ମୃତ୍ୟୁର କାରଣ, ନକରାତ୍ମକ ଚିନ୍ତା

ଗୁରୁଜନମାନେ ସବୁ ବେଳେ ଉପଦେଶ ଦେଇଥାନ୍ତି ଯାହା ବି କର ସକରାତ୍ମକ ଚିନ୍ତାଧାରାରେ କର। ଏହା ଆପଣଙ୍କୁ କେବଳ ସୁଖ ଦେବ ନାହିଁ, ଆପଣଙ୍କ ପ୍ରଗତୀରେ ମଧ୍ୟ ସହାୟକ ହେବ। ନକରାତ୍ମକ ଚିନ୍ତାଧାରା ନେଇ କୌଣସି କାମ କଲେ ଏଥିରେ ଅସଫଳତା ମିଳିବାର ସମ୍ଭାବନା ଅଧିକ ଥାଏ। ଏହା କେବଳ ବଡ଼ମାନେ ସାନଙ୍କ ଦେଉଥିବା ଉପଦେଶ ନୁହେଁ, ସମ୍ପୂର୍ଣ୍ଣ ସତ୍ୟ। ଆଜି ଆମେ ଆପଣଙ୍କୁ ଏମିତି ଏକ କଥା କହିବାକୁ ଯାଉଛୁ, ଯାହା ପଢ଼ିବା ପରେ ଆପଣ […]

negative-thinking

Rakesh Mallick
  • Published: Saturday, 13 January 2018
  • , Updated: 13 January 2018, 07:28 AM IST

ଗୁରୁଜନମାନେ ସବୁ ବେଳେ ଉପଦେଶ ଦେଇଥାନ୍ତି ଯାହା ବି କର ସକରାତ୍ମକ ଚିନ୍ତାଧାରାରେ କର। ଏହା ଆପଣଙ୍କୁ କେବଳ ସୁଖ ଦେବ ନାହିଁ, ଆପଣଙ୍କ ପ୍ରଗତୀରେ ମଧ୍ୟ ସହାୟକ ହେବ। ନକରାତ୍ମକ ଚିନ୍ତାଧାରା ନେଇ କୌଣସି କାମ କଲେ ଏଥିରେ ଅସଫଳତା ମିଳିବାର ସମ୍ଭାବନା ଅଧିକ ଥାଏ। ଏହା କେବଳ ବଡ଼ମାନେ ସାନଙ୍କ ଦେଉଥିବା ଉପଦେଶ ନୁହେଁ, ସମ୍ପୂର୍ଣ୍ଣ ସତ୍ୟ। ଆଜି ଆମେ ଆପଣଙ୍କୁ ଏମିତି ଏକ କଥା କହିବାକୁ ଯାଉଛୁ, ଯାହା ପଢ଼ିବା ପରେ ଆପଣ ହିଁ ନିଜେ ବୁଝି ପାରିବେ କ’ଣ କରିବା ଉଚିତ ଓ କ’ଣ ନ କରିବା ଉଚିତ।

ଆମେରିକାରେ ଜଣେ କଏଦୀକୁ ଫାସି ଦଣ୍ଡ ଦିଆଯାଇଥିଲା। ଫାସି ପୂର୍ବରୁ କଏଦୀ ସହ କିଛି ପରୀକ୍ଷା କରିବାକୁ ବୈଜ୍ଞାନିକମାନେ ଚିନ୍ତା କରିଥିଲେ। କଏଦୀକୁ କୁହାଯାଇଥିଲା, ତାକୁ ଫାସି ନୁହେଁ କିଙ୍ଗ କୋର୍ବା ବିଷରେ ମରାଯିବ। ଏହାପରେ ଏକଦୀ ଆଗକୁ କିଙ୍ଗ କୋବ୍ରା ଅଣାଯାଇଥିଲା। କୋବ୍ରାକୁ ଦେଖିବା ପରେ କଏଦୀ ଜଣଙ୍କ ସମ୍ପୂର୍ଣ୍ଣ ଡରି ଯାଇଥିଲା। ଏକ ଚେୟାରରେ କଏଦୀର ହାତଗୋଡ ବାନ୍ଧି ଦିଆଯିବା ସହ ଆଖିକୁ ବନ୍ଦ କରି ଦିଆଯାଇଥିଲା। ପରେ ସେପଟି ପିନ୍‌ରେ କଏଦୀର ଶରୀରର ବିଭିନ୍ନ ସ୍ଥାନକୁ ଫୋଡ଼ା ଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଲା ଏପରି କରାଯିବାର କିଛି ସମୟ ପରେ ହିଁ କଏଦୀ ଜଣଙ୍କର ମୃତ୍ୟୁ ଘଟିଥିଲା।

ବ୍ୟବଚ୍ଛେଦ ରିପୋର୍ଟ ଯାହା ଆସିଥିଲା, ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ଥିଲା ମୃତ କଏଦୀର ଶରୀରରେ ସାପ ବିଷ ପରି ବିଷ ରହିଛି। ଏହି ବିଷ କଏଦୀର ଶରୀରରେ ହିଁ ସୃଷ୍ଟି ହୋଇଥିଲା।

ଏହି ପରୀକ୍ଷା ପରେ ବୈଜ୍ଞାନିକମାନେ ମତ ଦେଇଥିଲେ, ସକରାତ୍ମକ ଓ ନକରାତ୍ମକ ଚିନ୍ତା ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ପକାଇଥାଏ। ଆମେ କୌଣସି କାମ କରିବାକୁ ସ୍ଥିର କଲେ ଉଭୟ ସକରାତ୍ମକ ଓ ନକରାତ୍ମକ ଚିନ୍ତା ଆସିଥାଏ। ସେହି ଅନୁସାରେ ଆମ ଶରୀରରେ ହରମୋନ୍‌ କ୍ଷରଣ ହୋଇଥାଏ। ଆମକୁ ହେଉଥିବା ବେମାରୀରୁ ୭୫ ପ୍ରତିଶତ କେବଳ ନକରାତ୍ମକ ଚିନ୍ତାରୁ ଉତ୍ପନ୍ନ ଉର୍ଜାରୁ ହିଁ ହୋଇଥାଏ ବୋଲି ରିପୋର୍ଟରେ ଦର୍ଶା ଯାଇଛି।

Related story