କରନ୍ତୁନି ଏସବୁ କାର୍ଯ୍ୟ, ରାଗିଯିବେ ଭୋଳାନାଥ

ଭଗବାନ ମହାଦେବ ବହୁତ ଶୀଘ୍ର ତାଙ୍କ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇଯାଆନ୍ତି। କିନ୍ତୁ କେହି ଖରାପ କାମ କଲେ ସେ ରାଗି ଯାଆନ୍ତି। ପରିମାଣ ସ୍ୱରୂପ ସେ ଦଣ୍ଡ ମଧ୍ୟ ଦେଇଥାଆନ୍ତି। ଯଦି ଆପଣ ଭୋଳାନାଥଙ୍କ କୋପରୁ ବର୍ତ୍ତିବା ପାଇଁ ଚାହୁଁଛନ୍ତି, ତା’ହେଲେ ନିମ୍ନ ଲିଖିତ ପାପ କରନ୍ତୁ ନାହିଁ। ଯଦି ଆପଣ ମନେ ମନେ କାହାକୁ ଘୃଣା କରୁଥାଆନ୍ତି ଅବା କାହାର ମନ୍ଦ ଚିନ୍ତା କରୁଥାଆନ୍ତି, ତା’ହେଲେ ତାହାକୁ ପାପ ବୋଲି କୁହାଯିବ। ଅନ୍ୟର ପତ୍ନୀଙ୍କୁ […]

siva

Rakesh Mallick
  • Published: Tuesday, 07 November 2017
  • , Updated: 07 November 2017, 12:40 PM IST

ଭଗବାନ ମହାଦେବ ବହୁତ ଶୀଘ୍ର ତାଙ୍କ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇଯାଆନ୍ତି। କିନ୍ତୁ କେହି ଖରାପ କାମ କଲେ ସେ ରାଗି ଯାଆନ୍ତି। ପରିମାଣ ସ୍ୱରୂପ ସେ ଦଣ୍ଡ ମଧ୍ୟ ଦେଇଥାଆନ୍ତି। ଯଦି ଆପଣ ଭୋଳାନାଥଙ୍କ କୋପରୁ ବର୍ତ୍ତିବା ପାଇଁ ଚାହୁଁଛନ୍ତି, ତା’ହେଲେ ନିମ୍ନ ଲିଖିତ ପାପ କରନ୍ତୁ ନାହିଁ।

ଯଦି ଆପଣ ମନେ ମନେ କାହାକୁ ଘୃଣା କରୁଥାଆନ୍ତି ଅବା କାହାର ମନ୍ଦ ଚିନ୍ତା କରୁଥାଆନ୍ତି, ତା’ହେଲେ ତାହାକୁ ପାପ ବୋଲି କୁହାଯିବ। ଅନ୍ୟର ପତ୍ନୀଙ୍କୁ ଖରାପ ନଜରରେ ଦେଖିବା ଓ ତାଙ୍କୁ ନିଜର କରିବାକୁ ଉଦ୍ୟମ କରିବା ମଧ୍ୟ ପାପ। ଅନ୍ୟର ଧନସଂପତ୍ତିକୁ ଜୋରଜବରଦସ୍ତ ନିଜର କରିବାକୁ ଉଦ୍ୟମ କରିବା ପାପ ଓ ଅପରାଧ। କୌଣସି ବ୍ୟକ୍ତିଙ୍କୁ ଅକାରଣରେ କ୍ଷତି ପହଞ୍ଚାଇବା ମଧ୍ୟ ପାପ। କାହାରି କାର୍ଯ୍ୟରେ ଅକାରଣରେ ବାଧା ଉପୁଜାଇବା ପାପ। ମଦ ପିଇ ଉପଦ୍ରବ କରିବା ଅବା ନିଜ ଘରେ ମହିଳାଙ୍କୁ ବିନା କାରଣରେ ପ୍ରତାରିତ କରିବା ଅପରାଧ ଓ ପାପ। ଗୁରୁ, ବାପାମା’ ଓ ପତ୍ନୀଙ୍କୁ ଅପମାନିତ କରିବା ଅର୍ଥ ଭଗବାନଙ୍କୁ ଅପମାନିତ କରିବା। ଗର୍ଭବତୀଙ୍କୁ କଟୁ ଶବ୍ଦ କହିବା ମଧ୍ୟ ପାପ ବୋଲି କୁହାଯିବ। ଏସବୁ କାର୍ଯ୍ୟ କଲେ ଦେବ ଦେବ ମହାଦେବ ରାଗି ଯାଆନ୍ତି ଓ ଦଣ୍ଡ ଦିଅନ୍ତି ବୋଲି କୁହାଯାଏ। ତେଣୁ ଏସବୁ କାମରୁ ଦୂରେଇ ରୁହନ୍ତୁ।

ଆହୁରି ମଧ୍ୟ ପଢନ୍ତୁ: ଘରେ କେଉଁ ଦେବୀ ଦେବତାଙ୍କୁ କେମିତି କରିବେ ପୂଜା

Related story