ପ୍ରବଳ ବର୍ଷା: ରାଉରକେଲା ଷ୍ଟେସନରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ରାଉରକେଲା: ରାଉରକେଲାରେ ଗତକାଲି ରାତିରେ ପ୍ରବଳ ବର୍ଷା  ହେବା ଯୋଗୁଁ ଆଜି ସକାଳେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବର୍ଷା ଯୋଗୁଁ ରେଳ ଧାରଣାରେ ପାଣି ଜମି ରହିଥିବାରୁ ରାଉରକେଲା ଷ୍ଟେସନରେ ୩ଟି ଟ୍ରେନ୍‌ ଅଟକି ରହିଥିଲା। ହାୱାଡା-ମୁମ୍ବାଇ ରୁଟ୍‌ରେ ରେଳ ସେବା ପ୍ରଭାବିତ ହୋଇଥିଲା। ଅହମ୍ମଦାବାଦ ଏକ୍ସପ୍ରେସ୍‌, ଗୀତାଞ୍ଜଳି, ତପସ୍ୱିନୀ, ଉତ୍କଳ ଏକ୍ସପ୍ରେସ୍‌ ପରି ବହୁ ଟ୍ରେନ୍‌ ବିଳମ୍ବରେ ଯାତ୍ରା କରିଥିଲେ। କିଛି ଟ୍ରେନ୍‌ର ଗତିପଥ ବଦଳାଯାଇଛି। ରେଲୱେ ପକ୍ଷରୁ ପାଣି ନିଷ୍କାସନ ବ୍ୟବସ୍ଥା କରାଯିବ […]

rkl

Rakesh Mallick
  • Published: Monday, 10 October 2016
  • , Updated: 10 October 2016, 08:02 PM IST

ରାଉରକେଲା: ରାଉରକେଲାରେ ଗତକାଲି ରାତିରେ ପ୍ରବଳ ବର୍ଷା  ହେବା ଯୋଗୁଁ ଆଜି ସକାଳେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବର୍ଷା ଯୋଗୁଁ ରେଳ ଧାରଣାରେ ପାଣି ଜମି ରହିଥିବାରୁ ରାଉରକେଲା ଷ୍ଟେସନରେ ୩ଟି ଟ୍ରେନ୍‌ ଅଟକି ରହିଥିଲା। ହାୱାଡା-ମୁମ୍ବାଇ ରୁଟ୍‌ରେ ରେଳ ସେବା ପ୍ରଭାବିତ ହୋଇଥିଲା। ଅହମ୍ମଦାବାଦ ଏକ୍ସପ୍ରେସ୍‌, ଗୀତାଞ୍ଜଳି, ତପସ୍ୱିନୀ, ଉତ୍କଳ ଏକ୍ସପ୍ରେସ୍‌ ପରି ବହୁ ଟ୍ରେନ୍‌ ବିଳମ୍ବରେ ଯାତ୍ରା କରିଥିଲେ। କିଛି ଟ୍ରେନ୍‌ର ଗତିପଥ ବଦଳାଯାଇଛି। ରେଲୱେ ପକ୍ଷରୁ ପାଣି ନିଷ୍କାସନ ବ୍ୟବସ୍ଥା କରାଯିବ ସହ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଲାଗି ଚେଷ୍ଟା କରାଯାଉଛି।

ପ୍ରବଳ ବର୍ଷା ଯୋଗୁଁ ଷ୍ଟେସନ୍‌ରେ ୩ରୁ ୪ ଫୁଟ ଉଚ୍ଚର ପାଣି ଜମି ରହିଥିଲା। ୭/୮ ଘଣ୍ଟା ଧରି ପାଣି ଜମି ଥିବାରୁ ଟ୍ରାକ୍‌ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି।

Related story