ଓଡ଼ିଆଙ୍କ ଆତିଥ୍ୟ ବେଶ୍ ପ୍ରଶଂସନୀୟ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ଏକଦା ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିବର୍ତ୍ତନ କରିଥିଲା କଳିଙ୍ଗ ରାଜ୍ୟ। ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଭୂମିକା ବି କିଛି କମ୍‌ ନୁହେଁ। କେବଳ ସେତିକି ନୁହେଁ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଓ ସ୍ଥାପତ୍ୟ ବେଶ ପୁରୁଣା। ଓଡ଼ିଆଙ୍କ ଅତିଥି ପରାୟଣତା ମଧ୍ୟ ବେଶ ପ୍ରଶଂସନୀୟ ବୋଲି ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରବାସୀ ଓଡ଼ିଆ କନ୍‌କ୍ଲେଭକୁ ଉଦ୍‌ଘାଟନ କରି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି। ବୈଠକରେ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କହିଥିଲେ,“ଗତ ଦୁଇ […]

cm

Rakesh Mallick
  • Published: Friday, 06 January 2017
  • , Updated: 07 January 2017, 07:09 AM IST

ନୂଆଦିଲ୍ଲୀ: ଏକଦା ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିବର୍ତ୍ତନ କରିଥିଲା କଳିଙ୍ଗ ରାଜ୍ୟ। ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଭୂମିକା ବି କିଛି କମ୍‌ ନୁହେଁ। କେବଳ ସେତିକି ନୁହେଁ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଓ ସ୍ଥାପତ୍ୟ ବେଶ ପୁରୁଣା। ଓଡ଼ିଆଙ୍କ ଅତିଥି ପରାୟଣତା ମଧ୍ୟ ବେଶ ପ୍ରଶଂସନୀୟ ବୋଲି ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରବାସୀ ଓଡ଼ିଆ କନ୍‌କ୍ଲେଭକୁ ଉଦ୍‌ଘାଟନ କରି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି।

ବୈଠକରେ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କହିଥିଲେ,“ଗତ ଦୁଇ ଦଶନ୍ଧୀ ମଧ୍ୟରେ ଓଡ଼ିଶାର ୧୦୦ ବର୍ଷର ଦୁଃଖ ଦୂର ହୋଇଛି। ବର୍ତ୍ତମାନ ପ୍ରତ୍ୟେକ ଓଡ଼ିଆଙ୍କ ପାଖରେ ଅବସର ଅଛି ୨୦୩୬ରେ ଓଡ଼ିଶାକୁ ସେମାନେ କେମିତି ଦେଖିବାକୁ ଚାହିଁବେ।”

ସେ କହିଛନ୍ତି,“ପଞ୍ଚାୟତ ସ୍ତରରେ ଭିତ୍ତିଭୁମି ବିକାଶ, ତୃଣମୂଳସ୍ତରରେ ସଶକ୍ତିକରଣ, ଆଦିବାସୀଙ୍କ ସୁରକ୍ଷା ଏବଂ ମାଆ ଓ ପିଲାଙ୍କ ସୁରକ୍ଷାକୁ ନେଇ ଆମେ କରିଥିବା କାମକୁ ଅନ୍ୟମାନେ ଗ୍ରହଣ କରୁଛନ୍ତି।”

ଉଦ୍‌ବୋଧନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଇ-ପୋର୍ଟାଲ ‘ଅନନ୍ୟା’ର ଶୁଭାରମ୍ଭ କରିଥିଲେ।

ଏହି ପ୍ରବାସୀ ଓଡ଼ିଆ କନକ୍ଲେଭ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

Related story