ସୁବର୍ଣ୍ଣପୁରରେ ଟ୍ରିପଲ୍ ମର୍ଡର, ଅଭିଯୁକ୍ତ ଗିରଫ

ସୋନପୁର (ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁରରେ ଟ୍ରିପଲ୍ ମର୍ଡର ଘଟିଛି। ଗୋଟିଏ ପରିବାରର ବାପା, ଝିଅ ଓ ନାତୁଣିଙ୍କୁ କୁରାଢ଼ୀରେ ହାଣି ହତ୍ୟା କରାଯାଇଛି। ଗତକାଲି ରାତିରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଉଲୁଣ୍ଡା ଥାନା ବେହେରାମାଳ ଗାଁରେ। ମୃତକ ହେଲେ ପ୍ରମୋଦ ଭୋଇ, ତାଙ୍କ ଝିଅ ବିଷ୍ଣୁପ୍ରିୟା ଭୋଇ ଓ ପ୍ରମୋଦଙ୍କ ନାତୁଣୀ ବବିତା। ପ୍ରମୋଦ ଓ ବିଷ୍ଣୁପ୍ରିୟାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବବିତାକୁ ଗୁରୁତର […]

subanpur

Rakesh Mallick
  • Published: Friday, 29 September 2017
  • , Updated: 29 September 2017, 10:42 AM IST

ସୋନପୁର (ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁରରେ ଟ୍ରିପଲ୍ ମର୍ଡର ଘଟିଛି। ଗୋଟିଏ ପରିବାରର ବାପା, ଝିଅ ଓ ନାତୁଣିଙ୍କୁ କୁରାଢ଼ୀରେ ହାଣି ହତ୍ୟା କରାଯାଇଛି। ଗତକାଲି ରାତିରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଉଲୁଣ୍ଡା ଥାନା ବେହେରାମାଳ ଗାଁରେ। ମୃତକ ହେଲେ ପ୍ରମୋଦ ଭୋଇ, ତାଙ୍କ ଝିଅ ବିଷ୍ଣୁପ୍ରିୟା ଭୋଇ ଓ ପ୍ରମୋଦଙ୍କ ନାତୁଣୀ ବବିତା। ପ୍ରମୋଦ ଓ ବିଷ୍ଣୁପ୍ରିୟାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବବିତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ ନେଉଥିବା ବେଳେ ରାସ୍ତାର ତାଙ୍କର ମୃତ୍ୟୁ ଘଟିଥିଲା। ଦୁଇ ପଡୋଶୀଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଇଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଜଣକ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ପୋଲିସ ଅଭିଯୁକ୍ତକୁ ଗିରଫ କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story