ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଦ୍‌ଘାଟିତ ହେଲା ହୀରାକୁଦ ଜଳଭଣ୍ଡାରର ଇବ୍ ନଦୀ ଉପରେ ନବନିର୍ମିତ ସପନେ ସେତୁ। ଏହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ୧୧୭ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଅଢେଇ କିଲୋମିଟର ଦୀର୍ଘ ସେତୁ ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା। ଏହା ଦ୍ୱାରା ସମ୍ବଲପୁର, ରେଙ୍ଗାଲି ଓ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ମଧ୍ୟରେ ସିଧାସଳଖ ଯୋଗାଯୋଗ ସ୍ଥାପନ ହେବ। ପୂର୍ବରୁ ହୀରାକୁଦ ଡ୍ୟାମ୍ ପାରି ହୋଇ, ନଚେତ୍ ବ୍ରଜରାଜ ନଗର-ବେଲପାହାଡ଼ ଦେଇ ଲୋକେ ଲଖନପୁର ଯାଉଥିଲେ। ତେବେ ଏହି ସେତୁ ଦ୍ୱାରା ପ୍ରାୟ ୫୦ କିଲୋମିଟର ବାଟ କମିଯାଇଛି। ସେପଟେ ସେତୁର ନାମକରଣକୁ ନେଇ ବିବାଦ ଲାଗିରହିଥିବାରୁ ବିନା ନାମକରଣରେ ଏହାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ଏହାକୁ ବିଶିଷ୍ଟ କମ୍ୟୁନିଷ୍ଟ ନେତା ପ୍ରସନ୍ନ ପଣ୍ଡାଙ୍କ ନାଁରେ ନାମିତ କରିବାକୁ ଦାବି କରୁଥିବା ବେଳେ ଆଉ କିଛି ସଂଗଠନ ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରିବାକୁ ଦାବି କରୁଛନ୍ତି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।