ନିର୍ମାଣ ଶ୍ରମିକଙ୍କ ନବୀକରଣ ଅବଧି ୩ ବର୍ଷକୁ ବଢ଼ିଲା

ଭୁବନେଶ୍ୱର: ସରକାରୀ ଓ ବେସକାରୀ କାର୍ଯ୍ୟରେ ନିଯୁକ୍ତି ନିର୍ମାଣ ଶ୍ରମିକଙ୍କ ନବୀକରଣ ଅବଧି ଏଣିକି ୧ବର୍ଷ ପରିବର୍ତ୍ତେ ୩ବର୍ଷକୁ ବୃଦ୍ଧି କରାଯିବ।  ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାଷ ସିଂହ କହିଛନ୍ତି। ସେ କହିଛନ୍ତି,“ସରକାରୀ ଓ ବେସକାରୀ କାର୍ଯ୍ୟରେ ନିଯୁକ୍ତ ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ ବାଧ୍ୟତା ମୂଳକ ହେବ। ନିର୍ମାଣ ଶ୍ରମିକ ଆଇନ ୧୯୯୬ ଧାରା ୭ ଅନୁଯାୟୀ ରେଜିଷ୍ଟ୍ରେସନ କରାଯିବ। ନିର୍ମାଣ ଶ୍ରମିକ ଧାରା ୧୨ ଅନୁଯାୟୀ ନିର୍ମାଣ […]

n

Rakesh Mallick
  • Published: Sunday, 11 December 2016
  • , Updated: 12 December 2016, 07:02 AM IST

ଭୁବନେଶ୍ୱର: ସରକାରୀ ଓ ବେସକାରୀ କାର୍ଯ୍ୟରେ ନିଯୁକ୍ତି ନିର୍ମାଣ ଶ୍ରମିକଙ୍କ ନବୀକରଣ ଅବଧି ଏଣିକି ୧ବର୍ଷ ପରିବର୍ତ୍ତେ ୩ବର୍ଷକୁ ବୃଦ୍ଧି କରାଯିବ।  ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାଷ ସିଂହ କହିଛନ୍ତି।

ସେ କହିଛନ୍ତି,“ସରକାରୀ ଓ ବେସକାରୀ କାର୍ଯ୍ୟରେ ନିଯୁକ୍ତ ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ ବାଧ୍ୟତା ମୂଳକ ହେବ। ନିର୍ମାଣ ଶ୍ରମିକ ଆଇନ ୧୯୯୬ ଧାରା ୭ ଅନୁଯାୟୀ ରେଜିଷ୍ଟ୍ରେସନ କରାଯିବ। ନିର୍ମାଣ ଶ୍ରମିକ ଧାରା ୧୨ ଅନୁଯାୟୀ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ହିତାଧିକାରୀଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି।”

ସୁବାଷ କହିଛନ୍ତି,“ଏହି ନିଷ୍ପତ୍ତି ଫଳରେ ରାଜ୍ୟ ବାହାରେ କାର୍ଯ୍ୟକରୁଥିବା ନିର୍ମାଣ ଶ୍ରମିକମାନଙ୍କୁ ବଡ଼ ସଫଳତା ମିଳିବ। ଏହା ଛଡ଼ା ରାଜ୍ୟରେ କାର୍ଯ୍ୟରତ ସବୁ ବିଭାଗର ଯନ୍ତ୍ରୀମାନଙ୍କୁ ଏକ ପ୍ରତିଶତ (ସେସ) ଆଦାୟ ନିମନ୍ତେ କ୍ଷମତା ପ୍ରଦାନ କରାଯାଇଛି। ରାଜ୍ୟର ସମସ୍ତ ଯନ୍ତ୍ରୀମାନଙ୍କ ଅଧୀନରେ ନିୟୋଜିତ ନିର୍ମାଣ ଶ୍ରମିକ ଏବଂ ବିଭିନ୍ନ ଠିକାଦାରଙ୍କ  ଅଧୀନରେ ନିୟୋଜିତ ନିର୍ମାଣ ଶ୍ରମିକମାନଙ୍କୁ ପଞ୍ଜୀକୃତ କରିବାର କ୍ଷମତା ପ୍ରଦାନ କରାଯାଇଛି।ଏହି ନିଷ୍ପତ୍ତି ବିଭାଗୀୟ ଯନ୍ତ୍ରୀମାନେ କଡାକଡି ଭାବେ କାର୍ଯ୍ୟ କରି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରାଯାଉଥିବା ଯୋଜନା ଗୁଡ଼ିକରେ ଏହା କଡାକଡି ଲାଗୁକରିବାକୁ ନିର୍ଦ୍ଦେଶ ଦିଆଯାଇଛି।”

ସିଂ କହିଛନ୍ତି,“ସହରାଞ୍ଚଳରେ ରହୁଥିବା ନିର୍ମାଣ ଶ୍ରମିକମାନଙ୍କୁ ବାସସ୍ଥାନ ଯୋଗାଇଦେବା ନିମନ୍ତେ ରେଣ୍ଟାଲ ହାଉସିଂ ଯୋଜନାରେ ପକ୍କା ଘର ତିଆରି ପାଇଁ ରାଜ୍ୟର ୧୦ଟି ବଡ଼ ବଡ଼ ସହରାଞ୍ଚଳ ମଧ୍ୟରୁ ୫ଟି ସହରରେ ପ୍ରତ୍ୟେକ ୨୫୦୦ ପରିବାର ରହିବା ପାଇଁ ପକ୍କା ଘର ନିର୍ମାଣ ଯୋଜନା କାର୍ଯ୍ୟ କରାଯିବା ପାଇଁ ସମସ୍ତ ବ୍ୟବସ୍ଥା ଓ ବ୍ୟୟ ବରାଦ କରାଯାଇଛି। ଉକ୍ତ ସହରାଞ୍ଚଳ ମଧ୍ୟରୁ ପ୍ରାଥମିକ ଭାବେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଏବଂ ସମ୍ବଲପୁର ଠାରେ ଏହା କାର୍ଯ୍ୟକାରୀ କରାଯିବ।”

Related story