ଯଦି ସ୍ୱପ୍ନରେ ଦେଖନ୍ତି ଏହି ୩ଟି ଜିନିଷ, ଭୂଲରେ କାହାକୁ କୁହନ୍ତୁନି  

ଆମକୁ ଶୋଇଥିବା ଅବସ୍ଥାରେ ଅନେକ ସମୟରେ ସ୍ୱପ୍ନ ଆସେ। ବିଜ୍ଞାନ କୁହେ ମଣିଷର ଅବଚେତନ ମନ ପାଇଁ ଏଭଳି ସ୍ୱପ୍ନ ଆସିଥାଏ। ଯାହାର ଆମ ଜୀବନ ସହ କୌଣସି ସମ୍ପର୍କ ନାହିଁ। କିନ୍ତୁ ହିନ୍ଦୁ ଧର୍ମର ଗ୍ରନ୍ଥ ଅନୁଯାୟୀ, ସ୍ୱପ୍ନର ଅନେକ ମହତ୍ତ୍ୱ ରହିଛି। କୁହାଯାଇଛି ଏଭଳି ସ୍ୱପ୍ନ ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ। କୁହାଯାଏ କିଛି ସ୍ୱପ୍ନ ଏପରି ଅଛି ଯାହାକୁ କାହା ଆଗରେ କହିବା ଉଚିତ ନୁହେଁ। ଏହା ଆପଣଙ୍କୁ ବିପଦ ଆଡ଼କୁ […]

ddddddd

Rakesh Mallick
  • Published: Tuesday, 03 July 2018
  • , Updated: 03 July 2018, 06:09 PM IST

ଆମକୁ ଶୋଇଥିବା ଅବସ୍ଥାରେ ଅନେକ ସମୟରେ ସ୍ୱପ୍ନ ଆସେ। ବିଜ୍ଞାନ କୁହେ ମଣିଷର ଅବଚେତନ ମନ ପାଇଁ ଏଭଳି ସ୍ୱପ୍ନ ଆସିଥାଏ। ଯାହାର ଆମ ଜୀବନ ସହ କୌଣସି ସମ୍ପର୍କ ନାହିଁ। କିନ୍ତୁ ହିନ୍ଦୁ ଧର୍ମର ଗ୍ରନ୍ଥ ଅନୁଯାୟୀ, ସ୍ୱପ୍ନର ଅନେକ ମହତ୍ତ୍ୱ ରହିଛି। କୁହାଯାଇଛି ଏଭଳି ସ୍ୱପ୍ନ ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ। କୁହାଯାଏ କିଛି ସ୍ୱପ୍ନ ଏପରି ଅଛି ଯାହାକୁ କାହା ଆଗରେ କହିବା ଉଚିତ ନୁହେଁ। ଏହା ଆପଣଙ୍କୁ ବିପଦ ଆଡ଼କୁ ଠେଲି ଦେଇପାରେ। ତେବେ ଆଜି ଆମେ ଆପଣଙ୍କୁ କିଛି ଏହିଭଳି ସ୍ୱପ୍ନ ବିଷୟରେ କହିବୁ ଯାହାକୁ ଗୁପ୍ତ ରଖିବା ଭଲ।

ସାପ- ଶାସ୍ତ୍ର ଅନୁଯାୟୀ ଯଦି ଆପଣଙ୍କୁ ସ୍ୱପ୍ନରେ ସାପ ଦେଖାଦିଏ ତେବେ ଏହାର ଅର୍ଥ ହେଉଛି ଆପଣଙ୍କର କେହି ପିତୃପୁରୁଷ ଆପଣଙ୍କ ଉପରେ ଦୃଷ୍ଟି ପକାଇଛନ୍ତି। ଯାହା ଆପଣଙ୍କ ଲାଗି କ୍ଷତିକାରକ। ତେଣୁ ଯେବେ ବି ଆପଣଙ୍କୁ ସ୍ୱପ୍ନରେ ସାପ ଦେଖାଯାଉଛି କୌଣସି ସିଦ୍ଧ ପଣ୍ଡିତଙ୍କ ସହ କଥା ହୁଅନ୍ତୁ। ହେଲେ ଭୁଲ୍‌ରେ ବି ଏହି କଥା ଆଉ କୌଣସି ସାଧାରଣ ବ୍ୟକ୍ତିଙ୍କୁ ଜଣାନ୍ତୁ ନାହିଁ। ଏପରି କଲେ ଆପଣ ବିପଦରେ ପଡ଼ିପାରନ୍ତି।

ମୃତ୍ୟୁ- ପ୍ରାୟ ସମସ୍ତେ କେବେ ନା କେବେ ସ୍ୱପ୍ନରେ ମୃତ୍ୟୁକୁ ଦେଖିଥାନ୍ତି। କାରଣ ସମସ୍ତେ ପ୍ରତିଦିନ ଅତିକମ୍‌ରେ ଥରେ ନିଜର ମୃତ୍ୟୁ କଥା ଭାବନ୍ତି। କିନ୍ତୁ ଯଦି ସ୍ୱପ୍ନରେ ଆପଣ ନିଜର ମୃତ୍ୟୁ ଦେଖନ୍ତି ତେବେ ଏହା କିଛି ଖରାପର ସଂକେତ ନୁହେଁ। ଏହାଦ୍ୱାରା ଆପମଙ୍କାୟଷ ଆହୁରି ବଢ଼ିଯାଏ। କିନ୍ତୁ ଶାସ୍ତ୍ର ଅନୁଯାୟୀ ଏହା ଆପମହ୍‌କୁ କାହାକୁ କହିବା ଉଚିତ୍‌ ନୁହେଁ। ଏପରି କଲେ ଏହାର କୁ-ପରିଣାମ ଭୋଗିପାରନ୍ତି।

ଭଗବାନ ଶ୍ରୀକୃଷ୍ଣ- ଯଦି ଆପଣ ସ୍ୱପ୍ନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖୁଛନ୍ତି ତେବେ ଏହା ବିଷୟରେ କାହାକୁ ବି କୁହନ୍ତୁ ନାହିଁ। କାରଣ ଏହି ସ୍ୱପ୍ନ କିଛି ଭଲ ହେବାର ସଂକେତ ହୋଇଥାଏ। କିନ୍ତୁ ଯଦି ଆପଣ ଏହାକୁ କାହା ଆଗରେ କହିବେ ତେବେ ଆପଣଙ୍କ ଉପରେ ଭଗବାନ କୃଷ୍ଣଙ୍କର କୋପ ପଡ଼ିବ।

 

 

Related story