ପପୁ ଫେରାର, ପତ୍ତା ପାଉନି ପୋଲିସ

ଭୁବନେଶ୍ୱର: ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ପତ୍ତା ମିଳୁନାହିଁ। ପୋଲିସ ତାଙ୍କୁ ଖୋଜୁଛି ହେଲେ ତାଙ୍କର କିଛି ଟେର ବି ପାଉନାହିଁ। ପପୁଙ୍କ ନାଁରେ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା ରୁଜୁ ହେବା ପରେ ଆଜି କମିଶନରେଟ୍‌ ପୋଲିସ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନକୁ ଯାଇଥିଲା। ମାତ୍ର ପପୁ ଘରେ ନ ଥିଲେ। ‘ରଙ୍ଗିଲା ଟୋକା’ ଭାବେ ଓଲିଉଡରେ ପରିଚିତ ପପୁଙ୍କ ଜଗନ୍ନାଥ ବିହାରସ୍ଥିତ ଘରକୁ ଆଜି କମିଶନରେଟ ପୋଲିସ ଯାଇଥିଲା। ଏଠାରେ ପପୁ ସପରିବାରେ ରୁହନ୍ତି। ହେଲେ […]

papu1

Rakesh Mallick
  • Published: Tuesday, 28 June 2016
  • , Updated: 28 June 2016, 06:51 PM IST

ଭୁବନେଶ୍ୱର: ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ପତ୍ତା ମିଳୁନାହିଁ। ପୋଲିସ ତାଙ୍କୁ ଖୋଜୁଛି ହେଲେ ତାଙ୍କର କିଛି ଟେର ବି ପାଉନାହିଁ। ପପୁଙ୍କ ନାଁରେ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା ରୁଜୁ ହେବା ପରେ ଆଜି କମିଶନରେଟ୍‌ ପୋଲିସ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନକୁ ଯାଇଥିଲା। ମାତ୍ର ପପୁ ଘରେ ନ ଥିଲେ।

‘ରଙ୍ଗିଲା ଟୋକା’ ଭାବେ ଓଲିଉଡରେ ପରିଚିତ ପପୁଙ୍କ ଜଗନ୍ନାଥ ବିହାରସ୍ଥିତ ଘରକୁ ଆଜି କମିଶନରେଟ ପୋଲିସ ଯାଇଥିଲା। ଏଠାରେ ପପୁ ସପରିବାରେ ରୁହନ୍ତି। ହେଲେ ଘରେ ତାଲା ଝୁଲୁଥିବା ପୋଲିସ ଦେଖିବାକୁ ପାଇଥିଲା। ପୋଲିସ ପାଖ ପଡୋଶୀଙ୍କୁ ପପୁଙ୍କ ପରିବାର ସମ୍ପର୍କରେ ପଚାରିବାରୁ ଗତ ୩ ଦିନ ହେଲା ତାଙ୍କ ଘରେ ତାଲା ପଡିଥିବା ଉତ୍ତର ପାଇ ନିରାଶ ହୋଇ ଫେରିଥିଲା।

ଯୌନ ନିର୍ଯାତନା ମାମଲାରେ ପପୁ ଗିରଫ ହେବା ନିଶ୍ଚିତ ହୋଇଯାଇଥିବାରୁ ସେ ଫେରାର ହୋଇଯାଇଥିବା ଚର୍ଚ୍ଚା ହେଉଛି।

“ଏହି ମାମଲାରେ ପପୁ ଓ ତାଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁଙ୍କୁ ନୋଟିସ୍‌ ଜାରି କରାଯାଇଛି। ଘଟଣା ସମ୍ପର୍କରେ ଜାଣିଥିବା ଅନ୍ୟ କିଛି ବ୍ୟକ୍ତିଙ୍କୁ ନୋଟିସ୍‌ କରାଯିବ” ବୋଲି ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି।

କମିଶନରେଟ୍‌ ପୋଲିସ ଆଜି ଏହି ଘଟଣାରେ ୧୬୧ ଧାରାରେ ନାବାଳିକାଙ୍କ ମାଆଙ୍କ ବୟାନ ରେକର୍ଡ କରିଛି।

Related story