ଜାଣନ୍ତୁ ସୂର୍ଯ୍ୟାସ୍ତ ପରେ ମୁଣ୍ଡ ନ କୁଣ୍ଡାଇବାକୁ କାହିଁକି କୁହାଯାଏ?

ଭାରତୀୟ ସମାଜରେ କେତେକ ଜାଗାରେ ଆଜି ମଧ୍ୟ  ଅନ୍ଧବିଶ୍ୱାସ ବଞ୍ଚି ରହିଛି। ଏବେ ମଧ୍ୟ ମା’ ନିଜ ଝିଅକୁ ରାତିରେ ଚୁଟି ଖୋଲିବାକୁ ଓ କୁଣ୍ଡାଇବାକୁ ବାରଣ କରିଥାଏ। ଭାରତୀୟ ସମାଜରେ ମୁଣ୍ଡ କୁଣ୍ଡାଇବାକୁ ନେଇ ଅନେକ ଅନ୍ଧବିଶ୍ୱାସ ରହିଛି। ଆସନ୍ତୁ ଜାଣିବା ସେସବୁ ସଂପର୍କରେ ସୂର୍ଯ୍ୟାସ୍ତ ପରେ ମୁଣ୍ଡ ନକୁଣ୍ଡାଇବା କୁହାଯାଏ ସୂର୍ଯ୍ୟାସ୍ତ ପରେ ଖରାପ ଆତ୍ମା ବାହାରେ ବୁଲିଥାନ୍ତି। ଯେଉଁ ମହିଳାଙ୍କ ଲମ୍ୱା ଓ ସୁନ୍ଦର କେଶ ଥାଏ ସେମାନଙ୍କ ଉପରେ ଆତ୍ମା ସବାର […]

hairimage

Rakesh Mallick
  • Published: Sunday, 31 December 2017
  • , Updated: 31 December 2017, 10:18 AM IST

ଭାରତୀୟ ସମାଜରେ କେତେକ ଜାଗାରେ ଆଜି ମଧ୍ୟ  ଅନ୍ଧବିଶ୍ୱାସ ବଞ୍ଚି ରହିଛି। ଏବେ ମଧ୍ୟ ମା' ନିଜ ଝିଅକୁ ରାତିରେ ଚୁଟି ଖୋଲିବାକୁ ଓ କୁଣ୍ଡାଇବାକୁ ବାରଣ କରିଥାଏ। ଭାରତୀୟ ସମାଜରେ ମୁଣ୍ଡ କୁଣ୍ଡାଇବାକୁ ନେଇ ଅନେକ ଅନ୍ଧବିଶ୍ୱାସ ରହିଛି। ଆସନ୍ତୁ ଜାଣିବା ସେସବୁ ସଂପର୍କରେ

ସୂର୍ଯ୍ୟାସ୍ତ ପରେ ମୁଣ୍ଡ ନକୁଣ୍ଡାଇବା

କୁହାଯାଏ ସୂର୍ଯ୍ୟାସ୍ତ ପରେ ଖରାପ ଆତ୍ମା ବାହାରେ ବୁଲିଥାନ୍ତି। ଯେଉଁ ମହିଳାଙ୍କ ଲମ୍ୱା ଓ ସୁନ୍ଦର କେଶ ଥାଏ ସେମାନଙ୍କ ଉପରେ ଆତ୍ମା ସବାର ହୋଇଥାନ୍ତି।

ପୂର୍ଣ୍ଣମା ରାତିରେ ମୁଣ୍ଡ ନକୁଣ୍ଡାଇବା

କୁହାଯାଏ ପୂର୍ଣ୍ଣିମା ରାତିରେ ଝରକା ପାଖରେ ଠିଆ ହୋଇ ମୁଣ୍ଡ କୁଣ୍ଡାଇଲେ ନିଜ ଆଡୁ ଖରାପ ଆତ୍ମାକୁ ଡକାଇବା ସହ ସମାନ।

କେଶକୁ ଖୋଲା ନଛାଡ଼ିବା

ରାତି ସମୟରେ କେଶକୁ ଖୋଲା ଛାଡିବା ଅନୁଚିତ। ସୂର୍ଯ୍ୟାସ୍ତ ପରେ ମହିଳା ମାନେ କେଶକୁ ଭଲ ଭାବେ ବାନ୍ଧି ଦେବା ଅବା ଗଣ୍ଠି ପକାଇ ଦେବା ଭଲ। ରାତି ସମୟରେ କେଶକୁ ଖୋଲା ଛାଡିଲେ ପରିବାର ସଦସ୍ୟ ପାଇଁ ଖରାପ ହୋଇଥାଏ ବୋଲି ଆଜି ବି ଅନେକ ଲୋକମାନନ୍ତି।

 

 

 

 

Related story