ପ୍ରାର୍ଥନା ଦୂର କରେ ଏହି ସବୁ ସମସ୍ୟା

ମାନସିକ ଅବସାଦ ଦୂର କରିବାର ସହଜ ଉପାୟ ହେଉଛି ପ୍ରାର୍ଥନା। ପ୍ରତିଦିନ ପ୍ରାର୍ଥନା କରିବା ଦ୍ୱାରା  ମନରେ ସକାରତ୍ମକ ଭାବନା ଆସିଥାଏ।  ପ୍ରାର୍ଥନାକୁ ନୋଏଟିକ ଥେରୋପି କୁହାଯାଇଥାଏ। ଯାହା ବିନା ଔଷଧ ଓ ସର୍ଜରୀ ଦ୍ୱାରା ବିଭିନ୍ନ ସମସ୍ୟାରୁ ମୁକ୍ତି ଦେଇଥାଏ। ତେବେ ଆସନ୍ତୁ ଜାଣିବା ନିୟମିତ ପ୍ରାର୍ଥନା କରିବା ଦ୍ୱାରା ଶରୀରକୁ ଆଉ କେଉଁ ସବୁ ଫାଇଦା ମିଳେ। ୧. ଗବେଷଣାରୁ ଜଣାପଡିଛି ନିୟମିତ ପ୍ରାର୍ଥନା କରିବା ଦ୍ୱାରା ଶରୀର ଓ ମନ ସୁସ୍ଥ ରହେ। […]

Praying

Rakesh Mallick
  • Published: Monday, 11 June 2018
  • , Updated: 11 June 2018, 09:05 AM IST

ମାନସିକ ଅବସାଦ ଦୂର କରିବାର ସହଜ ଉପାୟ ହେଉଛି ପ୍ରାର୍ଥନା। ପ୍ରତିଦିନ ପ୍ରାର୍ଥନା କରିବା ଦ୍ୱାରା  ମନରେ ସକାରତ୍ମକ ଭାବନା ଆସିଥାଏ।  ପ୍ରାର୍ଥନାକୁ ନୋଏଟିକ ଥେରୋପି କୁହାଯାଇଥାଏ। ଯାହା ବିନା ଔଷଧ ଓ ସର୍ଜରୀ ଦ୍ୱାରା ବିଭିନ୍ନ ସମସ୍ୟାରୁ ମୁକ୍ତି ଦେଇଥାଏ। ତେବେ ଆସନ୍ତୁ ଜାଣିବା ନିୟମିତ ପ୍ରାର୍ଥନା କରିବା ଦ୍ୱାରା ଶରୀରକୁ ଆଉ କେଉଁ ସବୁ ଫାଇଦା ମିଳେ।

୧. ଗବେଷଣାରୁ ଜଣାପଡିଛି ନିୟମିତ ପ୍ରାର୍ଥନା କରିବା ଦ୍ୱାରା ଶରୀର ଓ ମନ ସୁସ୍ଥ ରହେ। କ୍ରୋଧ ଉପରେ ମଧ୍ୟ ନିୟନ୍ତ୍ରଣ ଆସିଥାଏ।

୨. ପ୍ରାର୍ଥନା କରିବା ଦ୍ୱାରା ମନରୁ ମାନସିକ ଚିନ୍ତା ଅବସାଦ ଦୂର ହୁଏ। ଆୟୁଷ ବୃଦ୍ଧି ପାଏ।

୩. ପ୍ରାର୍ଥନା କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହେ।

୪. ପ୍ରାର୍ଥନା ମନରୁ କଳୁଷିତ ବିଚାରକୁ ଦୂର କରିବାରେ ସହାୟକ ହୋଇଥାଏ। ନିୟମିତ ପ୍ରାର୍ଥନା କରିବା ଦ୍ୱାରା ମନରୁ  ଦୁଃଖ ଓ ଅବସାଦ ଦୂର ହୋଇଥାଏ।

୫. ମନ୍ତ୍ର, ସଙ୍ଗୀତ, ସ୍ପର୍ଶକୁ ମଧ୍ୟ ନୋଏଟିକ ଥେରୋପି କୁହାଯାଏ। ଏହା ମନକୁ ପବିତ୍ର କରିବା ସହ ଦୃଢ ହେବାକୁ ଶକ୍ତି ଯୋଗାଇଥାଏ।

୬. ସାମୂହିକ ପ୍ରାର୍ଥନା ମନରେ ଏକତା ଭାବନା ସୃଷ୍ଟି କରିବା ସହ ଏକୁଟିଆ ପଣ ଦୂର କରିଥାଏ। 

ପ୍ରାର୍ଥନା କରିବାର ନିୟମ

କୌଣସି ଏକାନ୍ତ  ଜାଗାରେ ବସନ୍ତୁ। ନିଜ ମେରୁଦଣ୍ଡର ହାଡକୁ ସିଧା ରଖନ୍ତୁ।  ଏହାପରେ ନିଜ ଇଷ୍ଟ ଦେବତା, ଗୁରୁ ଅବା ଈଶ୍ୱରଙ୍କୁ ଧ୍ୟାନ କରନ୍ତୁ। ବଡ ପାଟିରେ ପ୍ରାର୍ଥନା ବୋଲନ୍ତୁ।

Related story