ସୁନାବେଶରେ ଝଟକୁଛନ୍ତି ମହାବାହୁ

ପୁରୀ: ସୁନା ବେଶରେ ଝଲସୁଛନ୍ତି ବ୍ରହ୍ମାଣ୍ଡ ଠାକୁର। ଶ୍ରୀକ୍ଷେତ୍ର ପୁରୀରେ ରଥ ଉପରେ ସୁନାବେଶ ବା ରାଜରାଜେଶ୍ୱର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଶ୍ରୀଜୀଉମାନେ ମହଣ ମହଣ ସୁନା ଓ ରତ୍ନ ଖଚିତ ୧୩୮ ପ୍ରକାର ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି। ସ୍ୱର୍ଣ୍ଣ ନିର୍ମିତ ଆୟୁଧ ମଧ୍ୟ ଧାରଣ କରିଛନ୍ତି। ଶ୍ରୀବିଗ୍ରହ ଆଜି ସକାଳୁ ବିଭିନ୍ନ ନୀତିକାନ୍ତି ସରିବା ପରେ ମଧ୍ୟାହ୍ନ ଧୂପ ଓ ତା ପରେ ଶ୍ରୀଜୀଉଙ୍କ ସୁନାବେଶ ହୋଇଥିଲା। ସୁନାବେଶର ଶୃଙ୍ଖଳିତ ଦର୍ଶନ ପାଇଁ […]

puri

Rakesh Mallick
  • Published: Tuesday, 04 July 2017
  • , Updated: 05 July 2017, 12:42 PM IST

ପୁରୀ: ସୁନା ବେଶରେ ଝଲସୁଛନ୍ତି ବ୍ରହ୍ମାଣ୍ଡ ଠାକୁର। ଶ୍ରୀକ୍ଷେତ୍ର ପୁରୀରେ ରଥ ଉପରେ ସୁନାବେଶ ବା ରାଜରାଜେଶ୍ୱର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଶ୍ରୀଜୀଉମାନେ ମହଣ ମହଣ ସୁନା ଓ ରତ୍ନ ଖଚିତ ୧୩୮ ପ୍ରକାର ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି। ସ୍ୱର୍ଣ୍ଣ ନିର୍ମିତ ଆୟୁଧ ମଧ୍ୟ ଧାରଣ କରିଛନ୍ତି। ଶ୍ରୀବିଗ୍ରହ ଆଜି ସକାଳୁ ବିଭିନ୍ନ ନୀତିକାନ୍ତି ସରିବା ପରେ ମଧ୍ୟାହ୍ନ ଧୂପ ଓ ତା ପରେ ଶ୍ରୀଜୀଉଙ୍କ ସୁନାବେଶ ହୋଇଥିଲା। ସୁନାବେଶର ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ୧୨୫ ପ୍ଲାଟୁନ ଫୋର୍ସ ବଡ଼ ଦାଣ୍ଡଠାରୁ ତିନି ରଥର ଚତୁଃପାର୍ଶ୍ୱରେ ମୁତୟନ କରାଯାଇଛି। ଏଥିସହ ଟ୍ରାଫିକ ନିୟନ୍ତ୍ରଣକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ୧୧ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି। ବର୍ଷକରେ ମହାପ୍ରଭୁଙ୍କ ୫ଥର ସୁନାବେଶ ହେଉଥିବା ବେଳେ ସେଥିମଧ୍ୟରୁ ୪ଟି ଶ୍ରୀମନ୍ଦିର ଭିତରେ। କେବଳ ଆଜିର ସୁନାବେଶ ରଥ ଉପରେ ଅନୁଷ୍ଠିତ ହୋଇଥାଏ।

Related story