ସାବଧାନ! ଏ ସବୁ କାରଣରୁ ବି ବଢ଼ିଥାଏ ଓଜନ

ଆଜିର ସମୟରେ ଶରୀରର ସବୁଠୁ ବଡ଼ ସମସ୍ୟା ହେଉଛି ମୋଟାପଣ। ପ୍ରାୟ ସମସ୍ତେ ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବାକୁ ମୋଟାପଣର କାରଣ ମାନିଥାନ୍ତି। କିନ୍ତୁ ଏହା ଆଦୌ ଏକମାତ୍ର କାରଣ ନୁହେଁ। ଆମ ଦୈନନ୍ଦିନ ଜୀବନରେ କିଛି ଏପରି ଅଭ୍ୟାସ ରହିଛି ଯାହା ଓଜନ ବୃଦ୍ଧିର କାରଣ ହୋଇଥାଏ। ହୁଏତ ଏ ବିଷୟରେ ଆପଣଙ୍କୁ ଜଣା ନଥିବ। ଆସନ୍ତୁ ଆଜି ଓଜନ ବଢ଼ିବାର ସେହି ସବୁ କାରଣ ବିଷୟରେ ଜାଣିବା। ୧.  ଜଳଖିଆ ନ […]

belly-fat-endocrine-organ

Rakesh Mallick
  • Published: Sunday, 03 June 2018
  • , Updated: 03 June 2018, 03:10 PM IST

ଆଜିର ସମୟରେ ଶରୀରର ସବୁଠୁ ବଡ଼ ସମସ୍ୟା ହେଉଛି ମୋଟାପଣ। ପ୍ରାୟ ସମସ୍ତେ ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବାକୁ ମୋଟାପଣର କାରଣ ମାନିଥାନ୍ତି। କିନ୍ତୁ ଏହା ଆଦୌ ଏକମାତ୍ର କାରଣ ନୁହେଁ। ଆମ ଦୈନନ୍ଦିନ ଜୀବନରେ କିଛି ଏପରି ଅଭ୍ୟାସ ରହିଛି ଯାହା ଓଜନ ବୃଦ୍ଧିର କାରଣ ହୋଇଥାଏ। ହୁଏତ ଏ ବିଷୟରେ ଆପଣଙ୍କୁ ଜଣା ନଥିବ। ଆସନ୍ତୁ ଆଜି ଓଜନ ବଢ଼ିବାର ସେହି ସବୁ କାରଣ ବିଷୟରେ ଜାଣିବା।

ଜଳଖିଆ ନ କରିବା- ଆଜିକାଲିର ବ୍ୟସ୍ତମୟ ଜୀବନରେ ଅନେକ ଲୋକ ସକାଳ ଜଳଖିଆ କରନ୍ତି ନାହିଁ। କିଛି ଲୋକ ତ ଓଜନ କମାଇବା ଲକ୍ଷ୍ୟରେ ଜାଣିଶୁଣି ସକାଳ ଜଳଖିଆ ଖାଆନ୍ତି ନାହିଁ। ହେଲେ ଆପଣ ଜାଣନ୍ତି କି ଏହା ଆପଣଙ୍କ ଓଜନ କମାଇବା ପରିବର୍ତ୍ତେ ଆହୁରି ବଢ଼ାଇଥାଏ?

୨.  ଅନିଦ୍ରା ହେଲେ- ଜଣେ ବ୍ୟକ୍ତି ୮ଘଣ୍ଟା ଶୋଇବା ଉଚିତ। ନ ହେଲେ ଓଜନ ବଢ଼ିପାରେ। ରାତିରେ ଅନିଦ୍ରା ରହିବା ଯୋଗୁଁ ଶରୀରରେ ‘କୋର୍ଟିସୋଲ’ ନାମକ ହରମୋନ୍ ବଢ଼ିଯାଏ। ଯାହାକି ଓଜନ ବୃଦ୍ଧିର କାରଣ ସାଜିଥାଏ।

୩. ଖୋଲାରେ ବୁଲା ବୁଲି ନ କରିବା- ଯଦି ଆପଣ ସବୁବେଳେ ଏସି ରୁମ୍‌ରେ ରହିବାକୁ ପସନ୍ଦ କରୁଛନ୍ତି, ଆଦୌ ଖରା ଓ ଖୋଲା ପବନ ସଂସ୍ପର୍ଶରେ ଆସୁନାହାଁନ୍ତି, ତା’ହେଲେ ଆପଣଙ୍କ ଓଜନ ବଢ଼ିବା ନିଶ୍ଚିତ। କାରଣ ଖୋଲା ପବନ ଓ ସୂର୍ଯ୍ୟ କିରଣ ସଂସ୍ପର୍ଶରେ ନ ଆସିଲେ ଶରୀରରେ ମେଟାବୋଲିଜିମ୍ କାମ କରେ ନାହିଁ।

୪. ବେଡରୁମ୍‌ ସଫା ନ ହେବା- ଆପଣଙ୍କୁ ଲାଗୁଥିବ ଯେ ବେଡ୍‌ରୁମ୍‌ ସଫା ହେବା ସହ ମୋଟାପଣର କ’ଣ ସମ୍ପର୍କ? ହେଲେ ଆପଣ ଜାଣି ନଥିବେ ଯେ ବେଡ୍‌ ରୁମ୍‌ ସଫା ନଥିଲେ ଭଲ ନିଦ ହେବ ନାହିଁ। ଆପଣ ୧୦ ଘଣ୍ଟା ଶୋଇଲେ ମଧ୍ୟ ଭଲ ନିଦ ହେବ ନାହିଁ। ଫଳରେ ମୋଟାପଣର ଶିକାର ହେବାକୁ ପଡ଼ିବ।

୫. ପେଟ ଭର୍ତ୍ତି କରି ଖାଇବା- କେବେ ହେଲେ ପେଟ ଭର୍ତ୍ତି କରି ଖାଆନ୍ତୁ ନାହିଁ। ସବୁବେଳେ ଟିକେ କମ୍‌ ଖାଇବାକୁ ଚେଷ୍ଟା କରନ୍ତୁ।

୬. ଜିରୋ କ୍ୟାଲୋରୀ ଯୁକ୍ତ ସୋଡ଼ା ପିଇବା- ଅନେକ ଲୋକ ଭାବନ୍ତି ଯେ ଜିରୋ କ୍ୟାଲୋରୀଯୁକ୍ତ ସୋଡ଼ା ପିଇଲେ ଓଜନ କମିଯାଏ। ହେଲେ ଏହା ସତ ନୁହେଁ। ବାସ୍ତବରେ ଏଥିରେ ଥିବା ସିନ୍ଥେଟିକ୍‌ ଏଷ୍ଟ୍ରୋଜେନ୍ ଓଜନ ବୃଦ୍ଧି କରିଥାଏ।

୭. ଚଲାବୁଲା ନ କରିବା- ପ୍ରତିଦିନ ନିଜ ବ୍ୟସ୍ତମୟ ଜୀବନରୁ କିଛି ସମୟ ବାହାର କରି ଚଲାବୁଲା କରନ୍ତୁ। ମର୍ଣ୍ଣିଂ ୱାର୍କ କିମ୍ବା ଇଭିନଂ ୱାର୍କ କରିବାକୁ ଚେଷ୍ଟା କରନ୍ତୁ, ଆପଣଙ୍କ ଓଜନ ନିୟନ୍ତ୍ରଣରେ ରହିବ।

 

 

 

Related story