ଠାକୁର ଘରେ କରନ୍ତୁ ନାହିଁ ଏହି ସବୁ ଭୁଲ୍‌

ଘରେ ସୁଖ,ଶାନ୍ତି ଓ ସମୃଦ୍ଧି ପାଇଁ ଲୋକେ ଠାକୁର ଘର ନିର୍ମାଣ କରିଥାନ୍ତି। ସେଠାରେ ବିଭିନ୍ନ ଦେବୀ-ଦେବତାଙ୍କ ମୂର୍ତ୍ତି ଓ ଫଟୋ ରଖି ପୂଜାର୍ଚ୍ଚନା କରାଯାଇଥାଏ। ଆଜି ଆସନ୍ତୁ ଜାଣିବା ଠାକୁର ଘର ସମ୍ପର୍କରେ କିଛି ଟିପ୍ସ। –ଅନେକ ଲୋକ ଅଛନ୍ତି ନିଜ ଶୋଇବା କକ୍ଷରେ ପୂଜା ଘର କରିଥାନ୍ତି। ଯାହା ବାସ୍ତୁ ଶାସ୍ତ୍ର ଅନୁସାରେ ଠିକ୍ ନୁହେଁ। ଶୋଇବା ଘରେ ପୂଜା ଘର କରିବା ଉଚିତ ନୁହଁ। ଯାହାଦ୍ୱାରା ପାରିବାରିକ ଜୀବନରେ ସମସ୍ୟା ଦେଖାଦେଇଥାଏ। – […]

-poojaroom

Rakesh Mallick
  • Published: Monday, 07 May 2018
  • , Updated: 07 May 2018, 08:42 AM IST

ଘରେ ସୁଖ,ଶାନ୍ତି ଓ ସମୃଦ୍ଧି ପାଇଁ ଲୋକେ ଠାକୁର ଘର ନିର୍ମାଣ କରିଥାନ୍ତି। ସେଠାରେ ବିଭିନ୍ନ ଦେବୀ-ଦେବତାଙ୍କ ମୂର୍ତ୍ତି ଓ ଫଟୋ ରଖି ପୂଜାର୍ଚ୍ଚନା କରାଯାଇଥାଏ। ଆଜି ଆସନ୍ତୁ ଜାଣିବା ଠାକୁର ଘର ସମ୍ପର୍କରେ କିଛି ଟିପ୍ସ।

-ଅନେକ ଲୋକ ଅଛନ୍ତି ନିଜ ଶୋଇବା କକ୍ଷରେ ପୂଜା ଘର କରିଥାନ୍ତି। ଯାହା ବାସ୍ତୁ ଶାସ୍ତ୍ର ଅନୁସାରେ ଠିକ୍ ନୁହେଁ। ଶୋଇବା ଘରେ ପୂଜା ଘର କରିବା ଉଚିତ ନୁହଁ। ଯାହାଦ୍ୱାରା ପାରିବାରିକ ଜୀବନରେ ସମସ୍ୟା ଦେଖାଦେଇଥାଏ।

- ସାଧାରଣତଃ ଦେଖାଯାଏ କିଛି ଲୋକ ଘରେ ମନ୍ଦିର ନିର୍ମାଣ କରିଥାନ୍ତି। ଏପରି କରନ୍ତୁ ନାହିଁ। ବାସ୍ତୁ ଶାସ୍ତ୍ର ଅନୁସାରେ ମନ୍ଦିର ଖୋଲା ସ୍ଥାନରେ କରିବା ଉଚିତ।

-ଅନେକ ସମୟରେ ଦେଖାଯାଏ ବୁଲିବା କିମ୍ୱା କୌଣସି କାମ ପାଇଁ ଘରେ ତାଲା ପକାଇ ଲୋକେ ଚାଲି ଯାଆନ୍ତି। ଫଳରେ ଠାକୁର ଘର ମଧ୍ୟ ବନ୍ଦ ହୋଇରହିଥାଏ। ବାସ୍ତୁ ବିଜ୍ଞାନ ଅନୁସାରେ ଘରେ ଯଦି ଠାକୁର ଘର କରିଛନ୍ତି ନିୟମିତ ପୂଜା କରିବାକୁ ଚେଷ୍ଟା କରନ୍ତୁ।

-ଠାକୁର ଘର ସବୁ ବେଳେ ପରିସ୍କାର ରହିବା ସହ ବାସି ଫୁଲ ରଖନ୍ତୁ ନାହିଁ। ଏହାଦ୍ୱାରା ନକାରାତ୍ମକ ଶକ୍ତି ବଢ଼ିଥାଏ। ଘରେ  ସୁଖ ଓ ଶାନ୍ତି ଉପରେ ପ୍ରଭାବ ପଡ଼ିଥାଏ।

- ବାସ୍ତୁ ଶାସ୍ତ୍ର ଅନୁସାରେ ଠାକୁର ଘରେ ନିକଟରେ ଶୌଚାଳୟ କିମ୍ୱା ସ୍ନାନ ଘରର କାନ୍ଥ ରହିବା ଉଚିତ ନୁହେଁ।

-ଏମିତିକି ସିଢ଼ି ଘର ତଳେ ଠାକୁର ଘର କରନ୍ତୁ ନାହିଁ।

Related story