ତେଲ ଖେଳିବ ଲୁଚକାଳି: ମେ ୧ରୁ  ପ୍ରତିଦିନି ବଦଳିବ ପେଟ୍ରୋଲ ଏବଂ ଡିଜେଲ ଦର

ନୂଆଦିଲ୍ଲୀ: ଏଣିକି ପ୍ରତିଦିନ ବଦଳିବ ତେଲଦର। ଆଉ ରହିବନି ନିର୍ଦ୍ଧିଷ୍ଟ ମୂଲ୍ୟ। ତୈଳ କମ୍ପାନୀ ଗୁଡ଼ିକ ପକ୍ଷରୁ ଏହି ଦର ଧାର୍ଯ୍ୟ ହେବ। ପ୍ରାଥମିକ ପର୍ଯ୍ୟାୟରେ  ୫ଟି ସହରରେ ଏହାର ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ। ଏହି ସହରଗୁଡ଼ିକ ହେଲା ପୁଡ଼ୁଚେରୀ, ବିଶାଖାପାଟଣା, ରାଜସ୍ଥାନ, ଜାମସେଦପୁର ଏବଂ ଛତିଶଗଡ଼। ସ୍ଥିତି ଅନୁଧ୍ୟାନପରେ ଏହାକୁ ଦେଶର ଅନ୍ୟ ସହରରେ କାର୍ଯ୍ୟକାରୀ କରାଯିବ। କେନ୍ଦ୍ର ପେଟ୍ରୋଲିମୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ଆନ୍ତର୍ଜାତୀୟସ୍ତରରେ ଅଶୋଧିତ ତୈଳମୂଲ୍ୟର ଦୈନିକ […]

petrol-pump

Rakesh Mallick
  • Published: Wednesday, 12 April 2017
  • , Updated: 12 April 2017, 04:35 PM IST

ନୂଆଦିଲ୍ଲୀ: ଏଣିକି ପ୍ରତିଦିନ ବଦଳିବ ତେଲଦର। ଆଉ ରହିବନି ନିର୍ଦ୍ଧିଷ୍ଟ ମୂଲ୍ୟ। ତୈଳ କମ୍ପାନୀ ଗୁଡ଼ିକ ପକ୍ଷରୁ ଏହି ଦର ଧାର୍ଯ୍ୟ ହେବ। ପ୍ରାଥମିକ ପର୍ଯ୍ୟାୟରେ  ୫ଟି ସହରରେ ଏହାର ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ। ଏହି ସହରଗୁଡ଼ିକ ହେଲା ପୁଡ଼ୁଚେରୀ, ବିଶାଖାପାଟଣା, ରାଜସ୍ଥାନ, ଜାମସେଦପୁର ଏବଂ ଛତିଶଗଡ଼। ସ୍ଥିତି ଅନୁଧ୍ୟାନପରେ ଏହାକୁ ଦେଶର ଅନ୍ୟ ସହରରେ କାର୍ଯ୍ୟକାରୀ କରାଯିବ। କେନ୍ଦ୍ର ପେଟ୍ରୋଲିମୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ଆନ୍ତର୍ଜାତୀୟସ୍ତରରେ ଅଶୋଧିତ ତୈଳମୂଲ୍ୟର ଦୈନିକ ପରିବର୍ତ୍ତନ ହେଉଥିବାରୁ ଏଭଳି ପଦକ୍ଷଷପ ନିଆଯାଉଥିବା କୁହାଯାଉଛି।

ଏନେଇ ଖଚୁରା ବେପାରୀ  ଇଣ୍ଡିଆନ ଅଏଲ କର୍ପୋରେଶନ (ଆଓସି), ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ପକ୍ଷରୁ ପାଇଲଟ ପ୍ରକଳ୍ପ ଆରମ୍ଭ  ହେବ। ଏଥିରେ ଦୈନିକ ତେଲ ଦର ଅନୁଧ୍ୟାନ କରି ଧାର୍ଯ୍ୟ କରାଯିବ। ଏହି କର୍ପୋରେଶନ ଗୁଡ଼ିକର ଦେଶବ୍ୟାପୀ ୫୮,୦୦୦ ପେଟ୍ରୋଲ ପମ୍ପ ରହିଛି। ସୂଚନା ଯୋଗ୍ୟ ଯେ, ପେଟ୍ରୋଲ ଦର ଧାର୍ଯ୍ୟ କରିବାର କ୍ଷମତା ୨୦୧୦ରୁ କେନ୍ଦ୍ର ସରକକାରଙ୍କ ହାତରୁ ଚାଲିଯାଇଥିଲା। ଏବେ ଭୁବନେଶ୍ୱରରେ  ପେଟ୍ରୋଲ ଲିଟର ପ୍ରତି ୬୫.୧୪ ଟଙ୍କା ଥିବା ବେଳେ ଡିଜେଲ ଲିଟର ପ୍ରତି ୫୪.୨୬ ଟଙ୍କା ରହିଛି।

Related story