ପିଲାଙ୍କ ଭାଗ୍ୟ ସହ ଚାଲିଛି ଖେଳ: ସିଏଚ୍‌ଏସ୍‌ଇ ଜଣଙ୍କୁ ଦେଇଛି ଅନ୍ୟ ଜଣଙ୍କ ଉତ୍ତରଖାତା

ସାଲେପୁର: କେବଳ ସିବିଏସ୍‌ଇ ଦ୍ୱାଦଶ ନୁହେଁ ସିଏଚ୍‌ଏସ୍‌ଇ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଖାତା ଦେଖାରେ ବି ଦୋଷତ୍ରୁଟି ନଜରକୁ ଆସିଛି। ସାଲେପୁର କଲେଜର ଜଣେ ଛାତ୍ରୀ ତାଙ୍କୁ ଅନ୍ୟ ଜଣଙ୍କ ମାର୍କ ଦିଆଯାଇଥିବା ଅଭିଯୋଗ ଆଣଛନ୍ତି। ଖଶଲି ସେତିକି ନୁହେଁ ଛାତ୍ରୀ ଜଣଙ୍କ ନେଟ୍‌ରେ ଖାତା ମଗାଇବା ପରେ ତାଙ୍କୁ ଆଉ ଜଣଙ୍କ ଖାତା ଦିଆଯାଇଛି। ସେହିପରି ଅନ୍ୟ ଜଣଙ୍କୁ ଅବଜେକ୍ଟିଭ ଟାଇପ୍‌ରେ ଠିକ୍ ଉତ୍ତର ଥିଲେ ମଧ୍ୟ ଅଧା ମାର୍କ ଦିଆଯାଇଛି। ସିବିଏସ୍‌ଇ ପରେ […]

chse

Rakesh Mallick
  • Published: Monday, 12 June 2017
  • , Updated: 12 June 2017, 08:15 PM IST

ସାଲେପୁର: କେବଳ ସିବିଏସ୍‌ଇ ଦ୍ୱାଦଶ ନୁହେଁ ସିଏଚ୍‌ଏସ୍‌ଇ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଖାତା ଦେଖାରେ ବି ଦୋଷତ୍ରୁଟି ନଜରକୁ ଆସିଛି। ସାଲେପୁର କଲେଜର ଜଣେ ଛାତ୍ରୀ ତାଙ୍କୁ ଅନ୍ୟ ଜଣଙ୍କ ମାର୍କ ଦିଆଯାଇଥିବା ଅଭିଯୋଗ ଆଣଛନ୍ତି। ଖଶଲି ସେତିକି ନୁହେଁ ଛାତ୍ରୀ ଜଣଙ୍କ ନେଟ୍‌ରେ ଖାତା ମଗାଇବା ପରେ ତାଙ୍କୁ ଆଉ ଜଣଙ୍କ ଖାତା ଦିଆଯାଇଛି। ସେହିପରି ଅନ୍ୟ ଜଣଙ୍କୁ ଅବଜେକ୍ଟିଭ ଟାଇପ୍‌ରେ ଠିକ୍ ଉତ୍ତର ଥିଲେ ମଧ୍ୟ ଅଧା ମାର୍କ ଦିଆଯାଇଛି।

ସିବିଏସ୍‌ଇ ପରେ ପଦାକୁ ଆସିଲା ଯୁକ୍ତଦୁଇ ପରୀକ୍ଷାରେ ବେପରୁଆ ଖାତାଦେଖାର ନମୁନା। ସାଲେପୁର କଲେଜର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀ ପ୍ରଜ୍ଞା ପରମିତା। ରୋଲ ନମ୍ବର 351CA 069  ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି। ହେଲେ ଇଂରାଜୀରେ ୩୦ ମାର୍କ ଦେଖି ଚକିତ ହୋଇଯାଇଥିଲେ। ଫଳରେ ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷଙ୍କଠାରୁ ଖାତା ମଗାଇଥିଲେ। ମାତ୍ର ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷ ତାଙ୍କୁ 351CA024 ରୋଲ୍ ନମ୍ବର ଥିବା ଖାତା ଦେଇଛନ୍ତି। ଏହି ରୋଲ ନମ୍ବରର ପିଲା ଇଂରାଜୀରେ ୩୦ ମାର୍କ ରଖିଛନ୍ତି।

ତ୍ରୁଟିପୂର୍ଣ୍ଣ ଖାତା ଦେଖାର ଶିକାର ହୋଇଛନ୍ତି ସାଲେପୁର କଲେଜର ଅନ୍ୟ ଜଣେ ଛାତ୍ରୀ ମୌସୁମୀ ମହାରଣା। ୭୫ ପ୍ରତିଶତ ମାର୍କ ରଖିବାକୁ ଲକ୍ଷ୍ୟ ରଖିଥିବା ମୌସୁମୀ ଦ୍ୱିତୀୟ ଶ୍ରେଣୀରେ ପାସ୍ ହୋଇଥିବା ଜାଣି ଭାଙ୍ଗି ପଡିଥିଲେ। ସେଥିଲାଗି ସେ ନେଟ୍‌ରେ ଖାତା ମଗାଇଥିଲେ। ତେବେ ଅବଜେକ୍ଟିଭ୍ ଟାଇପରେ ତାଙ୍କୁ ଗୋଟିଏ ଠିକ୍ ଉତ୍ତର ପାଇଁ .୫ ମାର୍କ ମିଳିଛି। ଉତ୍ତର ଠିକ୍ ଥିଲେ ପୁରା ୧ ମାର୍କ ମିଳିବ ନଚେତ୍ ଆଦୌ ମିଳିବ ନାହିଁ। ୦.୫ ମାର୍କ ମିଳିଥିବାରୁ କମ୍ପ୍ୟୁଟର ତାକୁ ଟାବୁଲେସନ ପାଇଁ ଗ୍ରହଣ କରିନାହିଁ।

ସିଏଚ୍ଏସ୍ଇ ଉପ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା କହିଛନ୍ତି,“ଆମେ ଦାୟିତ୍ୱ ଦେଇଥିବା ସଂସ୍ଥା ଯଦି ପିଲା ପାଖକୁ ତା ଖାତା ପରିବର୍ତ୍ତେ ଅନ୍ୟ କାହାର ଖାତା ପଠାଇ ଦେଇଛି ତେବେ ଏହା ଆମ ନଜରକୁ ଆଣିଲେ ଆମେ ଠିକ୍‌ ଖାତା ଯୋଗାଇ ଦେବୁ। କାହା ପାଖରେ କିଛି ବି ସମସ୍ୟା ଥିଲେ ପରିଷଦ ସଙ୍ଗେ ସଙ୍ଗେ ସମାଧାନ କରିବ।”

ଯେଉଁମାନେ ନିଜ ମାର୍କକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ ସେମାନଙ୍କ ଖାତା ମୂଲ୍ୟାୟନରେ ତ୍ରୁଟି ନଜରକୁ ଆସିଛି। ତେଣୁ କେମିତି ଖାତା ଦେଖା ହୋଇଛି ଓ ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷ ପିଲାଙ୍କ ଭବିଷ୍ୟତ ସହ କେମିତି ଖେଳ ଖେଳିଛନ୍ତି ତାହା ଏଥିରୁ ସ୍ପଷ୍ଟ ହେଉଛି।

Related story