲେ ଏହାର ଶୀଘ୍ର ସମାଧାନ ହୋଇଯାଏ।

Related story