ଘରେ କଣରେ ଦିକିଦିକି ହୋଇ ଜଳୁଥାଏ ଦୀପଟିଏ। ପୋଡା ନଡ଼ିଆ ଅପେକ୍ଷା କରିଥାଏ ସେହି ଅପ୍ରତ୍ୟାଶିତ ମୁହୂର୍ତ୍ତକୁ। ଯେଉଁଠି କୂଳଦୀପକୁ ସାକ୍ଷୀ ରଖି ମିଶିଯିବ ୨ଟି ଶରୀର, ଦୁଇଟି ଆତ୍ମା। ଆମ କଥା ଶୁଣି ଆପଣ ଅଡୁଆରେ ପଡିବେଣି। ହଠାତ୍ ଆମେ ଏମିତି କ’ଣ ଲେଖିପକାଉଛୁ ବୋଲି। ବାସ୍ତବରରେ, ଆମେ ଆପଣଙ୍କୁ ବାସର ରାତିର କଥା କହୁଛୁ। ଏମିତି କିଛି କଥା ଯାହା ଆପଣ ଟିଭି ପରଦାରେ ଦେଖିଥିବେ, ହୁଏତ ବୁଝିପାରି ନ ଥିବେ। ଚାଲନ୍ତୁ ଜାଣିବା ସେ ସମ୍ପର୍କରେ।
ପ୍ରତ୍ୟେକ ମଣିଷ ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହି ଦିନଟିକୁ ପ୍ରତ୍ୟେକ ଦମ୍ପତି ଅତି ଖାସ୍ କରିବାକୁ ଚାହାନ୍ତି । ସେଥିପାଇଁ ବାହାଘରରେ ଅନେକ ରୀତି ନୀତି ପରମ୍ପରା ଅଛି। ଏହି ସବୁ ପରମ୍ପରା ଧାର୍ମିକ ସହ ଜଡ଼ିତ ଥିବା ସହ ଏହାର ବ୍ୟବହାରିକ ଦୃଷ୍ଟି କୋଣ ବି ଅତି ଗୁରୁତ୍ୱପୂର୍ଣ୍ଣ। ତେବେ ଏହି ବିବାହ ପରମ୍ପରାରେ କିଛି ଭିନ୍ନ ବିଶେଷତ୍ୱ ଅଛି। ଯାହା ଖୁବ୍ ରୋଚକପୂର୍ଣ୍ଣ। ସେଥିରୁ ଆମେ ଗୋଟିଏ ପରମ୍ପରା ଉପରେ ଉଦାହରଣ ଦେଉଛୁ। ତାହା ହେଉଛି ବିବାହ ପରେ ଚଉଠି ରାତିରେ ନବ ବିବାହିତ କନ୍ୟା ବରପାଇଁ କାହିଁକି ଖିର ଗ୍ଲାସ୍ ଧରି ଆସିଥାଏ।
ଏହା ମଣିଷର ପାଚନତନ୍ତ୍ରକୁ ମଧ୍ୟ ପ୍ରଭାବିତ କରିଥାଏ। ସେହିପରି ସୁହାଗରାତିରେ ମନ ଅଧର୍ଯ୍ୟ ହେବାର କାରଣ ହଜମ ପ୍ରକିୟା ଉପରେ ନକରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା ରହିବା। କ୍ଷୀର ମନକୁ ଶାନ୍ତ ରଖିବା ସହ ସୁଖନିଦ୍ରା ମଧ୍ୟ ହୋଇଥାଏ। କନ୍ୟାଙ୍କ ଏହି ଉପହାର ବଦଳରେ ବର କନ୍ୟାକୁ ମୁହଁ ଦେଖା କିଛି ଉପହାପର ମଧ୍ୟ ଦେଇଥାଏ। ଯାହା ଦ୍ୱାରା ପରସ୍ପର ମଧ୍ୟରେ ବିଶ୍ୱାସ ବଢିଥାଏ। ଯାହା ସଂପର୍କକୁ ଆଗକୁ ନେବାରେ ସହାୟକ ହୋଇଥାଏ। ସେହିପରି ବୈଜ୍ଞାନିକ କାରଣ ଅନୁଯାୟୀ, କ୍ଷୀରରେ ସେକ୍ସ ହର୍ମନ୍ ଟେଷ୍ଟୋଷ୍ଟେରୋନ ଓ ଏଷ୍ଟ୍ରୋଜେନ୍କୁ ବଢାଇଥାଏ। ଏହି ସବୁ କାରଣ ପାଇଁ ବାସର ରାତିରେ କନ୍ୟା ବର ପାଇଁ କ୍ଷୀର ନେଇ ଆସିଥାଏ।