ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାଇଲେ ସମସ୍ତ ସମସ୍ୟାର ସମାଧାନ ହୋଇଥାଏ। ନିୟମିତ ଭାବେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ବ୍ୟକ୍ତି ମଧ୍ୟରେ ନେତୃତ୍ୱ ନେବାରେ କ୍ଷମତା ବୃଦ୍ଧି ପାଇବା ସହ ବଳ, ତେଜ, ପରାକ୍ରମ, ସମ୍ମାନ ଓ ଉତ୍ସାହ ବୃଦ୍ଧି ପାଇଥାଏ। ସୂର୍ଯ୍ୟ ଦେବଙ୍କୁ ଜଳ ଚଢ଼ାଇବା ସମୟରେ କିଛି ନିୟମ ରହିଛି ଯାହାକୁ ପାଳନ କରିବା ନିହାତି ଜରୁରୀ। ଆସନ୍ତୁ ଜାଣିବା ସେ ସଂପର୍କରେ
- ସୂର୍ଯ୍ୟ ଦେବଙ୍କୁ ଜଳ ଚଢ଼ାଇବା ସମୟରେ ଆଖ ପାଖରେ ଅଳିଆ ଡବା ଓ ଆବର୍ଜନା ଥିଲେ ହଟାଇଦିଅନ୍ତୁ। ଏହା ନକାରାତ୍ମକ ଶକ୍ତିକୁ ବଢ଼ାଇଥାଏ।
- ସୂର୍ଯ୍ୟଙ୍କୁ ଜଳ ଚଢ଼ାଇବା ପାଇଁ ଏକ ଅଲଗା ପାତ୍ରର ବ୍ୟବହାର କରନ୍ତୁ। ଏହାକୁ ଯେପରି ଖାଦ୍ୟ ପ୍ରସ୍ତୁତି ଅବା ଅନ୍ୟ କାମରେ ବ୍ୟବହାର ନକରନ୍ତି।
- ସୂର୍ଯ୍ୟଦେବଙ୍କୁ ଜଳ ସର୍ବଦା ଡାହାଣ ହାତରେ ଚଢ଼ାନ୍ତୁ।
- ଜଳ ଅର୍ପଣ କରିବା ପୂର୍ବରୁ ପିଆଜ ରସୁଣ ଖାଆନ୍ତୁ ନାହିଁ।
- ଜଳ ଅର୍ପଣ କରିସାରିବା ପରେ ସେହି ଜଳକୁ କିଛି ମାତ୍ରାରେ ବଳକା ରଖନ୍ତୁ ଏବଂ ଏହାକୁ ନେଇ ଚତୁଃପାର୍ଶ୍ୱରେ ଛିଞ୍ଚି ଦିଅନ୍ତୁ। ଏପରି କରିବା ଦ୍ୱାରା ପୂଜା ଅଧିକ ଫଳଦାୟକ ହୋଇଥାଏ।