ରିଷି ହତ୍ୟାକାଣ୍ଡ ମାମଲାର ପୁନଃ ତଦନ୍ତ ଦାବି କଲେ ପରିବାର ଲୋକ

ଭୁବନେଶ୍ୱର: ଇଞ୍ଜିନିୟରିଂ ଛାତ୍ର ଆଶୁତୋଷ ମହାନ୍ତି ଓରଫ ରିଷି ହତ୍ୟାକାଣ୍ଡ ମାମଲାର ପୁନଃ ତଦନ୍ତ କରାଯାଉ ବୋଲି ତାଙ୍କ ମାଆ ଦାବି କରିଛନ୍ତି। ଏହାସହ ରିଷି ହତ୍ୟାକାଣ୍ଡ ସହ ମେୟରଙ୍କ ନାମରେ ଭାଇରାଲ ହୋଇଥିବା ଭିଡିଓର କ’ଣ ସଂପର୍କ ରହିଛି ତା’ର ମଧ୍ୟ ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ମାମଲା ପୁନଃ ତଦନ୍ତ ପାଇଁ ଆଜି ଥାନାରେ ବିଧିବଦ୍ଧ ଏତଲା ଦିଆଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି। ରିଷିଙ୍କ ପ୍ରେମ ସଂପର୍କ ନେଇ ମଧ୍ୟ ‌ଖୋଳତାଡ଼ […]

risi-ra-sister

Rakesh Mallick
  • Published: Saturday, 17 December 2016
  • , Updated: 17 December 2016, 03:36 PM IST

ଭୁବନେଶ୍ୱର: ଇଞ୍ଜିନିୟରିଂ ଛାତ୍ର ଆଶୁତୋଷ ମହାନ୍ତି ଓରଫ ରିଷି ହତ୍ୟାକାଣ୍ଡ ମାମଲାର ପୁନଃ ତଦନ୍ତ କରାଯାଉ ବୋଲି ତାଙ୍କ ମାଆ ଦାବି କରିଛନ୍ତି। ଏହାସହ ରିଷି ହତ୍ୟାକାଣ୍ଡ ସହ ମେୟରଙ୍କ ନାମରେ ଭାଇରାଲ ହୋଇଥିବା ଭିଡିଓର କ’ଣ ସଂପର୍କ ରହିଛି ତା’ର ମଧ୍ୟ ତଦନ୍ତ କରିବାକୁ ସେ ଦାବି କରିଛନ୍ତି।

ମାମଲା ପୁନଃ ତଦନ୍ତ ପାଇଁ ଆଜି ଥାନାରେ ବିଧିବଦ୍ଧ ଏତଲା ଦିଆଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି। ରିଷିଙ୍କ ପ୍ରେମ ସଂପର୍କ ନେଇ ମଧ୍ୟ ‌ଖୋଳତାଡ଼ କରିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି। ରିଷିଙ୍କ ପ୍ରେମିକା ସମେତ ତାଙ୍କ ହଷ୍ଟେଲ ସାଥୀଙ୍କୁ ପଚରାଉଚୁରା କରାଯାଉ ବୋଲି ତାଙ୍କ ମା’ କହିଛନ୍ତି।

ରିଷିଙ୍କ ମାଆ ପ୍ରୀତିରାଣୀ ମହାନ୍ତି କହିଛନ୍ତି,“ମୋ ପୁଅ ନିଜେ ଡ୍ରଗ୍ସ ଖାଇନାହିଁ, ତାକୁ ଡ୍ରଗ୍ସ ଦିଆଯାଇଛି। ମୋ ପୁଅର ହତ୍ୟାକାରୀଙ୍କୁ ଦଣ୍ଡ ଦିଆଯାଉ।”

ରିଷିଙ୍କ ଭଉଣୀ ସୋନାଲି ମହାନ୍ତି,“ଯେଉଁଦିନ ଏହି ଘଟଣା ଘଟିଲା ରୁମରେ ଯେଉଁ ନନ୍ଦ ବୋଲି ପିଲା ଥିଲା ପୋଲିସ୍‌ ତାକୁ କାହିଁକି କିଛି ପଚାରୁନାହିଁ। ଯଦି ଏହା ହତ୍ୟାକାଣ୍ଡ କୁହାଯାଉଛି, ତାହା ହେଲା ନନ୍ଦକୁ ପୋଲିସ୍‌ ପଚରାଉଚରା କରୁ। ସେ ଠିକ୍‌ ଭାବରେ କହିପାରିବ ଘଟଣା କ’ଣ ହୋଇଥିଲା। ଆମେ ସତ୍ୟ କ’ଣ ଜାଣିନାହୁଁ। ଆମେ କାହା ବିରୋଧରେ ଅଭିଯୋଗ କରିବାକୁ ଚାହୁଁନାହିଁ। ଯଦି ଏପରି କିଛି ହୋଇଛି ଘଟଣାର ତଦନ୍ତ କରାଯାଉ। ଏହି ଘଟଣାର ପୁନଃ ତଦନ୍ତ ହେଲେ ଦୋଷୀ କିଏ ଜଣାପଡ଼ିବ।”

ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ କହିଛନ୍ତି,“ୟୁଟ୍ୟୁବରେ ଭାଇରାଲ ଭିଡିଓ ଯାଞ୍ଚ ପାଇଁ ଦାବି କରିଛୁ। ରିଷି ହତ୍ୟା ପଛରେ ଭିଡିଓର ଲିଙ୍କ୍‌ ଥିବା କହିଥିଲୁ। ଘଟଣାର ନିରପେକ୍ଷ ତଦନ୍ତ କରାଯାଉ,ସତ୍ୟ ପଦାକୁ ଆସୁ। ଆମେ ଅଭିଯୋଗ ଆଣିବା ପରେ ଏବେ ମୋର ବନ୍ଧୁମାନଙ୍କୁ ଧମକ ଦିଆଯାଉଛି।”

ସେ ଆହୁରି କହିଛନ୍ତି,“ମୁଁ ଜେଲ ଯିବାକୁ ଡରୁନାହିଁ। ପୋଲିସ୍‌ ଓ କୋର୍ଟ ପ୍ରତି ମୋର ସମ୍ମାନ ଅଛି। ଭିଡିଓରେ ଦେଖାଉଥିବା ବ୍ୟକ୍ତି ମେୟରଙ୍କ ଭଳି ଲାଗିଲେ। ସେ ଯଦି ମେୟର ନୁହନ୍ତି, ତଦନ୍ତକୁ ସ୍ୱାଗତ କରନ୍ତୁ।”

Related story