ଦାନ୍ତ କହିଦେବ ଆପଣଙ୍କ ସ୍ୱଭାବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜ୍ୟୋତିଷ ଶାସ୍ତ୍ରର ଏକ ମହତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ସମୁଦ୍ର ଶାସ୍ତ୍ର ବା ସାମୁଦ୍ରିକ ଶାସ୍ତ୍ର। ଏହା ଏକ ଏପରି ବିଦ୍ୟା, ଯାହାଦ୍ୱାରା ମଣିଷ ଶାରୀରର ଅଙ୍ଗଗୁଡ଼ିକର ଗଠନକୁ ଦେଖି  ତା’ର ସ୍ୱଭାବ ଓ ଆଚରଣ ବିଷୟରେ କୁହାଯାଇଥାଏ। ଏହି ଶାସ୍ତ୍ରରେ ମଣିଷ ଦାନ୍ତରୁ ମଧ୍ୟ ତା’ର ସ୍ୱଭାବ ବିଷୟରେ ଅନେକ କିଛି ଜାଣିହେବ। ତେବେ ଆସନ୍ତୁ ଜାଣିବା ଦାନ୍ତ ଗଠନକୁ ନେଇ କେମିତି ହୋଇଥାଏ ମଣିଷ ସ୍ୱଭାବ। ୧. ଯେଉଁ ବ୍ୟକ୍ତିଙ୍କର ଦାନ୍ତ […]

teeth

Rakesh Mallick
  • Published: Thursday, 12 April 2018
  • , Updated: 12 April 2018, 09:51 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜ୍ୟୋତିଷ ଶାସ୍ତ୍ରର ଏକ ମହତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ସମୁଦ୍ର ଶାସ୍ତ୍ର ବା ସାମୁଦ୍ରିକ ଶାସ୍ତ୍ର। ଏହା ଏକ ଏପରି ବିଦ୍ୟା, ଯାହାଦ୍ୱାରା ମଣିଷ ଶାରୀରର ଅଙ୍ଗଗୁଡ଼ିକର ଗଠନକୁ ଦେଖି  ତା’ର ସ୍ୱଭାବ ଓ ଆଚରଣ ବିଷୟରେ କୁହାଯାଇଥାଏ। ଏହି ଶାସ୍ତ୍ରରେ ମଣିଷ ଦାନ୍ତରୁ ମଧ୍ୟ ତା’ର ସ୍ୱଭାବ ବିଷୟରେ ଅନେକ କିଛି ଜାଣିହେବ। ତେବେ ଆସନ୍ତୁ ଜାଣିବା ଦାନ୍ତ ଗଠନକୁ ନେଇ କେମିତି ହୋଇଥାଏ ମଣିଷ ସ୍ୱଭାବ।

୧. ଯେଉଁ ବ୍ୟକ୍ତିଙ୍କର ଦାନ୍ତ ଧଳା ଓ ସୁନ୍ଦର ହୋଇଥାଏ ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି। ଏଭଳି ଲୋକ ସମସ୍ତଙ୍କ ସହ ବହୁତ ଶୀଘ୍ର ମିଶିଯାଆନ୍ତି। ଏମାନେ ଅତି ସହଜରେ ସମସ୍ତଙ୍କ ଉପରେ ଭରସା କରିନିଅନ୍ତି। ସେଥିପାଇଁ ଏମାନଙ୍କୁ ଅନେକଥର ବିଶ୍ୱାସଘାତକତାର ସମ୍ମୁଖିନ ହେବାକୁ ପଡ଼େ।

୨. ଯେଉଁମାନଙ୍କ ଦାନ୍ତ ଭିତରେ ଫାଙ୍କ ରହିଥାଏ, ସେମାନେ କେବଳ ପର ପଇସାରେ ବଞ୍ଚିବାକୁ ଭଲପାଆନ୍ତି। ଅର୍ଥାତ ଏମାନେ କାମ କରି ରୋଜଗାର କରିବାକୁ ଭଲପାଆନ୍ତି ନାହିଁ। ଏମାନେ ଅନ୍ୟ ଉପରେ ନିର୍ଭର କରିଥାନ୍ତି। ପୈତୃକ ସମ୍ପତ୍ତି ଉପରେ ମଧ୍ୟ ନିର୍ଭର ହୋଇ ରୁହନ୍ତି। ଏମାନେ ଅଯଥା ଖର୍ଚ୍ଚ କରିଥାନ୍ତି।

୩. ଯେଉଁ ସ୍ତ୍ରୀଲୋକଙ୍କ ଦାନ୍ତ ଟିକେ ବାହାରକୁ ବହାରିଥାଏ, ସେମାନେ ଭାବପ୍ରବଣ ହୋଇଥାନ୍ତି। ଯେମିତି ବି ହେଉ ନିଜ କଥାକୁ ରଖିବା ପାଇଁ ସମସ୍ତଙ୍କୁ ରାଜି କରେଇ ନିଅନ୍ତି। ଏଥିପାଇଁ ଏମାନଙ୍କର ନିଜ ପରିବାର ସହ ଭଲ ପଡ଼େନାହିଁ। କିନ୍ତୁ ଏମାନଙ୍କ ମନ ଓ ହୃଦୟ ବହୁତ ସଫା ଥାଏ। ତେଣୁ ଏମାନଙ୍କୁ ଲୋକେ ସମ୍ମାନ ଦେଇଥାନ୍ତି। ଏମାନେ କେବେ ହସହସ ମୁଡ୍‌ରେ ତ କେବେ ରାଗ ମୁଡ୍‌ରେ ରୁହନ୍ତି।

୪. ଯେଉଁମାନଙ୍କ ଦାନ୍ତ ସିଧା ଓ ଗୋଟିଏ ଲାଇନରେ ଥାଏ ସେମାନେ ବହୁତ ଧନବାନ ହୋଇଥାନ୍ତି। ଏମାନେ ଚାକିରି କରନ୍ତି ନାହିଁ। ଏମାନେ ସମସ୍ତଙ୍କ ସହ ଭଲ ସମ୍ପର୍କ ରଖିବାକୁ ଭଲପାଆନ୍ତି। ଏମାନଙ୍କର ଦେଖାଇ ହେବାର ସ୍ୱଭାବ ନଥାଏ।

୫. ଯେଉଁମାନଙ୍କ ଦାନ୍ତ କଳା ଓ ବଙ୍କା ତେଡ଼ା ହୋଇଥାଏ, କେବଳ ନିଜ କଥା ଭାବିଥାନ୍ତି। ଏମାନେ ସେମିତି ସାଙ୍ଗ କରନ୍ତି, ଯେଉଁମାନେ ତାଙ୍କ କାମରେ ଆସିବେ। ନିଜର ଉଦ୍ଦେଶ୍ୟ ପୂରଣ ହୋଇଗଲେ ଏମାନେ ସେହି ସାଙ୍ଗମାନଙ୍କୁ ଛାଡ଼ିଦିଅନ୍ତି। ଏମାନେ ବହୁତ ଲୋଭି ହୋଇଥାନ୍ତି।

୬. ଯେଉଁମାନଙ୍କ ଦାନ୍ତ ହଳଦିଆ କିମ୍ବା ହାଲକା ଲାଲ୍ ରଙ୍ଗର ହୋଇଥାଏ, ସେମାନେ ସବୁବେଳେ ଖୁସିରେ ରୁହନ୍ତି। ଏମାନଙ୍କ ଉପରେ ଭରସା କରିହେବ। ଏମାନେ ସମସ୍ତଙ୍କୁ ହସାଇବାକୁ ଭଲପାଆନ୍ତି।

୭.  ଯେଉଁମାନଙ୍କ ଦାନ୍ତ ହାଲକା କଳା, ସେମାନେ ବହୁତ ଚାଲାଖ ହୋଇଥାନ୍ତି। ନିଜ କାମ ବଡ଼ ଚତୁରତାର ସହ ଆଦାୟ କରିନିଅନ୍ତି। ଏମାନେ ସବୁବେଳେ କଳି ଝଗଡ଼ା କରିଥାନ୍ତି। ଏମାନେ ଦେଖିବାକୁ ଶାନ୍ତ ଓ ନମ୍ର କିନ୍ତୁ ଭିତରୁ ବହୁତ ସ୍ୱାର୍ଥୀ ହୋଇଥାନ୍ତି। ଏମାନେ କେବଳ ନିଜ ସ୍ୱାର୍ଥ ଦେଖନ୍ତି।

Related story