ସଲମାନ ଜେଲ୍ ଯିବା ପରେ ଖୁସି ହୋଇଥିଲେ ଏହି ଅଭିନେତ୍ରୀ; ସେ କ’ଣ ସବୁ ଲେଖିଥିଲେ ପଢ଼ନ୍ତୁ

ମୁମ୍ବାଇ: କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ତେବେ ଗତକାଲି ଜାମିନ ମିଳିବା ପରେ ସେ ଜେଲ୍‌ରୁ ଖଲାସ ହୋଇଛନ୍ତି। ସେ ଯୋଧପୁର ସେଣ୍ଟ୍ରାଲ୍ ଜେଲ୍‌ରେ ଦୁଇ ଦିନ ରହିଥିଲେ। ସଲମାନଙ୍କୁ ସଜ୍ଜା ହେବା ପରେ ପୂରା ବଲିଉଡ୍ ସ୍ତବ୍ଧ ହୋଇଯାଇଥିଲା। ପ୍ରୀତି ଜିଣ୍ଟା ତାଙ୍କୁ ଜେଲ୍‌ରେ ସାକ୍ଷାତ କରି ତାଙ୍କ ମନୋବଳକୁ ଦୃଢ଼ କରିଥିଲେ। ସେହିପରି କ୍ୟାଟ୍ରିନା କୈଫ ଗଣେଶ ମନ୍ଦିର […]

ss

Rakesh Mallick
  • Published: Sunday, 08 April 2018
  • , Updated: 08 April 2018, 11:28 AM IST

ମୁମ୍ବାଇ: କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ତେବେ ଗତକାଲି ଜାମିନ ମିଳିବା ପରେ ସେ ଜେଲ୍‌ରୁ ଖଲାସ ହୋଇଛନ୍ତି। ସେ ଯୋଧପୁର ସେଣ୍ଟ୍ରାଲ୍ ଜେଲ୍‌ରେ ଦୁଇ ଦିନ ରହିଥିଲେ। ସଲମାନଙ୍କୁ ସଜ୍ଜା ହେବା ପରେ ପୂରା ବଲିଉଡ୍ ସ୍ତବ୍ଧ ହୋଇଯାଇଥିଲା। ପ୍ରୀତି ଜିଣ୍ଟା ତାଙ୍କୁ ଜେଲ୍‌ରେ ସାକ୍ଷାତ କରି ତାଙ୍କ ମନୋବଳକୁ ଦୃଢ଼ କରିଥିଲେ। ସେହିପରି କ୍ୟାଟ୍ରିନା କୈଫ ଗଣେଶ ମନ୍ଦିର ଯାଇ ତାଙ୍କ ପାଇଁ ପ୍ରାର୍ଥନା କରିଥିଲେ। ତେବେ ସଲମାନ ଜେଲ୍ ଯିବା ପରେ  ଜଣେ ଅଭିନେତ୍ରୀ ବେଶ୍ ଖୁସି ହୋଇଥିଲେ। ସେ ହେଉଛନ୍ତି ବିଗବସ୍‌ର ପୂର୍ବତନ ପ୍ରତିଯୋଗୀ ସୋଫିୟା ହୟାତ।

ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଏକାଉଣ୍ଟରେ ସଲମାନଙ୍କର ଏକ ଫଟୋ ସେୟାର କରିଥିଲେ। ସେଥିରେ guilty (ଦୋଷୀ) ବୋଲି ଲେଖାଯାଇଥିଲା। ସେହିଭଳି being humanରୁ being କଟାଯାଇ no more human ଲେଖାଯାଇଥିଲା। ଏହା ସହିତ ସେ ଏକ ଲମ୍ବା ଲେଖା ପୋଷ୍ଟ କରିଥିଲେ।

ସଲମାନଙ୍କ ଉଦ୍ଦେଶ୍ୟରେ ସୋଫିୟା ଲେଖିଥିଲେ- ଶେଷରେ ଆପଣଙ୍କୁ କର୍ମର ଫଳ ମିଳିଲା। ବହୁତ ଲୋକ ସଲମାନଙ୍କ ବିରୁଦ୍ଧରେ କହିବା ପାଇଁ ଭୟ କରନ୍ତି। ସେମାନେ ଭାବନ୍ତି ସଲମାନ ବଲିଉଡ୍‌କୁ ନିୟନ୍ତ୍ରଣ କରନ୍ତି। କିନ୍ତୁ ମୁଁ କାହାକୁ ଡରେ ନାହିୱ। ମୁଁ ଖୁସି ଯେ ସଲମାନ ଯାହା କରିଥିଲେ ସେଥିପାଇଁ ତାଙ୍କୁ ଜେଲ୍ ଯିବାକୁ ପଡ଼ିଲା।

ସେ ଆହୁରି ଲେଖିଛନ୍ତି,“ପୃଥିବୀ ପାଇଁ ପଶୁପକ୍ଷୀ ଖୁବ୍ ଜରୁରୀ। ସେ (ସଲମାନ) ଯାହା କରିଥିଲେ ତାହା ପୂର୍ବରୁ ସେ ଏ ବିଷୟରେ ଆଦୌ ଭାବି ନଥିଲେ। ବହୁତ ଛୋଟ ପିଲା ଓ ଯୁବକଯୁବତୀ ତାଙ୍କୁ ନିଜର ଆଦର୍ଶ ମନେ କରନ୍ତି। କିନ୍ତୁ ସେ ଏମିତି କାମ କରି କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ଖରାପ କାମ କରିବେ, ତା’ପରେ ଆଇନର ମଜାକ୍ ଉଡ଼ାଇବେ। କ’ଣ ପାଇଁ? କ’ଣ ଆପଣ ସେଲିବ୍ରିଟି ବୋଲି?”

୨୦ ବର୍ଷ ତଳ କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ସୈଫ ଅଲ୍ଲୀ ଖାନ, ସୋନାଲୀ ବେନ୍ଦ୍ରେ, ତବୁ ଓ ନୀଲମ ପ୍ରମୁଖ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

Related story