ବିଚିତ୍ର ଅବସ୍ଥା ! ଖଟିଆରେ ବୁହା ହେଲେ ଗର୍ଭବତୀ

ଜୟପୁର (ଓଡ଼ିଶା ରିପୋର୍ଟର): ଜନନୀ ଯନ୍ତ୍ରଣା ଥମିବାର ନାଁ ଧରୁନି। କେତେବେଳେ ଭାରରେ ବୁହାଯାଉଛି ତ ଆଉ କେତେବେଳେ ଚାଲି ଚାଲି ମେଡ଼ିକାଲ ଯାଉଛି। ଏପରି ଏକ ଘଟଣା ଆଜି ଆଦିବାସୀ ଅଧ୍ୟୁଷିତ କୋରାପୁଟ୍‌ ଜିଲ୍ଲାରେ ଘଟିଛି। ଆମ୍ୱୁଲାନ୍ସ ନଆସିବାରୁ ପରିବାର ଲୋକେ ଗର୍ଭବତୀଙ୍କୁ ଭାରରେ ବୁହି ମେଡ଼ିକାଲ ନେଇଥିଲେ।

ଜୟପୁର ବ୍ଲକ ଗଡ଼ପଦର ପଞ୍ଚାୟତର ରାମଗଡ଼ ଗାଁର ଫୁଲମତି ମୁଦୁଲି ଆଜି ଗର୍ଭ ଯନ୍ତ୍ରଣା ପାଇଥିଲେ। ପରିବାର ଲୋକେ ତାଙ୍କୁ ମେଡ଼ିକାଲ ନେବା ପାଇଁ ୧୦୨ ଆମ୍ବୁଲାନସକୁ ଯୋଗାଯୋଗ କରିଥିଲେ। ମାତ୍ର ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ପାରିନଥିଲା। ପରିବାର ଲୋକେ କିଛି ସମୟ ଅପେକ୍ଷା କରି ଖଟିଆରେ ଗର୍ଭବତୀଙ୍କୁ ବୋହି ନେଇଥିଲେ। ପରେ ଅଟୋରେ ନେଇ ଫୁଲମତି ଜୁମୁଲିପୁଟ ସ୍ଥିତ ରାବଣାଗୁଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜୟପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ଆହୁରି ପଢ଼ନ୍ତୁ

ହାଜତ ମୃତ୍ୟୁକୁ ନେଇ କୋଡ଼ିଙ୍ଗାରେ ପ୍ରବଳ ଉତ୍ତେଜନା, ପୁଲିସର ଫ୍ଲାଗମାର୍ଚ୍ଚ

ନବୀନଙ୍କ ପଞ୍ଚମ ପାଳିରେ କେଉଁ ବିଭାଗ ମନ୍ତ୍ରୀଙ୍କ ପାଇଁ କ’ଣ ରହିଛି ଚ୍ୟାଲେଞ୍ଜ ?

ପୂଜା କରୁଥିବା ବେଳେ ପୂଜକଙ୍କ ଉପରେ ମାଡ଼ିଗଲା ଗାଡ଼ି

୧୮୫ କିଲୋମିଟର ବେଗରେ ବହିବ ପବନ, ଦେଢ ମିଟର ଉଚ୍ଚରେ ଉଠିବ ଜୁଆର

ଏଠି ରାତିରେ ଟଣା ହୁଏ ରଥ

“ବରେନ୍ଦ୍ର କୃଷ୍ଣଙ୍କ ସାହିତ୍ୟ, ସାମ୍ବାଦିକତା ଉପରେ ଗବେଷଣା ହେଉ”

ବଢ଼ି ଚାଲିଛି ଖାକି ଉତ୍ପାତ: ପବ୍ଲିକ୍‌ ଉପରେ ପୁଲିସର ଦାଦାଗିରି, ଦୁଇଟି ଭିଡିଓ ଭାଇରାଲ୍‌

ହିତାଧିକାରୀଙ୍କ ସଂଖ୍ୟାକୁ ବଢ଼ାଇ କାଳିଆ ଯୋଜନାରେ ହୋଇଛି ମହାଘୋଟାଲା:ବିଜେପି

ମନ୍ଦିରକୁ ଡାକି ପ୍ରେମିକାକୁ ହାଣିଲା, ନିଜେ ବି ହାଣିହେଲା

କେହି ଅଟକାଇଲେନି, ମ୍ୟାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ପଶି ପିଲାଙ୍କୁ କପି ଯୋଗାଇଲେ ଶହଶହ ଗ୍ରାମବାସୀ, ଦେଖନ୍ତୁ ଭିଡ଼ିଓ

‘ଓଡ଼ିଶା ବନ୍ଦ’ ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର, ସକାଳ ୯.୩୦ ସୁଦ୍ଧା ଅଫିସ୍ ଆସିବେ ସରକାରୀ କର୍ମଚାରୀ

‘ଯାତ୍ରା ଲେଖକଙ୍କୁ ମିଳୁ ସାହିତ୍ୟ ଏକାଡେମୀ ପୁରସ୍କାର’