ଜନ୍ମ ଭଳି ମୃତ୍ୟୁ ହେଉଛି ଜୀବନର ଏକମାତ୍ର ସତ୍ୟ। ଆମକୁ ଏହା ସ୍ୱୀକାର କରିବାକୁ ପଡ଼ିବ। ଦିନେନା ଦିନେ ଆମେ ସମସ୍ତେ ମୃତ୍ୟୁ ଲଭିବା। କିନ୍ତୁ ଜୀବନ, ମୃତ୍ୟୁକୁ ନେଇ ଅନେକ ଶୁଣିବାକୁ ମିଳେ। କୁହାଯାଏ ଆମ ଶରୀରକୁ ଆତ୍ମା ପରିଚାଳନା କରିଥାଏ। ଆଉ ଏହି ଆତ୍ମା ଯେତେବେଳେ ଶରୀର ଛାଡ଼ି ଚାଲିଯାଏ ସେତେବେଳେ ମଣିଷର ମୃତ୍ୟୁ ହୋଇଥାଏ। ମୃତ୍ୟୁ ବେଳେ ଆତ୍ମାର ଗତି କେଉଁ ଆଡ଼କୁ ଥାଏ ବା କେଉଁ ବାଟ ଦେଇ ଆତ୍ମା ଶରୀର ତ୍ୟାଗ କରିଥାଏ, ସେ ନେଇ ଅନେକ ବିଜ୍ଞାନ ଓ ଶାସ୍ତ୍ର ଗୋଟିଏ ମତ ଦିଅନ୍ତି।
କୁହାଯାଏ ମସ୍ତକରେ ଥିବା ସହସ୍ରାର ଚକ୍ର ଦେଇ ଆତ୍ମା ଶରୀରକୁ ଛାଡ଼ିଥାଏ। ଏକଥା ବିଜ୍ଞାନ ମଧ୍ୟ ସ୍ୱୀକାର କରିଛି। ଏହି ସହସ୍ରାର ଚକ୍ରକୁ ବ୍ରହ୍ମ ରନ୍ଧ୍ର ବୋଲି ମଧ୍ୟ କୁହାଯାଏ। ଏହା ମସ୍ତକର ଉପରିଭାଗରେ ଶିଖା ରହିଥିବା ସ୍ଥାନରେ(ଲଣ୍ଡା ମୁଣ୍ଡରେ ଯେଉଁ ସ୍ଥାନରେ ସାମାନ୍ୟ ଚୁଟି ଛାଡ଼ି ଦିଆ ଯାଇଥାଏ ତାହା ହେଉଛି ଶିଖା) ରହିଥାଏ। ସହସ୍ରାର ଚକ୍ରର ପରିଚୟ ପାଇଁ କିମ୍ବା ସେହି ସ୍ଥାନର ସୁରକ୍ଷା ପାଇଁ ଶିଖା ରଖାଯାଇଥାଏ।
ନୂତନ ଅଧ୍ୟୟନ ଅନୁସାରେ ତାନ୍ତ୍ରିକ ପ୍ରଣାଳୀରେ ଆତ୍ମାର ଆଭାସ ଦେଉଥିବା କ୍ୱାଣ୍ଟମ ପଦାର୍ଥ କମିଗଲେ ମୃତ୍ୟୁ ଭଳି ଅନୁଭ ହୋଇଥାଏ। ଶାସ୍ତ୍ର ଅନୁସାରେ ମସ୍ତିଷ୍କରେ ଆତ୍ମା ରହିଥାଏ। ମୃତ୍ୟୁ ପରେ ସହସ୍ରାର ଚକ୍ରରୁ ବାହାରି ଦ୍ୱିତୀୟ ଜନ୍ମ ପାଇଁ ବ୍ରହ୍ମାଣ୍ଡରେ ଲୀନ ହୋଇଯାଏ। ସେହିଭଳି ଗବେଷକ ଏମରେଟ୍ସ, ଷ୍ଟୁଆର୍ଟ ହେମେରାଫ ଓ ବ୍ରିଟିସ ମନୋବିଜ୍ଞାନୀ ରୋଜର ପେନ୍ରୋସଙ୍କ ଅନୁସାରେ ଆତ୍ମା ବ୍ରହ୍ମାଣ୍ଡରେ ରହିଥାଏ। ଆତ୍ମାର ମୂଳ ସ୍ଥାନ ମସ୍ତିଷ୍କ ହୋଇଥାଏ। ସେ ମସ୍ତିଷ୍କରେ ଥିବା କୋଶିକାଗୁଡ଼ିକର ତନ୍ତ୍ରରେ ରହିଥାଏ। ଯାହାକୁ ମାଇଥଟ୍ୟୁବସ୍ କୁହାଯାଏ।