ମହାନଦୀ ବିବାଦ: ସିଡବ୍ଲ୍ୟୁସି ଅଫିସ ଆଗରେ ବିଜେଡିର ଧାରଣା

ଭୁବନେଶ୍ୱର: ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ କରିବା ଓ ଏ ନେଇ ଓଡ଼ିଶା ସରକାରଙ୍କ ମତାମତ ନ ନେବା ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି। ଧାରଣାରେ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଦେବୀ ମିଶ୍ର, ଅଶୋକ ପଣ୍ଡାଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ହୋଇଛନ୍ତି। “ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର କାମ ବନ୍ଦ କରିବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ। […]

bjd

Rakesh Mallick
  • Published: Wednesday, 03 August 2016
  • , Updated: 03 August 2016, 05:03 PM IST

ଭୁବନେଶ୍ୱର: ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ କରିବା ଓ ଏ ନେଇ ଓଡ଼ିଶା ସରକାରଙ୍କ ମତାମତ ନ ନେବା ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି।

ଧାରଣାରେ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଦେବୀ ମିଶ୍ର, ଅଶୋକ ପଣ୍ଡାଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ହୋଇଛନ୍ତି। “ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର କାମ ବନ୍ଦ କରିବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ। ଓଡ଼ିଶାର ହକ୍‌ କାଇ ଜନମତ ସୃଷ୍ଟି କରାଯିବ” ବୋଲି ସଞ୍ଜୟ ଦାସବର୍ମା କହିଛନ୍ତି।

ସିଡବ୍ଲ୍ୟୁସି ଅଫିସ ଆଗରେ ବିଜେଡି ପ୍ରତିକାତ୍ମକ ଧାରଣା ପୂର୍ବରୁ ଉତ୍ତେଜନା ପ୍ରକାଶ ପାଇଥିଲା। ବିଜେଡିର କିଛି କର୍ମୀ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ସାମ୍ବାଦିକମାନେ ଏହାର ପ୍ରତିବାଦରେ ଆଚାର୍ଯ୍ୟ ବିହାର-ବାଣୀବିହାର ରାସ୍ତା ଅବରୋଧ କରିଥିଲେ। ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା ଘଟଣା ସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

Related story