ସୌନ୍ଦର୍ଯ୍ୟ ବଢାଏ ସୋରିଷ ତେଲ; ଜାଣନ୍ତୁ କେମିତି କରିବେ ବ୍ୟବହାର

ଘରେ ସୋରିଷ ତେଲର ବ୍ୟବହାର ଏକ ସାଧାରଣ କଥା । ସୋରିଷ ତେଲକୁ ସାଧାରଣତଃ ଖାଇବା ତେଲ ରୂପେ ବ୍ୟବହାର କରିଥାଉ। ଏଥିରେ ଭିଟାମିନ୍ ‘ଇ’, ଓମେଗା ଅଲ୍ଫା ୩, ଓମେଗା ଅଲ୍ଫା ୬ ଓ ଆଣ୍ଟି ଅକ୍ସିଡେଣ୍ଟ ପରି ତତ୍ତ୍ୱ ଭରପୂର ମାତ୍ରାରେ ରହିଛି।  ଆୟୁର୍ବେଦରେ ସୋରିଷ ତେଲକୁ  ତ୍ୱଚାରେ ଚମକ ଆସିବା ପାଇଁ ବ୍ୟବହାର କରାଯାଇଥାଏ। ଆସନ୍ତୁ ଜାଣିବା  ସୋରିଷ ତେଲକୁ ବ୍ୟବହାର କରି ମୁହଁର ସୁନ୍ଦରତା କିପରି ବୃଦ୍ଧି କରିପାରିବେ। ମୁହଁର ଦାଗ […]

mustard-beauty-benefits

Rakesh Mallick
  • Published: Monday, 18 December 2017
  • , Updated: 18 December 2017, 10:56 AM IST

ଘରେ ସୋରିଷ ତେଲର ବ୍ୟବହାର ଏକ ସାଧାରଣ କଥା । ସୋରିଷ ତେଲକୁ ସାଧାରଣତଃ ଖାଇବା ତେଲ ରୂପେ ବ୍ୟବହାର କରିଥାଉ। ଏଥିରେ ଭିଟାମିନ୍ 'ଇ', ଓମେଗା ଅଲ୍ଫା ୩, ଓମେଗା ଅଲ୍ଫା ୬ ଓ ଆଣ୍ଟି ଅକ୍ସିଡେଣ୍ଟ ପରି ତତ୍ତ୍ୱ ଭରପୂର ମାତ୍ରାରେ ରହିଛି।  ଆୟୁର୍ବେଦରେ ସୋରିଷ ତେଲକୁ  ତ୍ୱଚାରେ ଚମକ ଆସିବା ପାଇଁ ବ୍ୟବହାର କରାଯାଇଥାଏ। ଆସନ୍ତୁ ଜାଣିବା  ସୋରିଷ ତେଲକୁ ବ୍ୟବହାର କରି ମୁହଁର ସୁନ୍ଦରତା କିପରି ବୃଦ୍ଧି କରିପାରିବେ।

ମୁହଁର ଦାଗ ଦୂର କରେ: ସୋରିଷ ତେଲକୁ ନିୟମିତ ମୁହଁରେ ଲଗାଇବା ଦ୍ୱାରା ତ୍ୱଚାର ରଙ୍ଗ ଫିଟିବା ସହ ଦାଗ ଦୂର ହୋଇଥାଏ। ବେସନରେ ସୋରିଷ ତେଲ ଓ ଲେମ୍ୱୁରସ ମିଶାଇ ଏକ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ୧୦ରୁ ୧୫ ମିନିଟ୍‌ ଲଗାଇ ଛାଡିଦିଅନ୍ତୁ।  ଶୁଖିଯିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇଦିଅନ୍ତୁ।  ସପ୍ତାହରେ ଏପରି ତିନିଥର କରିବା ଦ୍ୱାରା କିଛି ଦିନ ପରେ ଦାଗ ସମସ୍ୟାରୁ ମୁକ୍ତି ପାଇପାରିବେ।

ମୁହଁରେ ଚମକ ଆଣେ: ସୋରିଷ ତେଲକୁ ବ୍ୟବହାର କରି ମୁହଁରେ ସୌନ୍ଦର୍ଯ୍ୟ ବଢାଇ ପାରିବେ। ସୋରିଷ ତେଲରେ ନଡିଆ ତେଲକୁ ସମାନ ମାତ୍ରାରେ ମିଶାଇ ତ୍ୱଚାରେ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ମସାଜ କରନ୍ତୁ। ଏପରି କରିବା ଦ୍ୱାରା ତ୍ୱଚାରେ ରକ୍ତ ସଞ୍ଚାଳନ ବୃଦ୍ଧି ହୋଇଥାଏ ଓ ମୁହଁରେ ଚମକ ଆସିଥାଏ।

ପ୍ରାକୃତିକ ସନ୍‌ସ୍କ୍ରିନ୍‌: ସୋରିଷ ତେଲରେ ଭିଟାମିନ୍‌ 'ଇ' ପ୍ରଚୁର ପରିମାଣରେ ଥିବାରୁ ‌ଏହା ହାନିକାରକ କିରଣ ଓ ଅନ୍ୟ ପ୍ରଦୂଷିତ ତତ୍ତ୍ୱ କବଳରୁ ତ୍ୱଚାକୁ ରକ୍ଷା କରିଥାଏ।  ଏହା ବୟସର ଛାପ ମଧ୍ୟ ଦୂର କରିବା ସହ ପ୍ରାକୃତିକ ସନ୍‌ସ୍କ୍ରିନ୍‌ ରୂପେ କାମ କରିଥାଏ।

ତ୍ୱଚାର ଲୋମଛିଦ୍ର ଖୋଲିଯାଏ: ସୋରିଷ ତେଲକୁ ନିୟମିତ ମୁହଁରେ ଲଗାଇବା ଦ୍ୱାରା ତ୍ୱଚାର ଛିଦ୍ର ଭିତରୁ ସଫା ହେବା ସହ ହାନିକାରକ ତତ୍ତ୍ୱ ବାହାରିଯାଏ ଓ ତ୍ୱଚା ସୁସ୍ଥ ରହିଥାଏ।

ଫଟା ଓଠ ସମସ୍ୟାରୁ ମୁକ୍ତି ଦିଏ: ସୋରିଷ ତେଲ ଲଗାଇବା ଦ୍ୱାରା ଶୁଷ୍କ ଓ ଫଟା ଓଠ ସମସ୍ୟାରୁ ମୁକ୍ତି ମିଳିଥାଏ। ଶୋଇବାକୁ ଯିବା ପୂର୍ବରୁ ଓଠରେ ସୋରିଷ ତେଲ ଲଗାଇବ ଦ୍ୱାରା ଓଠ ଫାଟିବା ସମସ୍ୟା ଦୂର ହୋଇଥାଏ ଓ ଓଠ କୋମଳ ରହିଥାଏ।

କୁଣ୍ଡାଇ ହେବା ଓ ସଂକ୍ରମଣ ସମସ୍ୟାରୁ ମୁକ୍ତି ଦିଏ: ସୋରିଷ ତେଲରେ ଆଣ୍ଟି ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟିଫଙ୍ଗଲ ଗୁଣ ରହିଛି । ଏହାକୁ ନିୟମିତ ରୂପେ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା କୁଣ୍ଡାଇ ହେବା ଓ ସଂକ୍ରମଣ ସମସ୍ୟା ଦୂର ହୋଇଯାଏ। ଏଥିରେ ଥିବା ଆଣ୍ଟି -ଇମ୍ଫ୍ଲେମେଟରୀ ଗୁଣ ତ୍ୱଚା କୁଣ୍ଡାଇ ହେବା ଓ ଜଳିବା ସମସ୍ୟାକୁ ଦୂର କରିଥାଏ।

Related story