ଜନ୍ମ ସମୟରୁ ଜାଣନ୍ତୁ ଶିଶୁର ସ୍ୱଭାବ

ପ୍ରତ୍ୟେକ ବିଷୟର କିଛି ନା କିଛି ମହତ୍ତ୍ୱ ରହିଛି। ଏହା ଆମେ ଜ୍ୟୋତିଷ ଶାସ୍ତ୍ରରୁ ଜାଣି ପାରିବା। ବ୍ୟକ୍ତିର ଗୁଣ ଓ ସାମର୍ଥ୍ୟ ଜନ୍ମ ହୋଇଥିବା ଗ୍ରହ ଅନୁସାରେ ହୋଇଥାଏ। ସେହି ଅନୁସାରେ ଜୀବନର ଅଲଗା ଅଲଗା ପରିବର୍ତ୍ତନ ହେବା ସହ ବିକାଶ ହୋଇଥାଏ। କୁହାଯାଏ ରାତିରେ ଜନ୍ମିତ ଶିଶୁ ଦିନରେ ଜନ୍ମ ହୋଇଥିବା ଶିଶୁ ଅପେକ୍ଷା ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି। ରାତିରେ ଜନ୍ମିତ ଶିଶୁ କୌଣସି କାର୍ଯ୍ୟର ନିଷ୍ପତ୍ତି ଶୀଘ୍ର ନିଅନ୍ତି ନାହିଁ। ଯାହା ବି […]

babyhgjj copy

Rakesh Mallick
  • Published: Wednesday, 03 January 2018
  • , Updated: 03 January 2018, 10:09 AM IST

ପ୍ରତ୍ୟେକ ବିଷୟର କିଛି ନା କିଛି ମହତ୍ତ୍ୱ ରହିଛି। ଏହା ଆମେ ଜ୍ୟୋତିଷ ଶାସ୍ତ୍ରରୁ ଜାଣି ପାରିବା। ବ୍ୟକ୍ତିର ଗୁଣ ଓ ସାମର୍ଥ୍ୟ ଜନ୍ମ ହୋଇଥିବା ଗ୍ରହ ଅନୁସାରେ ହୋଇଥାଏ। ସେହି ଅନୁସାରେ ଜୀବନର ଅଲଗା ଅଲଗା ପରିବର୍ତ୍ତନ ହେବା ସହ ବିକାଶ ହୋଇଥାଏ। କୁହାଯାଏ ରାତିରେ ଜନ୍ମିତ ଶିଶୁ ଦିନରେ ଜନ୍ମ ହୋଇଥିବା ଶିଶୁ ଅପେକ୍ଷା ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି। ରାତିରେ ଜନ୍ମିତ ଶିଶୁ କୌଣସି କାର୍ଯ୍ୟର ନିଷ୍ପତ୍ତି ଶୀଘ୍ର ନିଅନ୍ତି ନାହିଁ। ଯାହା ବି ନିଷ୍ପତ୍ତି ନିଅନ୍ତୁ ବୁଝିବିଚାରି କରିଥାନ୍ତି।

ଏହାଛଡା ରାତିରେ ଜନ୍ମିତ ଶିଶଙ୍କ ପାଖରେ ବୁଝିବା କ୍ଷମତା ଅଧିକ ଥାଏ। ଏମାନେ କୌଣସି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ପ୍ରାଣପ୍ରାଣେ ଉଦ୍ୟମ କରିଥାନ୍ତି।

ନିକଟରେ ହୋଇଥିବା ଗବେଷଣାରୁ ଜଣାପଡିଛି ରାତି ସମୟରେ ଜନ୍ମିତ ଶିଶୁ ନିଜ ଭବିଷ୍ୟତକୁ ନେଇ ଅଧିକ ଯତ୍ନବାନ ହୋଇଥାନ୍ତି। କୌଣସି ବିଷୟର ସମ୍ପୂର୍ଣ୍ଣ ତଥ୍ୟ ନଜାଣିବା ପର୍ଯ୍ୟନ୍ତ ତାହାକୁ ଛାଡନ୍ତି ନାହିଁ। ଏ ସବୁ ଗୁଣ ଥିବାରୁ ଏମାନେ ଅନ୍ୟ ବ୍ୟକ୍ତି ଅପେକ୍ଷା ଅଲଗା ହୋଇଥାନ୍ତି। ନିଜ ପରିଶ୍ରମ ବଳରେ ଏମାନେ ନିଜ ଭାଗ୍ୟ ବଦଳାଇପାରନ୍ତି।

Related story