ଏହି ୫ଟି ଉପହାର ଆପଣଙ୍କୁ କରିପାରେ ତଳିତଳାନ୍ତ !

ସେ ବିବାହ ହେଉ ଅବା ଜନ୍ମ ଦିନ। କୌଣସି ଶୁଭ କାର୍ଯ୍ୟକ୍ରମରେ ବନ୍ଧୁଙ୍କୁ ଉପହାର ଦେବା ଓ ବନ୍ଧୁଙ୍କଠାରୁ  ଉପହାର ନେବା ଏକ ସାଧାରଣ କଥା। ହେଲେ ଆପଣ ଜାଣନ୍ତି କି ଏପରି କିଛି ସାମଗ୍ରୀ ଅଛି ଯାହା ଉପହାର ଆକାରରେ ମିଳିଲେ ଆପଣଙ୍କ ଖୁସିରେ ଗ୍ରହଣ ଲାଗିଥାଏ। ଆପଣ ଜୀବନରେ ଅନେକ ଅବନତି ଘଟିଥାଏ। ବାସ୍ତୁ ଶାସ୍ତ୍ରରେ ସେ ସବୁ ନୀତିନିୟମ ରହିଛି। ତେବେ ଆସନ୍ତୁ ଜାଣିବା ସେମିତି କିଛି ଗିଫ୍ଟ ସମ୍ପର୍କରେ ୧:ବୁଡୁଥିବା ଜାହାଜର […]

Rakesh Mallick
  • Published: Sunday, 22 October 2017
  • , Updated: 22 October 2017, 06:53 PM IST

ସେ ବିବାହ ହେଉ ଅବା ଜନ୍ମ ଦିନ। କୌଣସି ଶୁଭ କାର୍ଯ୍ୟକ୍ରମରେ ବନ୍ଧୁଙ୍କୁ ଉପହାର ଦେବା ଓ ବନ୍ଧୁଙ୍କଠାରୁ  ଉପହାର ନେବା ଏକ ସାଧାରଣ କଥା। ହେଲେ ଆପଣ ଜାଣନ୍ତି କି ଏପରି କିଛି ସାମଗ୍ରୀ ଅଛି ଯାହା ଉପହାର ଆକାରରେ ମିଳିଲେ ଆପଣଙ୍କ ଖୁସିରେ ଗ୍ରହଣ ଲାଗିଥାଏ। ଆପଣ ଜୀବନରେ ଅନେକ ଅବନତି ଘଟିଥାଏ। ବାସ୍ତୁ ଶାସ୍ତ୍ରରେ ସେ ସବୁ ନୀତିନିୟମ ରହିଛି। ତେବେ ଆସନ୍ତୁ ଜାଣିବା ସେମିତି କିଛି ଗିଫ୍ଟ ସମ୍ପର୍କରେ

୧:ବୁଡୁଥିବା ଜାହାଜର ଫଟୋ:  ବୁଡୁଥିବା ଯାହାଜ ଉପହାରରେ ମିଳିବା ଓ ତାକୁ ଘରେ ରଖିବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହାକୁ ରଖିବା ଦ୍ୱାରା ଧନହାନି ହୋଇଥାଏ।

୨:କଳା ରଙ୍ଗର ବସ୍ତ୍ର: କଳା ରଙ୍ଗର ବସ୍ତ୍ର ଦେବାକୁ ଅଶୁଭ ବିବେଚନା କରାଯାଏ । ଏହା କେବଳ ଦୁଃଖ, କଷ୍ଟ ଦେଇଥାଏ। ଏହା ମୃତ୍ୟୁର କାରଣ ମଧ୍ୟ ହୋଇପାରେ। ଏହି କାରଣରୁ ବିବାହର ୧ ବର୍ଷ ଯାଏଁ କଳା ବସ୍ତ୍ର ପରିଧାନ କରିବାକୁ ବାରଣ କରାଯାଏ।

୩: ଜୋତା: ଉପହାରରେ ଜୋତା ଦେଲେ ସମ୍ପର୍କ ବିଚ୍ଛେଦ ହୋଇଥାଏ। ବିଶେଷ କରି ପ୍ରେମୀଯୁଗଳ ପରସ୍ପରକୁ ଜୋତା ଦେବା ଉଚିତ ନୁହେଁ। ଏହା ଦ୍ୱାରା ଦୁଇଜଣଙ୍କ ପଥ ଅଲଗା ହୋଇଯାଇଥାଏ।

୪: ଘଣ୍ଟା: ଅନେକ ଲୋକ ଉପହାରରେ  ଘଣ୍ଟା ଦେଇ ଥାଆନ୍ତି। ହେଲେ ଘଣ୍ଟା ଉପହାର ଦେବା ଦ୍ୱାରା ଜୀବନର ପ୍ରଗତିରେ ବାଧା ଉପୁଜିଥାଏ।

୫:ହିଂସ୍ର ଜନ୍ତୁଙ୍କ ଫଟୋ ବା ମୂର୍ତ୍ତୀ:  କୌଣସି ହିଂସ୍ର ଜନ୍ତୁଙ୍କ ପ୍ରତିମୂର୍ତ୍ତୀ ଉପହାରରେ ଦେଲେ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ।

Related story