ରାସ୍ତାରୁ ଉଠାଇ ନେଇ ନାବାଳିକାଙ୍କୁ ଗଣ ବଳାତ୍କାର

କେନ୍ଦୁଝର (ଓଡ଼ିଶା ରିପୋର୍ଟର): ଦିନ ଦ୍ୱି’ପ୍ରହରରେ ବିଚ୍‌ ରାସ୍ତାରୁ ଜଣେ ନାବାଳିକାଙ୍କୁ ଉଠାଇ ନେଇ ଜଙ୍ଗଲରେ ଗଣ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ମୁହଁ ଖୋଲିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦିଆଯାଇଛି। ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ନାବାଳିକା ଜଣକ ଏନେଇ ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ୧୭ ବର୍ଷୀୟା ନାବାଳିକା ଜଣକ ଆଜି […]

Rakesh Mallick
  • Published: Wednesday, 27 September 2017
  • , Updated: 27 September 2017, 04:40 PM IST

କେନ୍ଦୁଝର (ଓଡ଼ିଶା ରିପୋର୍ଟର): ଦିନ ଦ୍ୱି’ପ୍ରହରରେ ବିଚ୍‌ ରାସ୍ତାରୁ ଜଣେ ନାବାଳିକାଙ୍କୁ ଉଠାଇ ନେଇ ଜଙ୍ଗଲରେ ଗଣ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ମୁହଁ ଖୋଲିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦିଆଯାଇଛି। ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ନାବାଳିକା ଜଣକ ଏନେଇ ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

୧୭ ବର୍ଷୀୟା ନାବାଳିକା ଜଣକ ଆଜି ସକାଳେ ସାଙ୍ଗ ସହିତ କେନ୍ଦୁଝର ଟାଉନ୍‌ ଆସିଥିଲେ। ଟାଉନ୍‌ରେ ଭିଣୋଇଙ୍କ ସାନ ଭାଇ ଦେଖା ହେବାରୁ ନାବାଳିକା ଓ ତାଙ୍କ ସାଙ୍ଗ ମିଶି ସାନ ଘାଗରା ବୁଲିବାକୁ ଯାଇଥିଲେ। ସେଠାରୁ ଫେରି ବଡ଼ ଘାଗରା ବୁଲିବାକୁ ଯାଉଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ସେମାନଙ୍କୁ ପଇସା ମାଗିଥିଲେ। ମାତ୍ର ନାବାଳିକାଙ୍କ ଭିଣୋଇଙ୍କ ଭାଇ ପଇସା ଦେବାକୁ ମନା କରିଥିଲେ। ଏଥିରେ ଯୁବକମାନେ ଉତ୍‌କ୍ଷିପ୍ତ ହୋଇ ଛୁରା ଓ ବ୍ଲେଡ୍‌ରେ ସେମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ତେଣୁ ଜୀବନ ବିକଳରେ ସମସ୍ତେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ମାତ୍ର ନାବାଳିକା ଜଣକ ଦୌଡ଼ି ନପାରି ସେମାନଙ୍କ (ଦୁର୍ବୃତ୍ତ) କଳବରେ ପଡ଼ି ଯାଇଥିଲେ। ଦୁର୍ବୃତ୍ତମାନେ ତାଙ୍କୁ (ନାବାଳିକା) ଜଙ୍ଗଲ ଭିତରକୁ ଟେକି ନେଇ ଗଣ ବଳାତ୍କାର କରିଥିଲେ। ଏପରିକି ବଳାତ୍କାର କଲା ବେଳେ ଫଟୋ ମଧ୍ୟ ଉଠାଇବାକୁ ପଛାଇ ନଥିଲେ। ଏନେଇ ମୁହଁ ଖୋଲିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ପରେ ଦୁର୍ବୃତ୍ତମାନେ ନାବାଳିକାଙ୍କୁ ସେହି ଜଙ୍ଗଲରେ ଛାଡ଼ି ଚାଲି ଯାଇଥିଲେ। ତା‘ପରେ ନାବାଳିକା ଜଣକ ସେହି ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କଠାରୁ ମୋବାଇଲ ମାଗି ଘରକୁ ଫୋନ୍‌ କରିଥିଲେ।

Related story