ପୁରୀ: ୨୪ ଘଣ୍ଟିଆ ସୁରକ୍ଷା ପ୍ରତଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଡାକ୍ତର

ପୁରୀ: ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଡାକ୍ତରମାନଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀ ପ୍ରତିଶ୍ରୁତି ଦେବା ପରେ  ଡାକ୍ତରମାନେ ସେମାନଙ୍କ ଆନ୍ଦୋଳନକୁ ସାମୟିକ ଭାବେ ପ୍ରତ୍ୟାହାର କରି ନେଇଛନ୍ତି। ଆନ୍ଦୋଳନ ପ୍ରତ୍ୟାହୃତ ହେବା ପରେ ରୋଗୀ ସେବା ସ୍ୱଭାବିକ ହୋଇଛି। ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ତାଙ୍କ ସମ୍ପର୍କୀୟମାନେ ଗତକାଲି ରାତିରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗଣ୍ଡଗୋଳ ଓ ଭଙ୍ଗାରୁଜା କରିଥିଲେ। ଆଜି ୨୪ ଘଣ୍ଟିଆ ସୁରକ୍ଷା […]

puri

Rakesh Mallick
  • Published: Thursday, 18 August 2016
  • , Updated: 18 August 2016, 08:30 PM IST

ପୁରୀ: ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଡାକ୍ତରମାନଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀ ପ୍ରତିଶ୍ରୁତି ଦେବା ପରେ  ଡାକ୍ତରମାନେ ସେମାନଙ୍କ ଆନ୍ଦୋଳନକୁ ସାମୟିକ ଭାବେ ପ୍ରତ୍ୟାହାର କରି ନେଇଛନ୍ତି। ଆନ୍ଦୋଳନ ପ୍ରତ୍ୟାହୃତ ହେବା ପରେ ରୋଗୀ ସେବା ସ୍ୱଭାବିକ ହୋଇଛି।

ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ତାଙ୍କ ସମ୍ପର୍କୀୟମାନେ ଗତକାଲି ରାତିରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗଣ୍ଡଗୋଳ ଓ ଭଙ୍ଗାରୁଜା କରିଥିଲେ। ଆଜି ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ଦାବି କରି ୪ ଜଣ ଡାକ୍ତର ଇସ୍ତଫା ଦେଇ ଆନ୍ଦୋଳନ କରିଥିଲେ। ଫଳରେ ରୋଗୀ ସେବା ବ୍ୟାହତ ହୋଇଥିଲା। କିନ୍ତୁ ଡାକ୍ତରଙ୍କ ଇସ୍ତଫାପତ୍ର ଡାକ୍ତରଖାନା କର୍ତ୍ତୃପକ୍ଷ ଗ୍ରହଣ କରି ନଥିଲେ।

 ଗତକାଲିର ଘଟଣାକୁ ବିରୋଧ କରି ଡାକ୍ତରଖାନାର ଫାଟକ ଆଗରେ ସାଧାରଣ ଲୋକେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଡାକ୍ତରଙ୍କ ସୁରକ୍ଷା ପ୍ରସଙ୍ଗ ନେଇ ସିଡିଏମ୍‌ଓଙ୍କ ଅଫିସରେ ଅତିରିକ୍ତ ଜିଲ୍ଲାପାଳ ଉଦ୍ଧବ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଏଥିରେ ଅତିରିକ୍ତ ଏସ୍‌ପି ଓ ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ସମସ୍ତ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଯୋଗ ଦେଇ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ।

ଅନ୍ୟପକ୍ଷରେ ଓଡିଶା ମେଡ଼ିକାଲ ଆସୋସିଏସନ୍‌(ଓମସା) ଏହି  ଘଟଣାକୁ ନିନ୍ଦା କରିଛି। ଡାକ୍ତରଖାନାରେ ବାରମ୍ବାର ଏପରି ଘଟଣା ଘଟୁଥିବାରୁ ଡାକ୍ତରଖାନା ପରିସରରେ ଏକ ଆଉଟ୍‌ ପୋଷ୍ଟ୍‌ ଖୋଲିବାକୁ ଦାବି କରିଛି।

ଓମ୍‌ସା ସଭାପତି ନିରାକାର ଭଟ୍ଟ କହିଛନ୍ତି, “ସ୍ୱାସ୍ଥ୍ୟ ବିଭାଗର ଅପାରଗତା ଯୋଗୁଁ ପୁରୀରେ ଏପରି ଘଟଣା ବାରମ୍ୱାର ଘଟୁଛି।ଏପରି ଘଟଣାକୁ ଆମେ ନିନ୍ଦା କରୁଛୁ।”

ଏସ୍‌ପି ଷଡଙ୍ଗୀ କହିଛନ୍ତି, “ମେଡିକାଲରେ ସ୍ଥାୟୀ ପୋଷ୍ଟ ବା ଫାଣ୍ଡି ନ ଥିବାରୁ ପର୍ଯ୍ୟାୟକ୍ରମେ ଫୋର୍ସ ଯୋଗାଇ ଦିଆଯାଉଥିଲା। ଆଜିଠାରୁ ଜଣେ ଏଏସ୍‌ଆଇ ଓ ୱାନ୍‌ ଫୋର ଫୋର୍ସ ମୁତୟନ କରାଯାଇଛି।”

ଅତିରିକ୍ତ ଜିଲ୍ଲାପାଳ ଉଦ୍ଧବ ଚରଣ ମାଝି କହିଛନ୍ତି, “ଅନୁରୋଧ କ୍ରମେ ଡାକ୍ତରମାନେ କାର୍ଯ୍ୟରେ ଯୋଗଦେଇଛନ୍ତି। ଏବେ ରୋଗୀ ସେବା ସ୍ୱଭାବିକ ହୋଇଛି।”

ପୁରୀ ସିଡିଏମ୍‌ଓ ଜଗତକୃଷ୍ଣ ସାମନ୍ତରାୟ କହିଛନ୍ତି, “ସୁରକ୍ଷା ବ୍ୟବସ୍ଥା ମିଳିବା ପରେ ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଆଜି ଶବ ବ୍ୟବଚ୍ଛେଦ କରାଯିବ।

Related story