ଏମାନଙ୍କ ପାଇଁ ତୁଳସୀ ପତ୍ର କ୍ଷତିକାରକ  

ପ୍ରତ୍ୟେକ ହିନ୍ଦୁ ଘରର ଅଗଣାରେ ତୁଳସୀ ଗଛ ଶୋଭା ପାଇଥାଏ। ପ୍ରତ୍ୟେକ ହିନ୍ଦୁ  ଘରେ ତୁଲସୀ ଗଛକୁ ପୂଜା କରାଯାଇଥାଏ। ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ଥିବାରୁ ପ୍ରାୟ ଲୋକେ ଏହାର ସେବନ କରିଥାନ୍ତି। ହେଲେ ଆପଣ ଜାଣନ୍ତି କି ତୁଳସୀ ପତ୍ର ସମସ୍ତଙ୍କ ପାଇଁ ଲାଭଦାୟୀ ନୁହେଁ? କିଛି ସ୍ୱତନ୍ତ୍ର ବ୍ୟକ୍ତିଙ୍କ ପାଇଁ  ଏହା ଅତ୍ୟନ୍ତ କ୍ଷତିକାରକ। ତେବେ ଆସନ୍ତୁ ଜାଣିବା କେଉଁମାନଙ୍କ ପାଇଁ ତୁଳସୀ ପତ୍ର ସେବନ ହାନିକାରକ। ୧. ଗର୍ଭବତୀ- ଗର୍ଭବତୀ […]

tulasi

Rakesh Mallick
  • Published: Saturday, 07 April 2018
  • , Updated: 07 April 2018, 02:56 PM IST

ପ୍ରତ୍ୟେକ ହିନ୍ଦୁ ଘରର ଅଗଣାରେ ତୁଳସୀ ଗଛ ଶୋଭା ପାଇଥାଏ। ପ୍ରତ୍ୟେକ ହିନ୍ଦୁ  ଘରେ ତୁଲସୀ ଗଛକୁ ପୂଜା କରାଯାଇଥାଏ। ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ଥିବାରୁ ପ୍ରାୟ ଲୋକେ ଏହାର ସେବନ କରିଥାନ୍ତି। ହେଲେ ଆପଣ ଜାଣନ୍ତି କି ତୁଳସୀ ପତ୍ର ସମସ୍ତଙ୍କ ପାଇଁ ଲାଭଦାୟୀ ନୁହେଁ? କିଛି ସ୍ୱତନ୍ତ୍ର ବ୍ୟକ୍ତିଙ୍କ ପାଇଁ  ଏହା ଅତ୍ୟନ୍ତ କ୍ଷତିକାରକ। ତେବେ ଆସନ୍ତୁ ଜାଣିବା କେଉଁମାନଙ୍କ ପାଇଁ ତୁଳସୀ ପତ୍ର ସେବନ ହାନିକାରକ।

୧. ଗର୍ଭବତୀ- ଗର୍ଭବତୀ ମହିଳାଙ୍କ ପାଇଁ ତୁଳସୀ ପତ୍ର ଅତ୍ୟନ୍ତ କ୍ଷତିକାରକ। ଏଥିରେ ଥିବା ଏସ୍ଟ୍ରାଗ୍ରୋଲ ତତ୍ତ୍ୱ ଗର୍ଭାଶୟକୁ ଶୁଷ୍କ କରିଦିଏ। ଯାହାଫଳରେ ଗର୍ଭପାତର ଭୟ ରହିଥାଏ।

୨. ଡାଇବେଟିସ୍ ରୋଗୀ- ଉକ୍ତରୋଗ ପାଇଁ ଔଷଧ ଖାଇବା ସହ ତୁଳସୀ ପତ୍ର ଖାଇଲେ ରକ୍ତରେ ଶର୍କରାର ପରିମାଣ ବହୁତ ମାତ୍ରାରେ କମିଯାଏ। ଯାହା ଶରୀରର କ୍ଷତି କରିଥାଏ।

୩. ପ୍ରଜନନ କ୍ଷମତା ହ୍ରାସ- ଏକ ସର୍ଭେରୁ ଜମାପଡ଼ିଚି ଯେ ନିୟମିତ ତୁଲସୀ ପତ୍ର ଖାଇବା ଦ୍ୱାରା ଉଭୟ ମହିଳା ଓ ପୁରୁଷଙ୍କର ପ୍ରଜନନ କ୍ଷମତା ହ୍ରାସ ପାଇଥାଏ।

୫- ରକ୍ତକୁ ପତଳା କରେ- ଯେଉଁମାନେ ବିନା ଔଷଧରେ ନିଜ ଶରୀରର ରକ୍ତ ପତଳା କରିବାକୁ ଚାହାଁନ୍ତି, ସେମାନେ ନିୟମିତ ତୁଳସୀ ପତ୍ର ଖାଇଲେ ଭଲ। କିନ୍ତୁ ଯେଉଁମାନେ ଏଥିପାଇଁ ଔଷଧ ସେବନ କରୁଛନ୍ତି ସେମାନେ ଆଦୌ ତୁଳସୀ ପତ୍ର ଖାଇବା ଉଚିତ ନୁହେଁ। ଏହା ଶରୀର ପାଇଁ କ୍ଷତିକାରକ।

୬- ଲିଭର ପାଇଁ କ୍ଷତିକାରକ- ଯେଉଁମାନେ ନିୟମିତ ଏଷ୍ଟାମିନୋଫେନ୍(ପେନ୍‌ କିଲର୍) ପରି ଔଷଧ ସେବନ କରୁଛନ୍ତି, ସେମାନେ ନିୟମିତ ତୁଳସୀ ପତ୍ର ଖାଇବା କ୍ଷତିକାରକ। କାରଣ ଦୁଇଟିଯାକ ଗୋଟିଏ କାମ କରିଥାନ୍ତି। ଏହି ପ୍ରକାର ଔଷଧ ଓ ତୁଳସୀ ପତ୍ର ଏକାସଙ୍ଗେ ଖାଇବା ଦ୍ୱାରା ଲିଭର କ୍ଷତିଗ୍ରସ୍ତ ହୋଇଥାଏ।

୭-ଦାନ୍ତ ଖରାପ କରିଦିଏ- ତୁଳସୀ ପତ୍ରକୁ କେବେ ହେଲେ ଚୋବାଇ ଖାଆନ୍ତୁ ନାହିଁ। କାରଣ ଏଥିରେ ଥିବା ଆଇରନ୍ ଆପଣଙ୍କ ଦାନ୍ତକୁ ହଳଦିଆ କରିଦିଏ।

 

Related story