ଜଗମୋହନ ସ୍ଥିତି ଅନୁଧ୍ୟାନ କଲା କେନ୍ଦ୍ରୀୟ ଟିମ୍

ପୁରୀ: କେନ୍ଦ୍ର ସଂସ୍କୃତି ସଚିବ ନରେନ୍ଦ୍ର ସିହ୍ନାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଦଳ ଆଜି ପୁରୀ ଯାଇ ଜଗମୋହନର ସ୍ଥିତି ସମୀକ୍ଷା କରିଛି। ସିହ୍ନା ଏବଂ ଏଏସ୍‌ଆଇ ଡିଜି ରାକେଶ ତିୱାରୀଙ୍କ ସମେତ ଟିମ୍‌ର ଅନ୍ୟାନ୍ୟ ସଦସ୍ୟ ପ୍ରଥମେ ପୁରୀ ସର୍କିଟ୍‌ ହାଉସ୍‌ରୁ ଶ୍ରୀନଅର ଯାଇ ଗଜପତି ମହାରାଜଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ବେଳେ କୋର୍‌  କମିଟିରୁ ଇସ୍ତଫା ଦେଇଥିବା କାର୍ଯ୍ୟକାରୀ ଅଧ୍ୟକ୍ଷ ଜିସି ମିତ୍ର, ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ, ଛତିଶା ନିଯୋଗ […]

puri

Rakesh Mallick
  • Published: Friday, 20 May 2016
  • , Updated: 20 May 2016, 10:06 AM IST

ପୁରୀ: କେନ୍ଦ୍ର ସଂସ୍କୃତି ସଚିବ ନରେନ୍ଦ୍ର ସିହ୍ନାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଦଳ ଆଜି ପୁରୀ ଯାଇ ଜଗମୋହନର ସ୍ଥିତି ସମୀକ୍ଷା କରିଛି। ସିହ୍ନା ଏବଂ ଏଏସ୍‌ଆଇ ଡିଜି ରାକେଶ ତିୱାରୀଙ୍କ ସମେତ ଟିମ୍‌ର ଅନ୍ୟାନ୍ୟ ସଦସ୍ୟ ପ୍ରଥମେ ପୁରୀ ସର୍କିଟ୍‌ ହାଉସ୍‌ରୁ ଶ୍ରୀନଅର ଯାଇ ଗଜପତି ମହାରାଜଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ବେଳେ କୋର୍‌  କମିଟିରୁ ଇସ୍ତଫା ଦେଇଥିବା କାର୍ଯ୍ୟକାରୀ ଅଧ୍ୟକ୍ଷ ଜିସି ମିତ୍ର, ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ, ଛତିଶା ନିଯୋଗ ସଦସ୍ୟ, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର, ଏସ୍‌ପି ଏବଂ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। ଜଗମୋହନର ମରାମତି ସଂରକ୍ଷଣ କିପରି ସଠିକ୍ ଭାବେ କରାଯାଇ ପାରିବ ସେ ନେଇ ଆଲୋଚନା ହୋଇଥିଲା। ଆଲୋଚନା ପରେ କେନ୍ଦ୍ରୀୟ ଟିମ୍‌ ଶ୍ରୀମନ୍ଦିର ଯାଇ ଜଗମୋହନର ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଗଜପତି ମହାରାଜ କହିଛନ୍ତି,“କେନ୍ଦ୍ର ସଂସ୍କୃତି ସଚିବଙ୍କ ନେତୃତ୍ୱରେ ଆସିଥିବା କେନ୍ଦ୍ରୀୟ ଟିମ୍ ପ୍ରତିଶ୍ରୁତି ଦେଇଛନ୍ତି ଯେ ଜଗମୋହନ ମରାମତି ପ୍ରସଙ୍ଗରେ କୌଣସି ବିଳମ୍ୱ ହେବ ନାହିଁ। ଅତିଶୀଘ୍ର ସେମାନେ ବିଶେଷଜ୍ଞଙ୍କର ମତାମତ ନେଇ ଜଗମୋହନର ପୂର୍ଣ୍ଣାଙ୍ଗ ମରାମତି ପାଇଁ ଖସଡା ପ୍ରସ୍ତୁତ କରିବେ। ଏହି ମରାମତି ପୂର୍ଣ୍ଣାଙ୍ଗ ଓ ଚିରସ୍ଥାୟୀ ମରାମତି ହେବ। ଆମେ କେବଳ ଏତିକି ଅନୁରୋଧ କରିଛୁ ଯାହା ଆପଣ ନିଷ୍ପତ୍ତି  ନେବେ ସେଇଟା ଉତ୍ତମ ନିଷ୍ପତ୍ତି ହେଉ, ଯାହାଦ୍ୱାରା ମହାପ୍ରଭୁଙ୍କ ଜଗମୋହନ ମରାମତି ପୂର୍ଣ୍ଣାଙ୍ଗ  ଓ ଉତ୍ତମ ଭାବରେ ହୋଇପାରିବ। ଏହି କାମ ଅତିଶୀଘ୍ର ହେଉ କାରଣ ଜଗମୋହନ ମରାମତି ଯୋଗୁଁ ମହାପ୍ରଭୁଙ୍କ ଦୈନିକ ସେବାରେ ବର୍ତ୍ତମାନ ପରିବର୍ତ୍ତନ କରାଯାଇଛି।

ଏହା ଫଳରେ ସେବାୟତମାନଙ୍କ ଉପରେ ଅଧିକ ପରିଶ୍ରମ ହେଉଛି। ଭକ୍ତମାନଙ୍କ ଦର୍ଶନ ମଧ୍ୟ ସୁବିଧାଜନକ ଭାବରେ ହୋଇପାରୁ ନାହିଁ। ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ସାହାଣମେଳା ହୋଇ ପାରୁ ନାହିଁ। ଆଗକୁ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରା ଆସୁଥିବାରୁ ଯେମତି ହେଲେ ପର୍ବପର୍ବାଣୀ କରିବାକୁ ହେବ। ଯେତେ ଶୀଘ୍ର ଏହି ନିର୍ମାଣ କାମ ଶେଷ ହେବ ମହାପ୍ରଭୁଙ୍କ ଦୈନିକ ରୀତିନୀତି ଓ ପର୍ବପର୍ବାଣୀ ପୂର୍ବଭଳି ସୁଚାରୁରୂପେ ସମ୍ପାଦନ ହୋଇପାରିବ।”

Related story