ସାହସିକତା ଦେଖାଇଲେ ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର: ଗୋଟିଏ ନିଷ୍ପତ୍ତି ଲିଭାଇ ଦେଲା ପଞ୍ଚକୁଲା ନିଆଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାମ ରହିମ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବାମାତ୍ରେ ଆରମ୍ଭ ହୋଇଯାଇଥିଲା ହିଂସା। ଚାହୁଁ ଚାହୁଁ ଜଳି ଉଠିଥିଲା ହରିୟାଣା, ପଞ୍ଜାବ ଓ ଦିଲ୍ଲୀର ବହୁ ଅଞ୍ଚଳ। ଚାଲିଗଲା ୩୧ ଜୀବନ। ପ୍ରାୟ ୩୦୦ ଲୋକ ଗୁରୁତର ଆହତ ହୋଇଥିଲେ। ଯେତେବେଳେ ୩ଟି ରାଜ୍ୟ ଜଳୁଥିଲା, ଠିକ ସେହି ସମୟରେ ଜଣେ ଲେଡି ଆଇଏଏସ୍‌ ଅଧିକାରୀ ନେଇଥିଲେ ସାହସିକତାର ନିଷ୍ପତ୍ତି। ତାଙ୍କର ଗୋଟିଏ ନିଷ୍ପତ୍ତି ହିଂସାରେ ମାତିଥିବା ଅସାମାଜିକ ବ୍ୟକ୍ତିଙ୍କ ପାଇଁ ପାଲଟି ଯାଇଥିଲା […]

Rakesh Mallick
  • Published: Sunday, 27 August 2017
  • , Updated: 28 August 2017, 08:55 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାମ ରହିମ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବାମାତ୍ରେ ଆରମ୍ଭ ହୋଇଯାଇଥିଲା ହିଂସା। ଚାହୁଁ ଚାହୁଁ ଜଳି ଉଠିଥିଲା ହରିୟାଣା, ପଞ୍ଜାବ ଓ ଦିଲ୍ଲୀର ବହୁ ଅଞ୍ଚଳ। ଚାଲିଗଲା ୩୧ ଜୀବନ। ପ୍ରାୟ ୩୦୦ ଲୋକ ଗୁରୁତର ଆହତ ହୋଇଥିଲେ। ଯେତେବେଳେ ୩ଟି ରାଜ୍ୟ ଜଳୁଥିଲା, ଠିକ ସେହି ସମୟରେ ଜଣେ ଲେଡି ଆଇଏଏସ୍‌ ଅଧିକାରୀ ନେଇଥିଲେ ସାହସିକତାର ନିଷ୍ପତ୍ତି। ତାଙ୍କର ଗୋଟିଏ ନିଷ୍ପତ୍ତି ହିଂସାରେ ମାତିଥିବା ଅସାମାଜିକ ବ୍ୟକ୍ତିଙ୍କ ପାଇଁ ପାଲଟି ଯାଇଥିଲା ବୁମେରାଂ। ନିମିଷକରେ ସ୍ଥିତି ଆସି ଯାଇଥିଲା ନିୟନ୍ତ୍ରଣକୁ। ଆମେ କହୁଛୁ ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ତଥା ପଞ୍ଚକୁଲାର ଡେପୁଟୀ କମିଶନର ଗୌରୀ ପରାଶର ଯୋଶୀଙ୍କ କଥା।

ପୋଲିସ ହାତରୁ ଖସି ଯାଉଥିଲା ପଞ୍ଚକୁଲାର ଆଇନ୍ ଶୃଙ୍ଖଳା ସ୍ଥିତି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଗୌରୀ ସ୍ଥିତି ସମ୍ଭାଳିବା ପାଇଁ ସେନାକୁ ଡାକିବାକୁ ନିଷ୍ପତ୍ତି ନେଇଥିଲେ। ଏପରିକି ଡେରା ସମର୍ଥକଙ୍କ ଆକ୍ରମଣରେ ଆହତ ହୋଇ ବି ମାତ୍ର ଜଣେ ପିଏସ୍ଓଙ୍କ ସହ ସିଧା ତାଙ୍କ ଅଫିସ୍‌କୁ ଯାଇ ପଞ୍ଚକୁଲାର ସ୍ଥିତିକୁ ସେନା ହାତରେ ଦେବା ଲାଗି ନିର୍ଦ୍ଦେଶନାମା ଜାରି କରିଥିଲେ। ସେନାର ହସ୍ତକ୍ଷେପ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ଡେପୁଟୀ କମିଶନର ଗୌରୀ ପରାଶରଙ୍କ ଏହି ସମୟୋଚିତ ନିଷ୍ପତ୍ତି ପଞ୍ଚକୁଲା ପାଇଁ ସଂଜୀବନୀ ସାବ୍ୟସ୍ତ ହୋଇଥିଲା।

୨୦୦୯ ବ୍ୟାଜର ଓଡ଼ିଶା କ୍ୟାଡରର ଏଇ ଆଇଏଏସ୍ ଅଫିସର ପରାଶର ପୂର୍ବରୁ ଓଡ଼ିଶାର ନକ୍ସଲ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟ କରି ତାଙ୍କ ପ୍ରଶାସନିକ ଦକ୍ଷତାର ପରାକାଷ୍ଠା ଦେଖାଇ ସାରିଛନ୍ତି। ଓଟିଭିକୁ ପ୍ରତିକ୍ରିୟା ଦେଇ ଗୌରୀ ପରାଶର କହିଛନ୍ତି, ପରିସ୍ଥିତିକୁ ଦେଖି ସେନାକୁ ଡାକିବାକୁ ନିଷ୍ପତ୍ତି ନେଇଥିଲି।

Related story