ଜାଣନ୍ତୁ ଶୀତଦିନେ ଶିଶୁଙ୍କ ମାଲିସ୍‌ ବେଳେ କ’ଣ କରିବେ, କ’ଣ କରିବେ ନାହିଁ

ଶୀତଦିନରେ ବିଭିନ୍ନ ପ୍ରକାର ଚର୍ମରୋଗ ହୋଇଥାଏ। କଳ ଫାଟିବା, ଚର୍ମ ଶୁଷ୍କ ପଡ଼ିଯିବା ଆଦି ସମସ୍ୟା ଦେଖାଦେଇଥାଏ। ବିଶେଷ କରି ଏହି ସମସ୍ୟା ବୟସ୍କ ଓ ଶିଶୁମାନଙ୍କ ଠାରେ ଦେଖା ଦେଇଥାଏ। ଶିଶୁଙ୍କ ଚର୍ମ କୋମଳ ହୋଇଥିବାରୁ ଶୀତଦିନେ ସେମାନଙ୍କ ଅଧିକ ଯତ୍ନବାନ ହେବା ଆବଶ୍ୟକ। ଖାସ୍‌ କରି ମାଲିସ୍‌ ଉପରେ ଧ୍ୟାନ ଦିଆଯାଇଥାଏ। ବହୁ ସମୟରେ ଶିଶୁଙ୍କୁ ସାଧାରଣ ତେଲ କିମ୍ବା ଘିଅରେ ମାଲିସ କରାଯାଇଥାଏ। ହେଲେ ଏହା ବହୁ ସମୟରେ ଶିଶୁପ୍ରତି କ୍ଷତିକାରକ ହୋଇଥାଏ। […]

Rakesh Mallick
  • Published: Thursday, 19 October 2017
  • , Updated: 19 October 2017, 09:48 AM IST

ଶୀତଦିନରେ ବିଭିନ୍ନ ପ୍ରକାର ଚର୍ମରୋଗ ହୋଇଥାଏ। କଳ ଫାଟିବା, ଚର୍ମ ଶୁଷ୍କ ପଡ଼ିଯିବା ଆଦି ସମସ୍ୟା ଦେଖାଦେଇଥାଏ। ବିଶେଷ କରି ଏହି ସମସ୍ୟା ବୟସ୍କ ଓ ଶିଶୁମାନଙ୍କ ଠାରେ ଦେଖା ଦେଇଥାଏ। ଶିଶୁଙ୍କ ଚର୍ମ କୋମଳ ହୋଇଥିବାରୁ ଶୀତଦିନେ ସେମାନଙ୍କ ଅଧିକ ଯତ୍ନବାନ ହେବା ଆବଶ୍ୟକ। ଖାସ୍‌ କରି ମାଲିସ୍‌ ଉପରେ ଧ୍ୟାନ ଦିଆଯାଇଥାଏ। ବହୁ ସମୟରେ ଶିଶୁଙ୍କୁ ସାଧାରଣ ତେଲ କିମ୍ବା ଘିଅରେ ମାଲିସ କରାଯାଇଥାଏ। ହେଲେ ଏହା ବହୁ ସମୟରେ ଶିଶୁପ୍ରତି କ୍ଷତିକାରକ ହୋଇଥାଏ। ବଦଳୁ ଥିବା ମୌସୁମୀ ଅନୁଯାୟୀ ଶିଶୁଙ୍କୁ ଉପଯୋଗୀ ତେଲରେ ମାଲିସ କରାଯିବା ଆବଶ୍ୟକ। ଆସନ୍ତୁ ଜାଣିବା ଶିଶୁଙ୍କୁ ମାଲିସ କରିବାର କିଛି ଉପାୟ।

୧. ସୋରିଷ ତେଲ ଶରୀର ପାଇଁ ଅନେକ ଉପକାରୀ। ଶିଶୁଙ୍କ ମାଲିସରେ ଏହାକୁ କାହିଁ କେଉଁ କାଳରୁ ବ୍ୟବହାର କରାଯାଉଛି। କେତେକ ସ୍ଥାନରେ ସୋରିଷ ବାଟି ଶିଶୁଙ୍କ ଦେହରେ ଲଗାଯାଇଥାଏ। ଶୀତଦିନେ ସୋରିଷ ତେଲ ମାଲିସ ଠାରୁ ଭଲ ଉପଚାର ଶିଶୁଙ୍କ ପାଇଁ ଆଉ କିଛିନାହିଁ। କାରଣ ହେବା ଶିଶୁର ଦେହକୁ ଉଷ୍ମ ରଖିଥାଏ।

୨. ସୋରିଷ ତେଲରେ ରସୁଣ ଓ ମେଥି ପକାଇ ଗରମ କରି ଥଣ୍ଡା କରନ୍ତୁ। ପରେ ଏହାକୁ ଶିଶୁ ଦେହରେ ମାଲିସ କରନ୍ତୁ। ରସୁଣରେ ଥିବା ଆଣ୍ଟିଭାଇରାଲ ଓ ଜୀବାଣୁ ନାଶକ ଶକ୍ତି ଶିଶୁଙ୍କ ପାଇଁ ଉପଯୋଗୀ ହୋଇଥାଏ। ତେବେ ମନେ ରଖନ୍ତୁ ରସୁଣ ଓ ମେଥି ସବୁବେଳେ ବ୍ୟବହାର କରନ୍ତୁ ନାହିଁ।

୩. ଯଦି ସୋରିଷ ତେଲ ବ୍ୟବହାର କରିବାକୁ ଚାହୁଁ ନାହିଁନ୍ତି, ତା’ହେଲେ ଅଲିଭ କିମ୍ବା ବାଦାମ ତେଲ ବ୍ୟବହାର କରିପାରିବେ।

୪. ଶିଶୁ ଶରୀରରେ ଘିଅ ମାଲିସ କରୁଥିଲେ ଏହା ବନ୍ଦ କରନ୍ତୁ। କାରଣ ଏହା ଅଧିକ ଅଠାଳିଆ ହୋଇଥିବାରୁ ଶିଶୁର ଚର୍ମ ରନ୍ଧ୍ର (ପୋର୍ସ)କୁ ବନ୍ଦ କରିଦିଏ।

୫. ଶିଶୁ ଦେହରେ ଲହୁଣି ଲଗାଇବାରୁ ନିବୃତ୍ତ ରୁହନ୍ତୁ। କାରଣ ଏହା ଶରୀରେ ଜ୍ୱଳନ ସୃଷ୍ଟି କରିବା ସହିତ କୁଣ୍ଡିଆ ଭଲି ଚର୍ମ ରୋଗର କାରଣ ହୋଇଥାଏ।

Related story