‘ରଜ କୁଇନ’ ଟ୍ରଫି ଫେରାଇବାକୁ ନେଇ ବିବାଦ, ବିଜେତା କହିଲେ କୋର୍ଟକୁ ଯିବେ

ଭୁବନେଶ୍ୱର: ସାର୍ଥକ ଚ୍ୟାନେଲରେ ପ୍ରସାରିତ ରିୟଲିଟି ଶୋ ‘ରଜ କୁଇନ’ର ବିଜେତାଙ୍କୁ ପୁରସ୍କାର ଫେରାଇବା ପାଇଁ କହିବା ପରେ ଚ୍ୟାନେଲ ବିବାଦ ଘେରକୁ ଆସିଛି। ଏହି କାର୍ଯ୍ୟକ୍ରମର ବିଜେତା ଭଦ୍ରକ ଜିଲ୍ଲା ମଧୁସୂଦନପୁର ଗାଁର ରଞ୍ଜିତା ପାଣିଗ୍ରାହୀ ଅଭିଯୋଗ କରିଛନ୍ତି ଯେ, “ମୋତେ ପ୍ରଥମେ ବିଜେତା ଘୋଷଣା କରାଯାଇଥିବା ବେଳେ ଏବେ ଚ୍ୟାନେଲ୍‌ ମୋତେ ପୁରସ୍କାର ଫେରାଇବାକୁ ବାଧ୍ୟ କରୁଛି। ମୁଁ ଏ ନେଇ ହାଇକୋର୍ଟକୁ ଯିବି।”  ୨୦୧୬ ରଜ କୁଇନ ବିଜେତା ହେବା ପରେ ରଞ୍ଜିତାଙ୍କୁ […]

sarthak

Rakesh Mallick
  • Published: Thursday, 30 June 2016
  • , Updated: 30 June 2016, 10:21 PM IST

ଭୁବନେଶ୍ୱର: ସାର୍ଥକ ଚ୍ୟାନେଲରେ ପ୍ରସାରିତ ରିୟଲିଟି ଶୋ ‘ରଜ କୁଇନ’ର ବିଜେତାଙ୍କୁ ପୁରସ୍କାର ଫେରାଇବା ପାଇଁ କହିବା ପରେ ଚ୍ୟାନେଲ ବିବାଦ ଘେରକୁ ଆସିଛି। ଏହି କାର୍ଯ୍ୟକ୍ରମର ବିଜେତା ଭଦ୍ରକ ଜିଲ୍ଲା ମଧୁସୂଦନପୁର ଗାଁର ରଞ୍ଜିତା ପାଣିଗ୍ରାହୀ ଅଭିଯୋଗ କରିଛନ୍ତି ଯେ, “ମୋତେ ପ୍ରଥମେ ବିଜେତା ଘୋଷଣା କରାଯାଇଥିବା ବେଳେ ଏବେ ଚ୍ୟାନେଲ୍‌ ମୋତେ ପୁରସ୍କାର ଫେରାଇବାକୁ ବାଧ୍ୟ କରୁଛି। ମୁଁ ଏ ନେଇ ହାଇକୋର୍ଟକୁ ଯିବି।”

 ୨୦୧୬ ରଜ କୁଇନ ବିଜେତା ହେବା ପରେ ରଞ୍ଜିତାଙ୍କୁ ଅଭିନେତ୍ରୀ ଅନୁ ଚୌଧୁରୀ ଟ୍ରଫି ପ୍ରଦାନ କରିବା ସହ ୧୫,୦୦୦ ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ। ଏବେ ଚ୍ୟାନେଲ ତାଙ୍କୁ ଏହି ଟ୍ରଫି ସହ ମୁକୁଟ ଫେରାଇବାକୁ ବାଧ୍ୟ କରୁଛି। ପବ୍ଲିକ ଭୋଟିଂ ମାଧ୍ୟମରେ ପୁଣି ଥରେ ବିଜେତା ଚୟନ କରାଯିବ ବୋଲି ଚ୍ୟାନେଲ କର୍ତ୍ତୃପକ୍ଷ କହୁଥିବା ରଞ୍ଜିତା ଅଭିଯୋଗ କରିଛନ୍ତି। ପ୍ରତିଯୋଗିତାରେ ଭାଗ ନେବା ପୂର୍ବରୁ ଏମିତି କିଛି ନିୟମ ନ ଥିବା ମଧ୍ୟ ସେ କହିଛନ୍ତି।

ରଞ୍ଜିତାଙ୍କ ମାଆ କହିଛନ୍ତି, “ଚ୍ୟାନେଲର ଏପରି ଦାବି ବିରୋଧରେ ଆମେ ହାଇକୋର୍ଟକୁ ଯିବୁ। ସାର୍ଥକ ଚ୍ୟାନେଲ ଏତେ ତଳକୁ ଖସିଯିବ କେବେ ଭାବି ନ ଥିଲି। ଏପରି ଘଟଣା ଲାଗି ବହୁତ ଦୁଃଖ ଲାଗୁଛି।”

ସାର୍ଥକ ନନ୍‌ ଫିକ୍ସନ ବିଭାଗ ମୁଖ୍ୟ ସୀମାନ୍ତ ଦାସ କହିଛନ୍ତି, “ଏହା ଆମ କାର୍ଯ୍ୟକ୍ରମର ଗୋଟେ ଫର୍ମାଟ। ସେ ଫର୍ମାଟ ମୁଁ ଆପଣମାନଙ୍କ ସହ ସେୟାର କରିବାକୁ ଚାହୁଁନାହିଁ। କାରଣ ଆମେ ଫର୍ମାଟକୁ କିପରି ନେଉଛୁ, ଲୋକଙ୍କୁ କିପରି ପ୍ରକୃତ ଜିନିଷ ଦେଇପାରିବୁ ଆମେ ତାହା ଚିନ୍ତା କରୁଛୁ।”

Related story