ପୋଲାଭରମ୍‌କୁ ବିରୋଧ କରି ରାଜଭବନ ସମ୍ମୁଖରେ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର: ପୋଲାଭରମ୍‌ ପ୍ରକଳ୍ପକୁ ବିରୋଧ କରି ଆଜି ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ କରାଯିବା ସହ ଏକ ପ୍ରତିବାଦ ସଭା କରାଯାଇଥିଲା। ଏଥିରେ ଦଳର ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ। ଏହା ସହ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ବରିଷ୍ଠ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ। ହିମିରିକା କହିଛନ୍ତି,“ତୁରନ୍ତ ପୋଲାଭରମ କାର୍ଯ୍ୟ ବନ୍ଦ କରିବାକୁ ସ୍ମାରକପତ୍ରରେ […]

bjd

Rakesh Mallick
  • Published: Wednesday, 14 September 2016
  • , Updated: 14 September 2016, 03:07 PM IST

ଭୁବନେଶ୍ୱର: ପୋଲାଭରମ୍‌ ପ୍ରକଳ୍ପକୁ ବିରୋଧ କରି ଆଜି ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ କରାଯିବା ସହ ଏକ ପ୍ରତିବାଦ ସଭା କରାଯାଇଥିଲା। ଏଥିରେ ଦଳର ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ। ଏହା ସହ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ବରିଷ୍ଠ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ।

ହିମିରିକା କହିଛନ୍ତି,“ତୁରନ୍ତ ପୋଲାଭରମ କାର୍ଯ୍ୟ ବନ୍ଦ କରିବାକୁ ସ୍ମାରକପତ୍ରରେ ଦାବି କରାଯାଇଛି। ଡ୍ୟାମ୍‌ର ଉଚ୍ଚତାକୁ କମାଇବାକୁ ଦାବି କରାଯାଇଛି। ଓଡ଼ିଶାର ହେଉଥିବା କ୍ଷତିକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମକୁ କରାଯାଉ ବୋଲି ଆମେ ଦାବି କରିଛୁ।”

ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା କହିଛନ୍ତି,“ପୋଲାଭରମ୍ ନେଇ ଆମେ ଆମର ପୁରୁଣା ଦାବିଗୁଡ଼ିକୁ ପୁଣି ଦୋହରାଇଛୁ। ବାରମ୍ବାର ଦାବି ସତ୍ତ୍ୱେ କେନ୍ଦ୍ର ସରକାର ଓଡ଼ିଶାକୁ ଉପେକ୍ଷା କରି ଆସିଛନ୍ତି। ଏ ବିଷୟରେ ଆମେ ରାଷ୍ଟ୍ରପତିଙ୍କୁ ଜଣାଇଛୁ। ପୋଲାଭରମ୍ ସଂପର୍କରେ କୌଣସି ନିଷ୍ପତ୍ତି ନ ଆସିଲା ପର୍ଯ୍ୟନ୍ତ ଏହାର ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାକୁ ଓ ଏହାକୁ ମିଳିଥିବା ପରିବେଶ ମଞ୍ଜୁରୀକୁ ରଦ୍ଦ କରିବାକୁ ଆମେ ଦାବି କରିଛୁ। ପୋଲାଭରମ୍ ଡ୍ୟାମ୍‌ର ଉଚ୍ଚତାକୁ ୧୫୦ ଫୁଟ୍‌ରୁ କମାଇବାକୁ ବି ଆମେ ଦାବି କରିଛୁ।”

ଆସନ୍ତା ୨୦ ତାରିଖରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ ସଭା କରାଯିବ। ଅକ୍ଟୋବର ୧ରେ ଦକ୍ଷିଣ ଓଡ଼ିଶାରେ ୭ଟି ଜିଲ୍ଲାରେ ଜିଲ୍ଲାବ୍ୟାପି ଶାନ୍ତିପୂର୍ଣ୍ଣ ହରତାଳ କରାଯିବ। ସବୁ ଜିଲ୍ଲାରେ କାର୍ଯ୍ୟକ୍ରମର ସୁପରିଚାଳନା ନେଇ ଦଳର ସଭାପତି ନବୀନ ପଟ୍ଟନାୟକ ପର୍ଯ୍ୟବେକ୍ଷକ ଓ ସହ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛନ୍ତି।

ପୋଲାଭରମ ପ୍ରକଳ୍ପ ନିର୍ମାଣ ଦ୍ୱାରା ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାର କିଛି ଅଞ୍ଚଳରେ ସ୍ଥାନୀୟ ଲୋକ ଓ ଆଦିବାସୀ ବାସଚ୍ୟୁତ ହେବ ବୋଲି ଦଳ ଅଭିଯୋଗ କରିଛି। ଏହା କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କ ଓଡ଼ିଶା ବିରୋଧୀ ମନୋଭାବ ବୋଲି ପୂର୍ବରୁ ଦଳ ଅଭିଯୋଗ କରିଆସୁଛି। ଏଥିସହ ନିୟମର ଉଲ୍ଲଂଘନ ହେଉଥିବାରୁ ମିଳିଥିବା ପରିବେଶ ମଞ୍ଜୁରୀ ରଦ୍ଦ କରାଯାଉ ବୋଲି ଦଳ ଦାବି କରିଛି।

Related story