ସେପ୍ଟେମ୍ବର ପହିଲାରୁ ଭୁବନେଶ୍ୱର ଏୟାରପୋର୍ଟରେ ଆରମ୍ଭ ହେବ ୨୪ ଘଣ୍ଟିଆ ବିମାନ ସେବା

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ୨୪ ଘଣ୍ଟିଆ ବିମାନ ସେବା ଆରମ୍ଭ ହେବ। ଆସନ୍ତା ସେପ୍ଟେମ୍ବର ପହିଲାରୁ ଏହି ସେବା ଆରମ୍ଭ ହେବ। ନୂଆ ଟର୍ମିନାଲ, ବିଦେଶକୁ ଲିଙ୍କ୍ ବିମାନ, ଭୁବନେଶ୍ୱରରୁ ଏଟିସିର ଲୋୟର ଏରିଆ କଣ୍ଟ୍ରୋଲ ପରେ ବିମାନ ବନ୍ଦରରେ ସବୁବେଳେ ଖୋଲା ରହିବ। ଏଥିପାଇଁ ବିଭାଗୀୟ ଅନୁମତି ମିଳିଛି। ଏହାସହ ବିମାନ ବନ୍ଦରର ଟର୍ମିନାଲରେ ୨୪ ଘଣ୍ଟିଆ ସୁରକ୍ଷା କର୍ମୀ, ସପିଂ କମ୍ପ୍ଲେକ୍ସ ସମେତ ଅନ୍ୟାନ୍ୟ ସେବା ମଧ୍ୟ ଉପଲବ୍ଧ […]

biju-pattanyak-airport-new-terminal

Rakesh Mallick
  • Published: Sunday, 14 August 2016
  • , Updated: 14 August 2016, 10:53 PM IST

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ୨୪ ଘଣ୍ଟିଆ ବିମାନ ସେବା ଆରମ୍ଭ ହେବ। ଆସନ୍ତା ସେପ୍ଟେମ୍ବର ପହିଲାରୁ ଏହି ସେବା ଆରମ୍ଭ ହେବ। ନୂଆ ଟର୍ମିନାଲ, ବିଦେଶକୁ ଲିଙ୍କ୍ ବିମାନ, ଭୁବନେଶ୍ୱରରୁ ଏଟିସିର ଲୋୟର ଏରିଆ କଣ୍ଟ୍ରୋଲ ପରେ ବିମାନ ବନ୍ଦରରେ ସବୁବେଳେ ଖୋଲା ରହିବ। ଏଥିପାଇଁ ବିଭାଗୀୟ ଅନୁମତି ମିଳିଛି। ଏହାସହ ବିମାନ ବନ୍ଦରର ଟର୍ମିନାଲରେ ୨୪ ଘଣ୍ଟିଆ ସୁରକ୍ଷା କର୍ମୀ, ସପିଂ କମ୍ପ୍ଲେକ୍ସ ସମେତ ଅନ୍ୟାନ୍ୟ ସେବା ମଧ୍ୟ ଉପଲବ୍ଧ ହେବ।

ଭୁବନେଶ୍ୱରରୁ ପ୍ରତିଦିନ ୨୦ଟି ବିମାନ ନୂଆଦିଲ୍ଲୀ, କୋଲକାତା, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ବିଶାଖାପାଟଣା, ବାରଣାସୀ, ପୋର୍ଟ ବ୍ଲେୟାରକୁ ଯାତାୟତ କରୁଛି। ତେବେ ଏହି ସେବା ୨୪ ଘଣ୍ଟିଆ ମିଳୁନାହିଁ। ୨୪ ଘଣ୍ଟିଆ ବିମାନ ସେବା ଆରମ୍ଭ ହେବା ପରେ ଅଧିକ ବିମାନ ଚଳାଚଳ କରିବା ସହ ବିଦେଶକୁ ସିଧାସଳଖ ଉଡ଼ାଣ ପାଇଁ ମଧ୍ୟ ଆଶା ଉଜ୍ଜୀବିତ ହୋଇଛି।

ବର୍ତ୍ତମାନ ଭୁବନେଶ୍ୱରରେ ବିମାନ ବନ୍ଦରର ଦୁଇଟି ଟର୍ମିନାଲରେ ବର୍ତ୍ତମାନ ଯାତ୍ରୀମାନେ ଯିବା ଆସିବା କରୁଛନ୍ତି। ସେପ୍ଟେମ୍ବର ୧ତାରିଖରୁ ୨୪ ଘଣ୍ଟିଆ ବିମାନସେବା ଉପଲବ୍ଧ ହେଲେ ଏହା ସବୁ ଯାତ୍ରୀଙ୍କ ପାଇଁ ସୁବିଧା ଜନକ ହେବ ବୋଲି ଯାତ୍ରୀମାନେ କହିଛନ୍ତି।

 ଭୁବନେଶ୍ୱର ବିମାନବନ୍ଦରର ନିର୍ଦ୍ଦେଶକ ଆର୍. ମହାଲିଙ୍ଗମ କହିଛନ୍ତି, “ସେପ୍ଟେମ୍ବର ପହିଲାରୁ ୨୪ ଘଣ୍ଟିଆ ବିମାନ ସେବା ଆରମ୍ଭ ହେବ। ସେବା ଆରମ୍ଭ ହେଲେ ବିମାନ ବନ୍ଦରରେ ଯେଉଁ ବିମାନ ଆସିବ ତାହାର ସିଡ୍ୟୁଲ କରାଯିବ। ବିମାନ ବନ୍ଦରରେ ସୁରକ୍ଷା କର୍ମୀ, ସପିଂ କମ୍ପ୍ଲେକ୍ସ ରହିବ। ଯାହାଫଳରେ ଯାତ୍ରୀମାନଙ୍କୁ କୌଣସି ଅସୁବିଧା ହେବ ନାହିଁ।”

Related story