ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲା: ବିଜେପି ଟାର୍ଗେଟରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍‌ଫଣ୍ଡ କେଳେଙ୍କାରୀରେ ଓଡ଼ିଶା ନେତାଙ୍କ ଲିଙ୍କ ନେଇ ଆଜି ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଜଭ୍ୟାଲିର ଅଧିକାରୀଙ୍କ ପାଖରୁ ରିଲିଫ ଫଣ୍ଡ ପାଇଁ ଗ୍ରହଣ କରିଥିବା ଚେକ୍‌କୁ ନେଇ ଦଳ ପ୍ରଶ୍ନ ଉଠାଇଛି। କେଉଁ ନେତା ଓ ସରକାରୀ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ସହ ରୋଜଭ୍ୟାଲି ଅଧିକାରୀଙ୍କ ଆପଏଣ୍ଟମେଣ୍ଟ ଧାର୍ଯ୍ୟ କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ତାହା ସ୍ପଷ୍ଟ କରୁ ବୋଲି ଆଜି ଏକ ସାମ୍ବାଦିକ ସମ୍ବିଳନୀରେ ବିଜେପି ରାଜ୍ୟ ଉପସଭାପତି […]

bjp-samir

Rakesh Mallick
  • Published: Friday, 06 January 2017
  • , Updated: 06 January 2017, 08:54 PM IST

ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍‌ଫଣ୍ଡ କେଳେଙ୍କାରୀରେ ଓଡ଼ିଶା ନେତାଙ୍କ ଲିଙ୍କ ନେଇ ଆଜି ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଜଭ୍ୟାଲିର ଅଧିକାରୀଙ୍କ ପାଖରୁ ରିଲିଫ ଫଣ୍ଡ ପାଇଁ ଗ୍ରହଣ କରିଥିବା ଚେକ୍‌କୁ ନେଇ ଦଳ ପ୍ରଶ୍ନ ଉଠାଇଛି। କେଉଁ ନେତା ଓ ସରକାରୀ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ସହ ରୋଜଭ୍ୟାଲି ଅଧିକାରୀଙ୍କ ଆପଏଣ୍ଟମେଣ୍ଟ ଧାର୍ଯ୍ୟ କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ତାହା ସ୍ପଷ୍ଟ କରୁ ବୋଲି ଆଜି ଏକ ସାମ୍ବାଦିକ ସମ୍ବିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଦାବି କରିଛି।

ସମୀର କହିଛନ୍ତି,“ଗତ ଜୁଲାଇ ୨୦ ତାରିଖରେ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଦେବୀ ମିଶ୍ର ଏବଂ ଶାସକ ଦଳର ମୁଖ୍ୟ ସଚେତକ ଅନନ୍ତ ଦାସ ମମତା ବାନାର୍ଜୀଙ୍କୁ କୋଲକତାରେ ଭେଟିଥିଲେ। ମମତାଙ୍କ ବ୍ୟତୀତ ଏମାନେ ଅନ୍ୟ କାହାକୁ ଭେଟିଥିଲେ କି ନାହିଁ ତାହାର ଜବାବ ରଖନ୍ତୁ।”

ବିଜେପିର ଏପରି ଅଭିଯୋଗକୁ ବିଜେଡି ପକ୍ଷରୁ ଖଣ୍ଡନ କରାଯାଇଛି। ବିଜେଡି ମୁଖପାତ୍ର ରବି ନାରାୟଣ ନନ୍ଦ କହିଛନ୍ତି,“ରାଜନୈତିକ ଜୀବନରେ ବହୁ ଲୋକ ଭିନ୍ନ ଭିନ୍ନ ସମୟରେ ଅନ୍ୟଙ୍କୁ ଭେଟିଥାନ୍ତି। କେବଳ ଅଭିସନ୍ଧି ରଖି ବ୍ୟକ୍ତିଙ୍କର ଭେଟ ହୋଇଥାଏ ବୋଲି ଭାବିବା ଠିକ ନୁହେଁ। ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ଏପରି ଭିତ୍ତିହୀନ ଅଭିଯୋଗ କରୁଛନ୍ତି।”

Related story