ମନପସନ୍ଦ ଡ୍ରେସ୍‌ରେ ଦାଗ ଲାଗିଯାଇଛି କି? ଆପଣାନ୍ତୁ ଉପାୟ, ଚକାଚକ ଦିଶିବ

ସାଧାରଣତଃ ଆମେ ଯେତେବେଳେ ବଜାରରୁ ଏକ ଡ୍ରେସ୍ କିଣିଥାଉ ବହୁତ ବାଛି ବିଚାରି କିଣିଥାଉ। ସେହି ଡ୍ରେସ୍‌ରେ ଯଦି କିଛି ଦାଗ ଲାଗିଯାଏ, ତେବେ ଆମ ମନ ଭାରି ଦୁଃଖ ହୁଏ। ଯେତେ ସଫା କଲେ ବି ସେ ଦାଗ ଛାଡ଼େ ନାହିଁ। ତେଣୁ ସେହି ଡ୍ରେସ୍‌ଟି ବେକାର ହୋଇଯାଏ ଓ ଆଉ ପିନ୍ଧି ହୁଏ ନାହିଁ। ବେଳେ ବେଳେ ଦୁଇଟି ଅଲଗା ଅଲଗା ରଙ୍ଗର କପଡ଼ାକୁ ଏକାଠି ବତୁରାଇଦେଲେ ଗୋଟିଏ କପଡ଼ାରେ ଅନ୍ୟଟିର ରଙ୍ଗ ଲାଗିଯାଏ। […]

cloth

Rakesh Mallick
  • Published: Monday, 15 January 2018
  • , Updated: 15 January 2018, 10:46 AM IST

ସାଧାରଣତଃ ଆମେ ଯେତେବେଳେ ବଜାରରୁ ଏକ ଡ୍ରେସ୍ କିଣିଥାଉ ବହୁତ ବାଛି ବିଚାରି କିଣିଥାଉ। ସେହି ଡ୍ରେସ୍‌ରେ ଯଦି କିଛି ଦାଗ ଲାଗିଯାଏ, ତେବେ ଆମ ମନ ଭାରି ଦୁଃଖ ହୁଏ। ଯେତେ ସଫା କଲେ ବି ସେ ଦାଗ ଛାଡ଼େ ନାହିଁ। ତେଣୁ ସେହି ଡ୍ରେସ୍‌ଟି ବେକାର ହୋଇଯାଏ ଓ ଆଉ ପିନ୍ଧି ହୁଏ ନାହିଁ। ବେଳେ ବେଳେ ଦୁଇଟି ଅଲଗା ଅଲଗା ରଙ୍ଗର କପଡ଼ାକୁ ଏକାଠି ବତୁରାଇଦେଲେ ଗୋଟିଏ କପଡ଼ାରେ ଅନ୍ୟଟିର ରଙ୍ଗ ଲାଗିଯାଏ। ଏହି ସବୁ ସମସ୍ୟାର ସମାଧାନ ପାଇଁ ଆମ ପାଖରେ କିଛି ଚମତ୍କାରୀ ଟିପ୍ସ ଅଛି ଯାହା କପଡ଼ାରେ ଲାଗିଥିବା ରଙ୍ଗ ବା ଦାଗକୁ ବହୁତ ସହଜରେ ଛଡାଇଦେବ। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ।

ଧଳା ଭନେଗାର: ରଙ୍ଗ ଲାଗିଥିବା କପଡ଼ାକୁ ସଫା କରିବାକୁ ଚାହୁଁଛନ୍ତି କି? ଆପଣଙ୍କୁ ସାହାଯ୍ୟ କରିବ ଭିନେଗାର। ଅଧାରୁ ଏକ କପ ଭିନେଗାର କପଡ଼ା ବତୁରା ଯାଇଥିବା ପାତ୍ରରେ ମିଶାନ୍ତୁ। କିଛି ସମୟ ପରେ ଏହାକୁ ସଫା କରନ୍ତୁ। ମନେରଖନ୍ତୁ ଏହା କେବଳ ସୂତା କପଡ଼ାରେ ହିଁ କାମ ଦେବ।

ବେକିଂ ସୋଡ଼ା: ଲୁଗା ଧୋଇବା ସମୟରେ ସର୍ଫ ସହ ବେକିଂ ସୋଡ଼ା ମଶାଇ ସଫା କରନ୍ତୁ।  ବେକିଂ ସୋଡ଼ା ସହ ବ୍ଲିଚ୍ ମିଶାଇଲେ ଏହା ଆହୁରି ଭଲ କାମ ଦେଇଥାଏ।

ବାସନ ଧୁଆ ସାବୁନ୍: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବାସନ ଧୁଆ ହେଉଥିବା ସାବୁନ ହୋଲିରେ ରଙ୍ଗ ଲାଗିଥିବା କପଡ଼ାକୁ ମଧ୍ୟ ସଫା କରିପାରେ।

ଲେମ୍ବୁ ରସ: ରଙ୍ଗ ଲାଗିଥିବା କପଡ଼ାକୁ କିଛି ସମୟ ଲେମ୍ବୁ ରସରେ ବତୁରାଇ ଦିଅନ୍ତୁ। ପାଖାପାଖି ଅଧାକପ ଲେମ୍ବୁ ରସ କପଡ଼ାରେ ଲଗାଇ ରଖିଦିଅନ୍ତୁ। କିଛି ସମୟ ପରେ ଏହାକୁ ସର୍ଫ କିମ୍ବା ସାବୁନ ଦେଇ ସଫା କରିଦିଅନ୍ତୁ।

ଡାଏ: ବଜାରରେ ରଙ୍ଗ ସଫା କରିବା ଡାଏ ମିଳେ। ଏହାଦ୍ୱାରା ଆପଣ କପଡ଼ାରୁ କୌଣସି ପ୍ରକାର ଦାଗକୁ ଛଡ଼ାଇ ପାରିବେ। ହେଲେ ଏହା କପଡ଼ାକୁ ଖରାପ କରିଦେଇ ପାରେ। ଦେଖି ଚାହିଁ ସଫା କରିବେ।

ଦହି: ଯଦି ଆପଣଙ୍କ କପଡ଼ାରେ କେବେ ପାନ ଛେପ ଲାଗିଯାଏ କିମ୍ବା ହୋଲି ରଙ୍ଗ ଲାଗିଯାଏ। ତେବେ ଏହାକୁ ଖଟା ଦହିରେ ବତୁରାଇ ରଖିଦିଅନ୍ତୁ। କିଛି ସମୟ ପରେ ଦାଗ ଲାଗିଥିବା ସ୍ଥାନକୁ ହାତରେ ଘଷନ୍ତୁ। ଏପରି କରିବା ଦ୍ୱାରା ଦାଗ ହାଲକା ହୋଇଯାଏ। ଏହି ବିଧିକୁ ଥରେ ଦୁଇଥର ପ୍ରୟୋଗ କଲେ ଆପଣଙ୍କ କପଡ଼ାରୁ ରଙ୍ଗ ଛାଡ଼ିଯିବ।

Related story