ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ଏସବୁ ଲକ୍ଷଣ ଦେଖାଯାଏ

ଗର୍ଭାବସ୍ଥା ସମୟରେ ସବୁ ମହିଳା ପ୍ରାୟ  ଅଜବ ପ୍ରକାରର ଅନୁଭବ କରିଥାନ୍ତି। ଆଉ ସବୁ ସପ୍ତାହରେ ଶରୀରର ପରିବର୍ତ୍ତନ ଆସିଥାଏ। ଏଥିସହିତ ମହିଳାଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ସେହିପରି ପ୍ରସବଜନିତ ଯନ୍ତ୍ରଣାକୁ ନେଇ ମହିଳାମାନେ ଫରକ ଅନୁଭବ କରିଥାନ୍ତି। ସବୁଠୁ ବଡ଼ କଥା ହେଉଛି  ଡାକ୍ତରଙ୍କ ବିନା ପରାମର୍ଶ ହେଉ କିମ୍ବା ଅନ୍ୟ କୌଣସି କାରଣ ହେଉ ଅନେକ  ମହିଳା ଗର୍ଭବତୀ ଥାଇ ମଧ୍ୟ ପ୍ରାରମ୍ଭିକ ଅବସ୍ଥାରେ ଜାଣିପାରନ୍ତି ନାହିଁ।  ମୁଖ୍ୟତଃ ଯେତେବେଳେ ଜଣେ ମହିଳା […]

Pregnant

Rakesh Mallick
  • Published: Wednesday, 14 February 2018
  • , Updated: 14 February 2018, 05:21 PM IST

ଗର୍ଭାବସ୍ଥା ସମୟରେ ସବୁ ମହିଳା ପ୍ରାୟ  ଅଜବ ପ୍ରକାରର ଅନୁଭବ କରିଥାନ୍ତି। ଆଉ ସବୁ ସପ୍ତାହରେ ଶରୀରର ପରିବର୍ତ୍ତନ ଆସିଥାଏ। ଏଥିସହିତ ମହିଳାଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ସେହିପରି ପ୍ରସବଜନିତ ଯନ୍ତ୍ରଣାକୁ ନେଇ ମହିଳାମାନେ ଫରକ ଅନୁଭବ କରିଥାନ୍ତି। ସବୁଠୁ ବଡ଼ କଥା ହେଉଛି  ଡାକ୍ତରଙ୍କ ବିନା ପରାମର୍ଶ ହେଉ କିମ୍ବା ଅନ୍ୟ କୌଣସି କାରଣ ହେଉ ଅନେକ  ମହିଳା ଗର୍ଭବତୀ ଥାଇ ମଧ୍ୟ ପ୍ରାରମ୍ଭିକ ଅବସ୍ଥାରେ ଜାଣିପାରନ୍ତି ନାହିଁ।  ମୁଖ୍ୟତଃ ଯେତେବେଳେ ଜଣେ ମହିଳା ଗର୍ଭଧାରଣ କରନ୍ତି ତାହା ଭିନ୍ନ ଭିନ୍ନ ସଙ୍କେତ ସୂଚାଇଥାଏ। ବିଶେଷ କରି ଗର୍ଭାବସ୍ଥା ପୂର୍ବ ସପ୍ତାହରୁ ହିଁ ମହିଳାମାନେ ଗର୍ଭଧାରଣ ସମ୍ପର୍କରେ ଅନେକ ପ୍ରକାର ସୂଚନା ଦେଇଥାଏ। ତେବେ ଜାଣି ରଖନ୍ତୁ ସେ ସବୁ ଲକ୍ଷଣ କ’ଣ କ’ଣ

୧-ଗର୍ଭଧାରଣର ୬ ରୁ ୧୨ ଦିନ ମଧ୍ୟରେ ଋତୁସ୍ରାବରେ ପରିବର୍ତ୍ତନ ଦେଖାଯାଇଥାଏ। ଅର୍ଥାତ ଆଗ ଅପେକ୍ଷା ଋତୁସ୍ରାବ କମିଯାଇଥାଏ। ଏହାକୁ ନେଇ କିଛି ମହିଳା ଭ୍ରମରେ ରୁହନ୍ତି। ସେମାନେ ଜାଣିପାରନ୍ତି ନାହିଁ ଯେ, ସେମାନେ ମା’ ହେବାକୁ ଯାଉଛନ୍ତି।

୨- ଗର୍ଭାବସ୍ଥା ସମୟରେ ମହିଳାମାନେ ଯେକୌଣସି ଖାଦ୍ୟ ହେଉ ଏହାର ସ୍ୱାଦ ସେମାନଙ୍କୁ ଅସ୍ୱାଭାବିକ୍‌ ଲାଗିଥାଏ।

୩-ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଗର୍ଭଧାରରଣ ପ୍ରଥମ ସପ୍ତାହରେ ମହିଳାମାନେ ସବୁଠୁ ଅଧିକ ସ୍ୱପ୍ନ ଦେଖନ୍ତି। ସେମାନେ ଏଣୁତେଣୁ ସ୍ୱପ୍ନ ଦେଖିଥାନ୍ତି। ଏହି ସମୟରେ ମହିଳାମାନଙ୍କୁ ଅଧିକ ସମୟ ବିଶ୍ରାମ ଆବଶ୍ୟକ।

୪-ଗର୍ଭବସ୍ଥାର ପ୍ରଥମା ଅବସ୍ଥାରେ ଆଖିରେ ପରିବର୍ତ୍ତନ ଆସିଥାଏ। ଏହି ସମୟରେ ପୂର୍ବାପେକ୍ଷା ଆଖିର ଟିକେ ଚମକ କମିଯାଏ।

୫- ଏହି ସମୟରେ ମହିଳାମାନେ ବେଶୀ ଥକା ଅନୁଭବ କରିନ୍ତି। ଶରୀର ଆକାରରେ ପରିବର୍ତ୍ତନ ଆସିଥାଏ।

୬-  ଗର୍ଭବସ୍ଥାରେ ମହିଳାଙ୍କୁ ଅଧିକ ପରିସ୍ରା ଲାଗେ। କାରଣ ଏହି ସମୟରେ କିଡନୀର ଫଙ୍କସନ୍‌ ଦୁଇଗୁଣା ହୋଇଯାଏ। ଏହି ସମୟରେ (chorionic gonadotropin) ଗୋଟେ ପ୍ରକାର ହର୍ମୋନ କ୍ଷରଣ ହୋଇ ଶରୀରରେ ରକ୍ତ ସଞ୍ଚାଳନକୁ ଅଧିକ କ୍ରିୟାଶୀଳ କରିଥାଏ। ଫଳରେ ଅଧିକ ପରିଶ୍ରା ଲାଗିଥାଏ।

୭-ଗର୍ଭାବସ୍ଥା ଠିକ୍‌ ପୂର୍ବରୁ ମହିଳାମାନଙ୍କୁ ଅଧିକ ଥଣ୍ଡା ଏବଂ କାଶ  ହୋଇଥାଏ। କାରଣ ଏହି ସମୟରେ ଶରୀରେ ରକ୍ତପ୍ରବାହ ତିବ୍ର ହୋଇଥାଏ।

Related story